ଭୁବନେଶ୍ୱର; ପୂର୍ବ ତଟ ରେଳପଥର ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଆଜି ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ରେଳ ସଦନ ନିକଟସ୍ଥ ରେଳବାଇ ଷ୍ଟାଡିୟମ ଠାରେ ରାଷ୍ଟ୍ରିୟ ଏକତା ଦିବସ (ଜାତୀୟ ଏକତା ଦିବସ) ପାଳନ କରିଛି।
ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଆୟୋଜିତ ମାର୍ଚ୍ଚ ପାଷ୍ଟ ରେ ଆରପିଏଫ୍ କଣ୍ଟିଜେଣ୍ଟଙ୍କ ସହ ଅଭିବାଦନ ଗ୍ରହଣ କରିଥିବା ବେଳେ ସମସ୍ତ ସୁରକ୍ଷା କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ଜାତିର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ଦିଗରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମାର୍ଗଦର୍ଶନ ଏବଂ କାର୍ଯ୍ୟାବଳୀକୁ ଧ୍ୟାନ ଦେଇ ନିଜକୁ ଉତ୍ସର୍ଗ କରିବାକୁ ଶପଥ ଗ୍ରହଣ କରାଇଥିଲେ |
ପୂର୍ବ ତଟ ରେଳପଥର ରେଳବାଇ ସୁରକ୍ଷାବଳ ଇନ୍ସପେକ୍ଟର ଜେନେରାଲ୍ ଏବଂ ପ୍ରମୁଖ ସୁରକ୍ଷା ଆୟୁକ୍ତ (ଆଇଜି ଏବଂ ପ୍ରିନସିପାଲ ଚିଫ ସେକୁରିଟି କମିଶନର) ଶ୍ରୀ ରାଜା ରାମ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିବାର ଉଦେଶ୍ୟ ସମ୍ବନ୍ଧରେ କହିଥିଲେ | ଏହି ଅବସରରେ ପୂର୍ବ ତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହ ଆରପିଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ |
Post a Comment