loading...

ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଜଟଣୀ ବିଧାୟକ ବନ୍ୟାଚଳ ପରିଦର୍ଶନ କଲେ ।

ସରକାରଙ୍କର ରିଲିଫର ବ୍ୟବସ୍ଥା କିଛି ନାହିଁ ତୁରନ୍ତ ସରକାର ରିଲିଫ ଯୋଗାଇ ଜନସାଧାରଣଙ୍କ ଜୀବନରକ୍ଷା କରନ୍ତୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଜଟଣୀ ବିଧାୟକ ବନ୍ୟାଚଳ ପରିଦର୍ଶନ କଲେ ।

ଭୁବନେଶ୍ୱର ;  ଜଟଣୀ ବ୍ଲକର ପଧାନସାହି ଗ୍ରାମ ପଂଚାୟତର କୁହା, ବୋତଣ୍ଡା, ଜାମୁକୋଳି ପଂଚାୟତର ପାଂଚଗାଁ, ବରକୁଦା ପାଣି ଘେରରେ ଥିବାବେଳେ ସେହିପରି କଣ୍ଡିଆ, ବୁଡ଼ାପଡ଼ା, ବେଣାପଞ୍ଜରି ଫଚାୟତର ବୁଡ଼ାଙ୍ଗରା, ପାଣ୍ଡିଆବକ୍ସିରିର ଲୋକମାନେ ଜଳଘର ଭିତିରେ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମ ପଂଚାୟତର ବସନ୍ତ ବଢେଇ ଟାଙ୍ଗି, ବ୍ରାହ୍ମଣ ବେରେଡ଼ି କେରଙ୍ଗ ଗ୍ରାମ ପଂଚାୟତର କୁମିଲ କେରଙ୍ଗ, କୁଣ୍ଡିଲୋ, ନାଲି ଅର୍ଜୁନପୁର ଖୋର୍ଦ୍ଧା ବ୍ଲକ, ବେଗୁନିଆ ବ୍ଲକରେ ୧୦ ଦିନ ହେଲାଣି ଜନସାଧାରଣ ପାଣିଘେରରେ ଅଛନ୍ତି । ଲୋକମାନଙ୍କ ସହ ଗୋରୁ ଗାଈ ମଧ୍ୟ ଉପାସ ଭୋକରେ ଘୋର ସଂକଟରେ ରହିଛନ୍ତି । 

ସରକାରଙ୍କର ରିଲିଫର ବ୍ୟବସ୍ଥା କିଛି ନାହିଁ ତୁରନ୍ତ ସରକାର ରିଲିଫ ଯୋଗାଇ ଜନସାଧାରଣଙ୍କ ଜୀବନରକ୍ଷା କରନ୍ତୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି । ଉକ୍ତ ବନ୍ୟାଚଳ ବୁଲି ସେ ତଦାରଖ କରିଥିଲେ । ଏହି ଅବସରରେ ସେ ସରକାରଙ୍କୁ ଅନୁରୋଧ କରି ସଂପୃକ୍ତ ବନ୍ୟାଚଳରେ ବନ୍ଧବାଡ଼ି ମରାମତି ତୁରନ୍ତ କରିବାର ବ୍ୟବସ୍ଥା କରନ୍ତୁ । ଆଜି ସେ ଇଂଚରେ ଉପରୋକ୍ତ ବନ୍ୟାଚଳକୁ ଯାଇ ରିଲିଫ ବାଟିଛନ୍ତି । ସରକାର ଯଥାଶୀଘ୍ର ରିଲିଫ୍ ଔଷଧ ଓ ଗୋଖାଦ୍ୟ ପ୍ରଭାବିତ ଅଂଚଳରେ ରିଲିଫ ଯୋଗାଇ ଦେଇ ଜନସାଧାରଣଙ୍କ ଜୀବନ ରକ୍ଷା କରିବାକୁ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget