loading...

ବିଜେପି ରାଜ୍ୟ ପଦାଧୁକାରୀ ବୈଠକ ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

ବିଜେପି ରାଜ୍ୟ ପଦାଧୁକାରୀ ବୈଠକ ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ଼ା

ବିଜେପି ରାଜ୍ୟ ପଦାଧୁକାରୀ ବୈଠକ ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।


ଭୁବନେଶ୍ବର : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଗତ କାଲି ବିଜେପି ରାଜ୍ୟ ପଦାଧୁକାରୀମାନଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଶ୍ରମିକ ସମସ୍ୟା, ବିଭିନ୍ନ ଦୁର୍ନୀତି, ସାଂପ୍ରତିକ ବନ୍ୟା ପରିସ୍ଥିତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଆଦି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଛି । ଆଗାମୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାକାରୀମାନେ ଉପସ୍ଥିତ ଥିଲେ ।

ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାର ନିଷ୍ପତି ଗ୍ରହଣ କରାଯାଇଛି । କୋଭିତ-୧୯ କଟକଣା ଓ ନିୟମକୁ ପାଳନ କରାଯାଇ ଭର୍ଚୁଆଲ ମିଟିଂ ମାଧ୍ୟମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ  ସଭାପତିତ୍ବରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ଼ା ଯୋଗ ଦେବେ । ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଯୁଗ୍ଧ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ଓ ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧୁକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେବେ । ଏହି ବୈଠକ ପୂର୍ବାହ୍ନ ୧୦ ଟାରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget