ଭୁବନେଶ୍ବର ; ରାଜକିଶୋର ସାବତଙ୍କ ବିୟୋଗରେ ଉତ୍କଳ ସ୍ଵାଭିମାନ ଓ ଜେଏଇ, ଓଡ଼ିଶା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ୫୨ ବର୍ଷ ବୟସ୍କ ବରିଷ୍ଠ ଦୃଷ୍ଟିହୀନ ସମାଜସେବୀ ତଥା ଡ. ରନ୍କର ଦାସ ମେମୋରିଆଲ୍ ଦୃଷ୍ଟିହୀନ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା, ତ୍ରୈମାସିକ ପତ୍ରିକା ଦିବ୍ୟଦୃଷ୍ଟି ଓଡ଼ିଶା ଓ ପ୍ରଜ୍ଞାର ସଂପାଦକ, ପୀଇଁଲାଖୁ ପକ୍ଲିକ୍ ୱେଲ୍ଫେୟାର ଅର୍ଗାନାଇଜେସର ସ୍ରଷ୍ଟା ତଥା ପତିତପାବନ ସେବାସଂଘର ପରିଚାଳିତ ଦୃଷ୍ଟିବାଧୂତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜକିଶୋର ସାବତ ଇହଲୀଳା ସମ୍ବରଣ କରିଛନ୍ତି । ୨୭ ତାରିଖ ପୂର୍ବାହ୍ନରେ ଭୁବନେଶ୍ଵର କିମସ୍ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରି ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ଅମରାତ୍ମାର ସଦ୍ଗତି ନିମନ୍ତେ ଉତ୍କଳ ସ୍ବାଭିମାନ ଓ ଜେଏଇ ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା, ଓଲସ୍, ଭୁବନେଶ୍ବରର ଉପାଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର, ଉତ୍କଳ ସ୍ଵାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ ଓ ସଂପାଦକ ପ୍ରଭାକର ତ୍ରିପାଠୀ, ଏସିଏସିଆଡ଼ି, ଭୁବନେଶ୍ବରର ସହକାରୀ ନିର୍ଦ୍ଦେଶକ ଡ. ରାମକିଶୋର ଶର୍ମା, ହୀରାକୁଦ ଡିଗ୍ରୀ କଲେଜର ଅଧ୍ୟାପିକା ଡ. ମଞ୍ଜୁଲତା ପଣ୍ଡା, ଜେଏଇ, ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ଦାଶରଥା ମୁର୍ମୁ, ଏଆଇଏସ୍ଆର୍, ଓଡ଼ିଶାର ଅଧ୍ୟାପକ ଶ୍ରୀ ମୁରଲୀଧର ଦାସ ଏବଂ ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ଅନୁଷ୍ଠାନମାନ ଭଚୁଆଲ୍ ପ୍ଲାଟ୍ଫର୍ମ ମାଧ୍ୟମରେ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।
ଇତି ଅବସରରେ ପପିଡବ୍ଲଡିର ଅଧ୍ୟକ୍ଷ ଗଗନ ବିହାରୀ ଦାସ, ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ ଓ ଅଧ୍ୟାପକ ଲକ୍ଷ୍ମୀଧର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାର ପ୍ରଥମ ଦୃଷ୍ଟିବାତ ପ୍ରଶାସନିକ ଅଧୁକାରୀ ଶ୍ରୀ ସନ୍ୟାସୀ କୁମାର ବେହେରା ସଂଯୋଜନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଶିକ୍ଷକ ଶ୍ରୀ ଗିରୀଶ ଚନ୍ଦ୍ର ବେହେରା ଜଗନ୍ନାଥ ଅଷ୍ଟକମ ପାଠ କରିଥିଲେ ଏବଂ ଶେଷରେ ସଂଗୀତ ଶିକ୍ଷୟିତ୍ରୀ କୁମାରୀ ମେଘମାଳା ପଣ୍ଡା ସମାପନୀ ସଂଗୀତ ଗାନ କରିଥିଲେ ।
Post a Comment