ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-କାମ୍ବୋଡିଆ ମଧ୍ୟରେ ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷରକୁ ଅନୁମୋଦନ ମିଳିଛି । ଏହି ଦ୍ଵିପାକ୍ଷିକ ବୁଝାମଣାପତ୍ର ସ୍ଵାକ୍ଷରିତ ହେଲେ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ । ଏହି ଦ୍ଵିପାକ୍ଷିକ ରାଜିନାମା ଭାରତ ଓ କାମ୍ବୋଡିଆର ସଂପର୍କକୁ ମଜବୁତ କରିବ । ଯେଉଁଦିନ ଏହା ସ୍ଵାକ୍ଷରିତ ହେବ ସେହିଦିନଠାରୁ 5 ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଦୁଇ ଦେଶମଧ୍ୟରେ ଏହି ସହଯୋଗ ନିମ୍ନୋକ୍ତ କ୍ଷେତ୍ରରେ ଲାଗୁ ହେବ ।
1) ମାତୃ ଓ ଶିଶୁ ସ୍ୱାସ୍ଥ୍ୟ । 2) ପରିବାର ନିୟନ୍ତ୍ରଣ । 3) ଏଚଆଇଭି/ଏଡସ ଏବଂ ଟିବି। । 4) ଡ୍ରଗ ଏବଂ ଫାର୍ମାସ୍ୟୁଟିକାଲ । 5) ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର । 6) ଜନସ୍ୱାସ୍ଥ୍ୟ ଏବଂ ସଂକ୍ରାମକ ବ୍ୟାଧି 7) ରୋଗ ନିୟନ୍ତ୍ରଣ (ସଂକ୍ରାମକ ଓ ଅଣସଂକ୍ରାମକ) । 8) ଭେଷଜ ଗବେଷଣା ଓ ବିକାଶ, ତେବେ ଏହା କାମ୍ବୋଡିଆର ନ୍ୟାସନାଲ ଏଥିକ୍ସ କମିଟି ଏବଂ ଭାରତର ଏଥି ସଂକ୍ରାନ୍ତ ବିଭାଗ ଓ ମନ୍ତ୍ରଣାଳୟର ଅନୁମୋଦନକ୍ରମେ କରାଯିବ । 9) ଡାକ୍ତରୀ ଶିକ୍ଷା । 10) ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ମାନବ ସମ୍ବଳ ବିକାଶ । 11) କ୍ଲିନିକାଲ ଅର୍ଦ୍ଧକ୍ଲିନିକାଲ ଓ କୌଶଳ ବିକାଶ ତାଲିମ । 12) ପାରସ୍ପରିକ ସହଯୋଗ ଭିତ୍ତିରେ ଅନ୍ୟ ଯେକୌଣସି ବିଷୟ ବା କ୍ଷେତ୍ର ।
Post a Comment