ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି ।
ଆରୋଗ୍ୟ ବନ ଓ ଆରୋଗ୍ୟ କୁଟୀର-
17 ଏକର ପରିମିତ ଅଞ୍ଚଳରେ ଆରୋଗ୍ୟ ବନରେ 380 ପ୍ରଜାତିର ପ୍ରାୟ 5 ଲକ୍ଷ ଗଛ ରହିଛି । ଆରୋଗ୍ୟ କୁଟୀର ଏକ ପାରମ୍ପରିକ ଚିକିତ୍ସା ସୁବିଧା ଥିବା ସୁଧାର କେନ୍ଦ୍ର । ଏହା ଆୟୁର୍ବେଦ, ସିଦ୍ଧ, ଯୋଗ ଏବଂ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସ୍ଵାସ୍ଥ୍ୟସେବା ଯୋଗାଇବ ।
ଏକତା ମଲ-
ଦେଶର ଏକତା ଓ ବିବିଧତାର ପ୍ରତୀକ ଭାବେ 35 ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ମଲରେ ହସ୍ତକଳା ଓ ଦେଶର ପାରମ୍ପରିକ ସାମଗ୍ରୀମାନ ଉପଲବ୍ଧ ହେବ । ମାତ୍ର 110 ଦିନ ମଧ୍ୟରେ ନିର୍ମିତ ଏହି ମଲରେ 20ଟି ଏମ୍ପୋରିୟମ ରହିଛି ।
ଶିଶୁ ପୋଷଣ ଉଦ୍ୟାନ ଏବଂ ମିରର ମଜେ-
ବିଶ୍ଵର ପ୍ରଥମ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶିଶୁ ପୋଷଣ ଉଦ୍ୟାନ 35 ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି । ଉଦ୍ୟାନର ବିଭିନ୍ନ ସ୍ଥାନ ଯଥା ଫଳଶାକ ଗୃହମ, ପୟୋନଗରୀ, ଅର୍ଣ୍ଣପୂର୍ଣ୍ଣା, ପୋଷଣ ପୁରାଣ ଏବଂ ସ୍ୱାସ୍ଥ୍ୟ ଭାରତମ ଭଳି ବିଷୟବସ୍ତୁ ଉପରେ ଆଧାରିତ ସ୍ଥାନକୁ ବୁଲିବାକୁ ଯିବା ପାଇଁ ଏକ ପୋଷଣ ଟ୍ରେନର ମଧ୍ୟ ବ୍ୟବସ୍ଥା ରହିଛି । ମିରର ମଜେ ଓ 5 ଡି ଭର୍ଚୁଆଲ ଥିଏଟର ଭଳି ଶୈକ୍ଷିକ କାର୍ଯ୍ୟକଳାପ ଜରିଆରେ ଏହା ପୋଷଣ ସଚେତନତା ବୃଦ୍ଧି କରିବ ।
Post a Comment