loading...

ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗର ଅଭିନବ ପ୍ରୟାସ। ମୋହିଲା ସୁପର ମୋଟର ବାଇକ ରାଲି।

ଆଜି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସୁପର ବାଇକ ରାଲିର ଆୟୋଜନ କରାଯାଇଥିଲା ।

ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗର ଅଭିନବ ପ୍ରୟାସ। ମୋହିଲା ସୁପର ମୋଟର ବାଇକ ରାଲି।

ଭୁବନେଶ୍ୱର ; ଆଜି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସୁପର ବାଇକ ରାଲିର ଆୟୋଜନ କରାଯାଇଥିଲା । ଏହାକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇନ୍‌ଫୋସିଟି ପରିସରରୁ ବାହାରି ୨୫ କିମି ଦୂର ସ୍ଥିତ ଧଉଳି ଶାନ୍ତିସ୍ତୁପଠାରେ ଶେଷ ହୋଇଥିଲା । ଏଥିରେ ୯ଟି ସୁପର ବାଇକ୍ ଗୁପ୍ର ୮୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ଭା ନେଇ ଯାଇଥିବା ଏହି ରାଲିକୁ ଧଉଳି ଶାନ୍ତିସ୍ତୁପଠାରେ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଆୟୋଜିତ ସମାପନ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ବାର୍ତ୍ତା ପ୍ରଦାନ କରାଯାଇଥିଲା । 

ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପର୍ଯ୍ୟଟନର ଦ୍ୱାର ଉଡୁକ୍ତ ହେବା ଓ ସମସ୍ତଙ୍କୁ ଓଡ଼ିଶା ଭ୍ରମଣ କରିବା ପାଇଁ ସ୍ବାଗତ ଜଣାଇଥିଲେ । କୋଭିଡ୍ –୧୯କୁ ଦୃଷ୍ଟିରେ ରଖ୍ ଓଡ଼ିଶା ସରକାର ପର୍ଯ୍ୟଟକମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସ୍ଵାସ୍ଥ୍ୟ ଓ ସୁରକ୍ଷା ପ୍ରତି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ତାଙ୍କ ବାର୍ତ୍ତାରେ କହିଥିଲେ । ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ପ୍ରାକୃତିକ ପରିବେଶ ଭିତ୍ତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପର୍ଯ୍ୟଟକମାନଙ୍କୁ ବହୁଳ ଭାବେ ଆକୃଷ୍ଟ କରିପାରିଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏଗୁଡ଼ିକ ସ୍ଥାନୀୟ ସମୁଦାୟ ଦ୍ବାରା ପରିଚାଳିତ ହୋଇ ବେଶ୍ ପରିଚିତି ଲାଭ କରିବା ସହ ଆଦୃତି ଲାଭ କରିଛି, ଯାହା ବିଶ୍ଵ ପର୍ଯ୍ୟଟନ ଦିବସର ବାର୍ଭା ଗ୍ରାମ୍ୟ ପର୍ଯ୍ୟଟନର ପୁନଃଜାଗରଣ’କୁ ସୂଚାଉଛି ।

ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଲେ ଯେ ପର୍ଯ୍ୟଟନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପ ଓ ଯୋଜନା, ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ପ୍ରଚାରପ୍ରସାର ନିମନ୍ତେ ସାହାଯ୍ୟ କରିବ । ପର୍ଯ୍ୟଟକମାନଙ୍କର ସ୍ବାସ୍ଥ୍ୟ ଓ ସୁରକ୍ଷା ସହ ପର୍ଯ୍ୟଟନର ପୁନରୁଦ୍ଧାର ଉପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗୁରୁତ୍ବାରୋପ କରିଥିଲେ । ଓଡ଼ିଆ ଖାଦ୍ୟର ବହୁଳ ଭାବରେ ପ୍ରସାର ଓ ସଂସ୍କୃତିର ପ୍ରଚାର ଦିଗରେ ନିଆଯାଉଥିବା ପଦକ୍ଷେପ । ବିଷୟରେ ମନ୍ତ୍ରୀ କହିବା ସହ ନୂତନ ଭାବରେ ଆୟୋଜିତ କରାଯାଇଥିବା ‘ଓଡ଼ିଶା ସଡ଼କ ପଥରେ’ ଏକ ନୂତନ । ଅଧାୟ ସୃଷ୍ଟି କରିବ ବୋଲି କହିଥିଲେ । ଓଡ଼ିଶା ସଡ଼କ ପଥରେ' ଏଭଳି ଏକ ଅଭିନବ ପର୍ଯ୍ୟଟନ ଅଭିଯାନ କଳିଙ୍ଗ ମୋଟର ବାଇକ୍ ଚାଳକ ଓ ସୁପର ବାଇକ୍ ରାଲି ମାଧ୍ୟମରେ ଆରମ୍ଭ କରାଯାଇଛି ଯାହାଦ୍ବାରା ଓଡ଼ିଶାର ରୋଡ୍ ନେଟ୍ ର୍କର ସଦୁପଯୋଗ କରି ପର୍ଯ୍ୟଟକମାନେ ବିଭିନ୍ନ ପ୍ରାକୃତିକ ତଥା ପର୍ଯ୍ୟଟନ ସ୍ଥଳୀର ଉପଭୋଗ କରି ପାରିବେ । 
ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗର ଅଭିନବ ପ୍ରୟାସ। ମୋହିଲା ସୁପର ମୋଟର ବାଇକ ରାଲି।

ଏଥୁ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ନିଗମ ଦ୍ଵାରା ପରିଚାଳିତ ହୋଟେଲ୍ ତଥା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଭ୍ରମଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସଡ଼କ ପଥ ଭ୍ରମଣ ଦ୍ବାରା ସ୍ଥାନୀୟ ଅଞ୍ଚଳର ବିକାଶ ସହ ଆମର ଅର୍ଥନୀତିର ବିକାଶ ଦିଗରେ ସହାୟକ ହେବ । ପୁନଶ୍ଚ, ଏହି ସଡ଼କ ପଥ ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ ‘ବଣଭୋଜି' ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ୍ ପର୍ଯ୍ୟଟକମାନଙ୍କ ଭ୍ରମଣର ସୁବ୍ୟବସ୍ଥା ନିମନ୍ତେ ଆରମ୍ଭ କରିଛନ୍ତି । ଏହି ଅବସରରେ ଓଡ଼ିଶାର ବ୍ୟଞ୍ଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାରପ୍ରସାର ନିମନ୍ତେ ନିମନ୍ତ୍ରଣ ନାମରେ କେତେଗୁଡ଼ିଏ ରେଷ୍ଟୁରାଣ୍ଟର ଆରମ୍ଭ କରାଯାଇଛି । ଓଡ଼ିଶା ପର୍ଯ୍ୟଟନ ନିଗମର ଏହି ପ୍ରୟାସ ଦ୍ଵାରା ପର୍ଯ୍ୟଟନର ପ୍ରସାର ସହ ଓଡ଼ିଆ ଖାଦ୍ୟର ବିଭିନ୍ନତା ଓ ରୁଚି ପର୍ଯ୍ୟଟକମାନଙ୍କ ନିକଟରେ ପହଞ୍ଚି ପାରିବ । 

ବର୍ତ୍ତମାନ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ଆରମ୍ଭ ହେବାକୁ ଯାଇଥିବା ସମୟରେ, ପର୍ଯ୍ୟାୟ କ୍ରମେ ଏହା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଖୋଲିବା ନିମନ୍ତେ ପ୍ରୟାସ କରାଯାଉଛି । ଏହି ଅବସରରେ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କର ନାମ ଘୋଷଣା କରାଯାଇଥିଲା । ଏହି ଉତ୍ସବରେ ବିଭାଗୀୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ଆର୍. ଯାଦବ, ପିସିସିଏଫ୍ ୱାଇଲ୍ଡ ଲାଇଫ), ସମସ୍ତ ବାଇକ ଆରୋହୀ, ନିମନ୍ତ୍ରିତ ଅତିଥି ଓ ପର୍ଯ୍ୟଟନ ବିଭାଗର ସମସ୍ତ ଅଧୁକାରୀ ଯୋଗଦେଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget