ନୂଆଦିଲ୍ଲୀ/ ଭୁବନେଶ୍ବର ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଡର ଟେରୋରିଜିମ୍ କାଉନସିଲ ପକ୍ଷରୁ ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ମଳନୀରେ ଉପସ୍ଥିତ ବିଭିନ୍ନ ବିଦେଶୀ କମ୍ପାନୀଙ୍କୁ ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସୁଛ, ସୁଲଭ ଓ ସ୍ଥିର ଉର୍ଜାକୁ ଅଧୁକ ଧ୍ୟାନ ଦିଆଯିବ । ଭାରତର ଉର୍ଜା କମ୍ପାନୀମାନେ ନୂଆ ଉପାୟରେ ଏବଂ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖୁବା ଦିଗରେ କାମ କରୁଛନ୍ତି । ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଯଥା ଉର୍ଜା ଉପଲଛି, ଦକ୍ଷତା, ସ୍ଥିର, ନିରାପତ୍ତା ଏବଂ ସୁଲଭ ମୂଲ୍ୟର ଉର୍ଜା ଉପରେ ଗୁରୁତ୍ବ ଦିଆଯାଉଛି । ଏ ମର୍ମରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ୨୦ ୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲୁଅଛି ।
ଏମଏନଆରଇର କିଷାନ ଉର୍ଜା ଇଭାମ ଉଥାନ ଅଧୀନ ମହାଭିଯାନରେ ୧୫ ଲକ୍ଷରୁ ଉଦ୍ଧି ସୋଲାର ପମ୍ପର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି । ପରିବହନ ମନ୍ତ୍ରଣାଳୟ ସିଏନଜିକୁ ଏକ ବିକଳ୍ପ ଇନ୍ଧନରେ ଗ୍ରହଣ କରୁଛି ଓ ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପର ବିକାଶ କରି ସ୍ଵଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । କୋଭିଡ୍-୧୯ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଉର୍ଜାର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନୀମାନେ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁ ଅଶୋଧୂତ ତୈଳ ଆମଦାନୀ କରୁଛନ୍ତି । ହାଇଡ୍ରୋକାର୍ବନ୍ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି ।
୨୦ ୨୦ ବର୍ଷ ଏପ୍ରିଲ ଏବଂ ମଇରେ ଅଶୋଧୂ ତୈଳର ମୂଲ୍ୟ କମ୍ ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରରେ ୧୬ ମିଲିୟନ ବ୍ୟାରେଲ ଅଶୋଧୁତ ତୈଳ ଭର୍ତ୍ତି କରାଯାଇଛି । ଯଦ୍ୱାରା ସରକାରଙ୍କ ୫ ହଜାରରୁ ଅଧୁକ କୋଟି ସଞ୍ଚୟ ହୋଇପାରିଛି । ସଂପ୍ରସାରଣରେ ଦୃତ ଗତିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅଶୋଧୁ ତୈଳର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଯଥା ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନରେ ବୃଦ୍ଧି, ଜୈବ ଏବଂ ନବୀକରଣ ଉର୍ଜା ପ୍ରୋତ୍ସାହନ, ଉର୍ଜା ସଂରକ୍ଷଣ ଏବଂ ଦକ୍ଷତା, ଅଶୋଧୂ ତୈଳ ପ୍ରକ୍ରିୟାରେ ଉନ୍ନତିକରଣ ଏବଂ ପ୍ରତିସ୍ଥାପନ ଚାହିଦା ଭଳି ରଣନୀତି ସୁପ୍ରଭାବ ପକାଇଛି ।
ବିଗତ ୬ ବର୍ଷରେ ଭାରତର କୁଟନୈତିକ ଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ହୋଇଛି । ଋଷ, ଆମେରିକା, ସାଉଦିଆରବ ଏବଂ ୟୁଏଇ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment