loading...

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଶୋକ।

ଭାରତର ପୂର୍ବତନ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଅଭିଜ୍ଞ ରାଜନେତା ଭାରତର ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ।

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଶୋକ।

ଭୁବନେଶ୍ବର : ଭାରତର ପୂର୍ବତନ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଅଭିଜ୍ଞ ରାଜନେତା ଭାରତର ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ୬୦ ବର୍ଷରୁ ଊଦ୍ଧ ସମୟ ଧରି ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥିବା ଶ୍ରୀ ମୁଖାର୍ଜୀ ଭାରତର ରାଷ୍ଟ୍ରପତି ପଦ ମଣ୍ଡନ କରିବାର ଗୌରବ ଅର୍ଜନ କରିଥିଲେ । 

ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଭାବେ ତାଙ୍କର ପ୍ରଚଣ୍ଡ ଜ୍ଞାନ, ମେଧା, ଅଭିଜ୍ଞତା ଏବଂ ଦୂରଦୃଷ୍ଟିସଂପନ୍ନ ଚିନ୍ତାଧାରା ଫଳରେ ସେ ଜଣେ ଚିନ୍ତାଶୀଳ ନୀତିନିଦ୍ଧାରକ ଭାବେ ସ୍ଵତନ୍ତ୍ର ସ୍ଥାନର ଅଧୁକାରୀ ହୋଇପାରିଥିଲେ । ଉଚ୍ଚତର ସଂସଦୀୟ ପରମ୍ପରାର ବାହକ ଭାବେ ସେ ସଦାସର୍ବଦା ନୂତନ ପିଢ଼ିର ରାଜନେତାମାନଙ୍କ ମାର୍ଗଦର୍ଶନ କରୁଥିବେ । ତାଙ୍କର ପରଲୋକ ସହିତ ଏକ ମହାନ୍ ଯୁଗର ଅବସାନ ଘଟିଛି । ମନ୍ତ୍ରୀ ଶ୍ରୀମତୀ ସାହୁ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget