
ନୁଆଦିଲ୍ଲୀ ; ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି । ଏନସିସି) ମୋବାଇଲ ଟ୍ରେନିଂ ଆପର ଆଜି ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇପାରିବ । କୋଭିଡ-19 ଯୋଗୁଁ ଦେଶବ୍ୟାପୀ କଟକଣା ଜାରି ଯୋଗୁଁ ଏନସିସି ତାଲିମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ନିକଟ ଭବିଷ୍ୟତରେ ଖୋଲା ହେବା । ସମ୍ଭାବନା ଖୁବ କମ ଥିବାରୁ ଏନସିସି କ୍ୟାଡେଟମାନଙ୍କୁ ଅନଲାଇନ ଯୋଗେ ତାଲିମ ପ୍ରଦାନ କରିବା ଆବଶ୍ୟକତା ଉପୁଜିଛି । ଏହି ଅବସରରେ ରକ୍ଷାମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବା ସହ ସେମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ ।
ସମର ଶିକ୍ଷାର୍ଥୀମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ନେଇ ସେ କାମନା କରିଥିଲେ । ଆପର ଉହାଟନ କାଳରେ ଉଦବୋଧନ ଦେଇ ସେ କହିଲେ ଯେ, କୋଭିଡ-19 ଯୋଗୁଁ ପରସ୍ପର ସହ ବ୍ୟକ୍ତିଗତ ଯୋଗାଯୋଗ କଟକଣା ଦୃଷ୍ଟିରୁ ଏହି ଆପ ସେମାନଙ୍କ ପାଇଁ ବିଭିନ୍ନ ବିଷୟ ଶିଖୁବାରେ ସହାୟକ ହେବ । ଜଣେ ଆତ୍ମବିଶ୍ବାସ ଓ ସଂକଳ୍ପବଦ୍ଧ ହୋଇ ଆଗକୁ ଚାଲିଲେ ସେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସଫଳତାର ଶୀର୍ଷକୁ ପହଞ୍ଚିପାରିବ । କୋଭିଡ ବୈଶ୍ୱିକ ମହାମାରୀ କାଳରେ କରୋନା ସମ୍ମୁଖ ଯୋଦ୍ଧ ଭାବେ କାର୍ଯ୍ୟ କରିବା ଲକ୍ଷାଧୁକ ସମର ଶିକ୍ଷାର୍ଥୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏନସିସି, ଏକଟା, ଶୃଙ୍ଖଳା ଓ ଦେଶ ସେବାର ମନ୍ତ୍ର ଦେଇଥାଏ ।
ଏନସିସି କ୍ୟାଡେଟ ଭାବେ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଏୟାର ମାର୍ଶଲ ଅର୍ଜନ ସିଂ, କ୍ରୀଡାବିତ ଅଞ୍ଜଳି ଭାଗବତ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ନିଜେ ରକ୍ଷାମନ୍ତ୍ରୀ ମଧ୍ୟ ଜଣେ ଏନସିସି କ୍ୟାଡେଟ ଥୁଲେ । ଡିଜି ଏନସିସି ମୋବାଇଲ ତାଲିମ ଆପ ଏନସିସି କ୍ୟାଡେଟମାନଙ୍କୁ ସମସ୍ତ ତାଲିମ ସାମଗ୍ରୀ (ସିଲାବସ, ପ୍ରେସି, ତାଲିମ ଭିଡ଼ିଓ ଓ ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ) ଗୋଟିଏ ପ୍ଲାଟଫର୍ମରେ ପ୍ରଦାନ କରିଥାଏ । ଏହି ଆପରେ ପ୍ରଶ୍ନ ପଚାରିବା ବ୍ୟବସ୍ଥା ଯୋଗୁଁ ଓ ଏହା ପାରସ୍ପରିକ ଆଲୋଚନାର ମଧ୍ୟ ସୁବିଧା ପ୍ରଦାନ କରିଥାଏ। ଏହି ଅପସନର ବ୍ୟବହାର କରି ଜଣେ କ୍ୟାଡେଟ ତାହାର ପ୍ରଶ୍ନ ପଚାରିପାରିବ ଏବଂ ଏକ ପ୍ରଶିକ୍ଷିତ ବ୍ୟକ୍ତିମାନେ ତାହାର ଉତ୍ତର ଦେଇପାରିବେ ।
ଏନସିସି ତାଲିମ ପାଇଁ ଏହି ଆପ ଏକ ସ୍ଵୟଂକ୍ରିୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭିଜନ ଲକ୍ଷ୍ୟକୁ ମଧ୍ୟ ସାକାର କରିପାରିବ । ପ୍ରତିରକ୍ଷା ସଚିବ ଡଃ ଅଜୟ କୁମାର, ଏନସିସି ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଚୋପ୍ରା, ମନ୍ତ୍ରଣାଳୟର ଅନ୍ୟାନ୍ୟ ବେସାମରିକ ଓ ସାମରିକ ପଦାରୀମାନେ ଏହି ଅବସରେ ଉପସ୍ଥିତ ଥିଲେ ।
Post a Comment