loading...

୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି ।

୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର ; ଆଜି ୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ –୧୯ ମହାମାରୀ ସମୟରେ ଏସ୍.ଏଲ୍.ବି.ସି, ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ଅନ୍ୟାନ୍ୟ ବ୍ୟାଙ୍କମାନେ ସାଧାରଣ ଜନତାଙ୍କୁ ଜାରି ରଖିଥିବା ସହଯୋଗ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ଭର୍ଚୁଆଲ୍ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ଡାକ୍ତର ଏବଂ କୋଭିଡ୍ ଯୋଦ୍ଧାମାନେ ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବାବେଳେ ବ୍ୟାଙ୍କରମାନେ ମଧ୍ୟ ଜନସାଧାରଣଙ୍କ ଜୀବିକା ବଞ୍ଚାଇବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଲଡାଉନ ସମୟରେ ସେମାନେ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇଛନ୍ତି । ବ୍ୟାଙ୍କର ପରିବାରର ଯେଉଁମାନେ କୋଭିରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ ।

ଶ୍ରୀ ଅସିତ ତ୍ରିପାଠୀ କହିଥିଲେ କୋଭିଡ୍ – ୧୯ର ବିଭିନ୍ନ ପ୍ରଭାବ ସତ୍ତେ ରାଜ୍ୟ ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଉପଯୁକ୍ତ ବିକାଶ ପଥରେ ରହିଛି । ଏପରିକି କୃଷି କ୍ଷେତ୍ରରେ ମଧ୍ୟ ଆଗୁଆ ରହିଛି ଏବଂ ନଗଦ ଜମା ଅନୁପାତରେ ପ୍ରାୟତଃ ଜାତୀୟ ହାର ସହିତ ସମାନ ରହିଛି ବୋଲି କହିଥିଲେ । ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ କୋଭିଡ୍ – ୧୯ ମହାମାରୀର ଲଡାଉନ୍ ସମୟ ଏବଂ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ନଗଦ ଅର୍ଥ ଯୋଗାଣରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଅପହଞ୍ଚ ସ୍ଥାନଗୁଡ଼ିକରେ ସ୍ଥାୟୀ ବ୍ୟାଙ୍କ ଖୋଲିବ ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା ୬୫ଟି ସ୍ଥାୟୀ ବ୍ୟାଙ୍କ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର କାର୍ଯ୍ୟକ୍ରମ ରହିଛି । କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା କିଷାନ କ୍ରେଡିଟ୍ କାର୍ଡ଼ ଯୋଗାଣ ଏବଂ ହିତାଧୁକାରୀମାନଙ୍କୁ ଚିହ୍ନଟୀକରଣ କରିବା ଏବଂ ଭାଗଚାଷୀମାନଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନେ ଅଗ୍ରାଧୁକାର ଦେବା ପାଇଁ କହିଥିଲେ । କୃଷି ଏବଂ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ସୌରଭ ଗର୍ଗ ଶସ୍ୟଗଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କମାନେ ସକ୍ରିୟ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । 

ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏ.କେ. ମୀନା କହିଥିଲେ ୨୦୨୦ରୁ ୨୦୨୧ ପାଇଁ ୯୦,୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ୩୦ ଜୁନ୍ ପର୍ଯ୍ୟନ୍ତ ୧୮, ୨୨୪.୪୯ କୋଟି ଟଙ୍କା ଅର୍ଥାତ ଶତକଡ଼ା ୨୦.୧୬ ଭାଗ ଲକ୍ଷ୍ୟ ହାସଲ ହୋଇଛି । କୃଷି କ୍ଷେତ୍ରରେ ବାର୍ଷିକ ଲକ୍ଷ୍ୟ ହାସଲ କିଛି ମାତ୍ରାରେ ହୋଇଥିବା ବେଳେ ମତ୍ସ୍ୟଚାଷ, କୃଷି ଭିତ୍ତିଭୂମି, ଶିକ୍ଷା ଆଦି କ୍ଷେତ୍ରରେ ରାଜ୍ୟରେ ବହୁ ସମ୍ଭାବନା ରହିଥିଲେ ମଧ୍ୟ ଏସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି । ନଗଦ ଜମା ଅନୁପାତ (CD Ratio) କ୍ଷେତ୍ରରେ ବୌଦ୍ଧ, ଯାଜପୁର ଏବଂ ଝାରସୁଗୁଡ଼ା ୬୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ଅନ୍ୟ ୧୨ଟି ଜିଲ୍ଲା ୪୦ ପ୍ରତିଶତରୁ କମ୍ ନଗଦ ଜମା ଅନୁପାତ ରହିଛି । ଏ ବାବଦରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏଡିଏମ୍ ଏବଂ ସମସ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଶ୍ରୀ ମୀନା ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ମୁଖ୍ୟ ବ୍ୟାଙ୍କମାନଙ୍କ ଦ୍ଵାରା ଅନନ୍ତପକ୍ଷେ ତିନୋଟି ଭ୍ରାମ୍ୟମାଣ ଏଟିଏମ୍ ଭ୍ୟାନ ରାଜ୍ୟର ସମସ୍ତ ଅଞ୍ଚଳକୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏସ୍‌ଆଇ, ୟୁକୋ ବ୍ୟାଙ୍କ ଏବଂ ୟୁନିୟନ୍ ବ୍ୟାଙ୍କ ଏ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିଥିଲେ । କୋଭିଡ୍ ସ୍ଥିତିରୁ ପୁନର୍ବାର ଆର୍ଥିକ କ୍ଷେତ୍ରକୁ ବିକଶିତ କରିବା ପାଇଁ ଆତ୍ମନିର୍ଭର ଭାରତ । ପ୍ୟାକେଜ୍ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟାଙ୍କମାନଙ୍କୁ ଯୋଗାଇ ଦେଇଥିବାବେଳେ ସଂପୃକ୍ତ ବ୍ୟାଙ୍କମାନେ ଏବଂ । ଅଂଶୀଦାରମାନେ ଗ୍ରାମୀଣ ଅର୍ଥନୀତି ତଥା ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନେବା ଆବଶ୍ୟକ । କୃଷି, । ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରମୁଖ ଶାସନ ସଚିବ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଏମ୍ଏସ୍ଏମ୍ଇ । କ୍ଷେତ୍ରରେ ରାଜ୍ୟ ସଂପୂର୍ଣ୍ଣ ଆଗୁଆ ରହିଛି ଏବଂ ଆଗାମୀ ପାଞ୍ଚ ମାସରେ ସମସ୍ତ ଲକ୍ଷ୍ୟଧାର୍ଯ୍ୟ ହୋଇପାରିବ । 

ଡିଏଫ୍ଏସ୍ ସଚିବ ଦେବାଶିଷ ପଣ୍ଡା କହିଥିଲେ ବ୍ୟାଙ୍କରମାନେ ଆବେଦନକାରୀଙ୍କ ଋଣ ଆବେଦନଙ୍କୁ ଅଗ୍ରାଧୁକାର ଭିଭିରେ ମଞ୍ଜୁର କଲେ ହିତାଧୁକାରୀମାନେ ଶୀଘ୍ର ଉପକୃତ ହୋଇ ପାରିବେ । ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି କ୍ଷେତ୍ରରେ ବ୍ୟାଙ୍କରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାବେଳେ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ପାଇଁ ବ୍ୟାଙ୍କମାନେ ଖୁବ୍ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋଏଲ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମଲ୍ଲ, ନାବାର୍ଡ ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦ୍ରଶେଖର, ଏସ୍‌ବିଆଇ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଦେ ଏବଂ ୟୁକୋ ବ୍ୟାଙ୍କ ସାଧାରଣ ପରିଚାଳକ ତଥା ଆବାହକ ଶ୍ରୀ ଜେନା ଏବଂ ବିଭିନ୍ନ ବ୍ୟାଙ୍କର ମୁଖ୍ୟଙ୍କ ସମେତ ଏଡ଼ିଏମ୍‌ମାନେ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget