loading...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଦ୍ୱାରା ଲାଗୁ କରାଯାଉଥିବା ସେବାଶୁଳ୍କ ସର୍ଭିସ ଚାର୍ଜର ବାସ୍ତବ ସ୍ଥିତି ସଂପର୍କରେ ରିପୋର୍ଟ ।

କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଦ୍ୱାରା ଲାଗୁ କରାଯାଉଥିବା ସେବାଶୁଳ୍କ ସର୍ଭିସ ଚାର୍ଜର ବାସ୍ତବ ସ୍ଥିତି ସଂପର୍କରେ ରିପୋର୍ଟ ।

ନୂଆଦିଲ୍ଲୀ ; କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି । 

ଜନଧନ ଆକାଉଣ୍ଟ ସମେତ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ (ବିଏସ୍‌ବିଡି)- କ୍ଷେତ୍ରରେ କୌଣସି ସର୍ଭିସ ଚାର୍ଜ ଲାଗୁ କରାଯିବାର ବ୍ୟବସ୍ଥା ନାହିଁ । ଏହି 60.04 କୋଟି ବିଏସ୍‌ବିଡି ଆକାଉଣ୍ଟ ମଧ୍ୟରେ 41.13 କୋଟି ଜନଧନ ଆକାଉଣ୍ଟ ଅନ୍ତର୍ଭୁକ୍ତ । ଜନଧନ ଆକାଉଣ୍ଟ ଖୋଲିଥିବା ଲୋକମାନେ ଗରିବ ଏବଂ ସେମାନେ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳର ଅଧିବାସୀ । ଅତଏବ ଏହି ବର୍ଗର କୌଣସି ଜମାଖାତାଧାରୀଙ୍କଠାରୁ ସର୍ଭିସ ଚାର୍ଜ ନେବାର ବ୍ୟବସ୍ଥା ନାହିଁ । ଏମାନଙ୍କୁ ମାଗଣା ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ରହିଛି । ନିୟମିତ ସେଭିଙ୍ଗସ୍‌ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, କ୍ୟାଶ କ୍ରେଡିଟ ଆକାଉଣ୍ଟ ଓ ଓଭରଡ୍ରାଫ୍ଟ ଆକାଉଣ୍ଟ ଆଦି କ୍ଷେତ୍ରରେ ସର୍ଭିସ ଚାର୍ଜ ବୃଦ୍ଧି କରାଯାଇନାହିଁ । 

କେବଳ ବ୍ୟାଙ୍କ ଅଫ୍‌ ବରୋଦା ଚଳିତ ନଭେମ୍ବର 1 ତାରିଖଠାରୁ ମାସିକ ମାଗଣା ଟଙ୍କା ଜମା ଓ ଉଠାଣ ଉପରେ କେତେକ ପରିବର୍ତ୍ତନ କରିଛି । ଏହି ବ୍ୟବସ୍ଥାରେ ବିନା ସର୍ଭିସ ଚାର୍ଜରେ ଟଙ୍କା ଜମା ଓ ଉଠାଣ ସଂଖ୍ୟାକୁ 5 ଥରରୁ 3 ଥରକୁ ହ୍ରାସ କରାଯାଇଛି । ଅର୍ଥାତ୍‌ ଜମାକାରୀ ମାସକୁ 3 ଥର ଲେଖାଏଁ ମାଗଣାରେ ଟଙ୍କା ଜମା ଓ ଉଠାଇବାର ସୁବିଧା ପାଇବେ । ଏହି ମୁକ୍ତ କାରବାର ସୁବିଧା ବାହାରେ ବ୍ୟାଙ୍କ ସହିତ କାରବାରରେ ଅନ୍ୟ କୌଣସି ଦେୟ ବୃଦ୍ଧି କରାଯାଇନାହିଁ । ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ କୁହାଯାଇଛି ଯେ ସାଂପ୍ରତିକ କରୋନା ମହାମାରୀ ଦୃଷ୍ଟିରୁ ଏହି ପରିବର୍ତ୍ତନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିକଟ ଅତୀତରେ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି । 

ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହଙ୍କ ସମେତ ଦେଶର ସମସ୍ତ ବ୍ୟାଙ୍କ ନିଜର ସେବା ଯୋଗାଣ ପାଇଁ ଦେୟ ଧାର୍ଯ୍ୟ କରିବାକୁ ଅଧିକୃତ । ତେବେ ଏହି ଦେୟ ବା ସର୍ଭିସ ଚାର୍ଜ ଲାଗୁ କରିବାବେଳେ ତାହା ନ୍ୟାୟୋଚିତ, ସ୍ୱଚ୍ଛ, ପାତରଅନ୍ତର ବିହୀନ ଏବଂ ଯୁକ୍ତି ସଂଗତ ହେବା ଉଚିତ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି । ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହ ଜଣାଇଛନ୍ତି ଯେ ନିକଟ ଭବିଷ୍ୟତରେ ବ୍ୟାଙ୍କର ସର୍ଭିସ ଚାର୍ଜ ବଢାଇବାର କୌଣସି ପ୍ରସ୍ତାବ ସେମାନଙ୍କର ନାହିଁ । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ସେମାନେ ଗ୍ରହଣ କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget