ଭୁବନେଶ୍ୱର; ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ସ୍ଵରୂପ ଚଳିତ ଆର୍ଥିକ ବର୍ଷ ନଭେମ୍ବର ଶେଷସୁଦ୍ଧା ୨୭୮ ଟି ୟୁନିଟ୍ କୁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ଏହା ସହ ୨୦୧୯ ମସିହା ଏପ୍ରିଲ୍ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ପାଇଥିବା ଉଦ୍ୟୋଗ ସଂଖ୍ୟା ୬୩୩୯ କୁ ବୃଦ୍ଧି ପାଇଛି । ମୁଖ୍ୟ । ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତା ସଂପନ୍ନ ବୈଠକରୁ ଏହା ଜଣାପଡିଛି ।
ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ । ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ସହ ରିହାତି ମଞ୍ଜୁର ନିମନ୍ତେ ନୂତନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରିହାତି ପାଇଁ ଆସିଥିବା ନୂତନ ପ୍ରସ୍ତାବର ବିଚାର କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ । ୨ ଟି ଉଦ୍ୟୋଗ ପାଇଁ ୨.୯୪ କୋଟି ଟଙ୍କାର ପୁଞ୍ଜି ନିବେଶ ରିହାତିକୁ ନିତୀଗତ ଅନୁମୋଦନ ଦେଇଥିଲେ । ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ପୂର୍ଣ୍ଣ ସନ୍ଥ, ସହଯୋଗୀ ଓ ସୁଗମ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀ ତ୍ରିପାଠୀ କହିଥିଲେ ଯେ "ଅଣୁ ଓ କ୍ଷୁଦ୍ର ଶିନ୍ନ ଗ୍ରାମୀଣ ଆର୍ଥିକ ବ୍ୟବସ୍ଥାର ମୁଖ୍ୟ ପରିଚାଳକ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମୁଖ୍ୟ ମାଧମ" । ସର୍ବଦା ଗ୍ରାମୀଣ । ଉଦ୍ୟୋଗୀଙ୍କ ସଂପର୍କରେ ରହି ସେମାନଙ୍କର ଆତ୍ମବିଶ୍ୱଶ ବୃଦ୍ଧିରେ ସହାୟକ ହେବା ନିମନ୍ତେ ଶ୍ରୀ ତ୍ରିପାଠୀ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧୁକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ୫.୨୬ କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରତିଷ୍ଠିତ କୃପାଳୁ ସଲଭେଷ୍ଟ ତୈଳ ଉଦ୍ୟୋଗ, ଏବଂ, ବରଗଡ ଜିଲ୍ଲାର ଅତାବିରାଠାରେ ୪.୮୭ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠିତ ଶ୍ରୀରାମ ତୈଳ ଉଦ୍ୟୋଗ ପାଇଁ ଯଥାକ୍ରମେ ୧.୭ କୋଟି ଏବଂ ୧.୨୧ କୋଟି ଟଙ୍କାର ପୁଞ୍ଜିନିବେଶ ରିହାତି ପ୍ରସ୍ତାବକୁ ବୈଠକରେ ନିତୀଗତ ଅନୁମୋଦନ ଦିଆଯାଇଥିଲା ।
ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ଜଣାଇଥିଲେ ଯେ ଏହା ସହ ଚଳିତ ବର୍ଷ । ନଭେମ୍ବର ଶେଷସୁଦ୍ଧା ସମୁଦାୟ ୨୭୮ ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସମୁଦାୟ ୨୫.୪୭ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମଞ୍ଜୁର କରାଗଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଯେ ବିଭିନ୍ନ ନିୟାମକ ବଳରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସରକାର ମୁଖ୍ୟତଃ ତିନି ପ୍ରକାର ପ୍ରତ୍ୟକ୍ଷ ଆର୍ଥିକ ପ୍ରୋତ୍ସାହନ ଯୋଗାଉଛନ୍ତି । ଏଗୁଡିକ ହେଲା ପୁଞ୍ଜିନିବେଶ ରିହାତି, ୫ ବର୍ଷ ପାଇଁ ବ୍ୟାଙ୍କ ରଣ ସୁଧ ରିହାତି ଏବଂ ୫ ବର୍ଷ ପାଇଁ ମୂଲ୍ୟଯୁକ୍ତ କର (ଭାଟ୍) ରିହାତି, ଏହାଛଡା ସରକାରୀ ବିଭାଗ ଏବଂ ସାଧାରଣ ଉଦ୍ୟୋଗମାନେ ଅତିକମରେ ନିଜ ଆବଶ୍ୟକତାର ୨୦% ଭାଗ ସ୍ଥାନୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରୁ କ୍ରୟ କରିବାର ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ମଧ୍ୟ ଶ୍ରୀ ସାହୁ କହିଥିଲେ ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ୨୦୧୯–୨୦ ଆର୍ଥିକ ବର୍ଷରେ ୩୬୧ ଟି ଉଦ୍ୟୋଗକୁ ୩୪.୫୨ କୋଟି ଟଙ୍କାର ଆର୍ଥିକ ପ୍ରୋସ୍ବାହନ ଦିଆଯାଇଥିଲା । ଚଳିତ ବର୍ଷ ନଭେମ୍ବର ଶେଷସୁଦ୍ଧା ୨୭୮ ଟି ଉଦ୍ୟୋଗକୁ ୨୫.୪୭ କୋଟି ଟଙ୍କା ଦିଆଯାଇଛି । ଫଳରେ ୨୦୧୯ ମସିହା ଏପ୍ରିଲ ମାସଠାରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୩୯ ଟି ଉଦ୍ୟୋଗକୁ ସମୁଦାୟ ୬୯୯୯ କୋଟି ଟଙ୍କାର ପ୍ରତ୍ୟକ୍ଷ ପ୍ରୋତ୍ସାହନ ଦିଆଯାଇଛି । ଏହି ଉଦ୍ୟୋଗ ଗୁଡିକ ମୁଖ୍ୟତଃ ଫ୍ରାଏ ଆସ୍ ଇଟା, ଅଣ୍ଡା ରଖୁବା କାଗଜ ଟ୍ରେ, ପ୍ୟାକିଂ କାଗଜ ପ୍ରସ୍ତୁତି, ପ୍ଲାଷ୍ଟିକ୍ ଉତ୍ପାଦ, କାକୁ ପ୍ରକ୍ରିୟାକରଣ, ଧାନ କୁଣ୍ଡା ତେଲ, ସିମେଣ୍ଟ୍ ଜାତ ପଦାର୍ଥ, ଚିଙ୍ଗୁଡି ପ୍ରକ୍ରିୟାକରଣ, ଧାନ କଳ, କୋଲୁ-ଚେନ୍ ଗାଡି, ମସଲା ପ୍ରସ୍ତୁତି, ନୁଡୁଲ, ପିଭିସି ପାଇପ୍ ଆଦି ଉତ୍ପାଦନ କରୁଛନ୍ତି ।
ଖାଦ୍ୟ ଓ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣର ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧୁକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ । ଅଶୋକ ମୀନା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, । ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଏବଂ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସରୋଜ ହୋତାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୁକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Post a Comment