ଭୁବନେଶ୍ବର : ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ, ବର୍ବରୋଚିତ ଆରକ୍ଷୀ ଆକ୍ରମଣ ତଥା ଗଣମାଧ୍ୟମର ଗଳାକାଟର ପୂଣ୍ୟ ଆଚରଣ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ । ତାଙ୍କ ଉପସ୍ଥାପନାରେ ଯଦି ଐନ୍ଦ୍ରଜାଲିକ ଉଦ୍ଧତା ପ୍ରତିଫଳିତ ବୋଲି ବିବେଚନା କରି ଆସିଥିବା ଯେକୌଣସି ବ୍ୟକ୍ତି ଗଣ ଯୋଗାଯୋଗ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରି ତାଙ୍କ ତାଲିକା ସଂଯୁକ୍ତ ସ୍ବୀକୃତିକୁ ବାତିଲ କରିପାରିଥାନ୍ତେ, ମାତ୍ର ଯେଭଳି ବିନା ନ୍ୟାୟାଳୟ ସମ୍ମତି ତଥା ପୂର୍ବ ସୂଚନା ନଥାଇ ଗିରଫ କରାଗଲା, ତାହା ନିନ୍ଦନୀୟ ଏବଂ ଅନୁସନ୍ଧାନ ସାପେକ୍ଷ । ଅଭିଯୁକ୍ତମାନଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦୃଢ ଦାବି କରୁଛି ।
ସେହିପରି ଅର୍ଣ୍ଣବଙ୍କୁ ଗିରଫ ଓ ଆକ୍ରମଣ ପନ୍ଥା ଅବଲମ୍ବନ କରିବା ଘୋର ନିନ୍ଦନୀୟ ଓ ସମସ୍ତ ସାମ୍ବାଦିକ ଏହାକୁ ବିରୋଧ କରିବା ଆବଶ୍ୟକ । ମହାରାଷ୍ଟ୍ର ସରକାର ଗଣତନ୍ତ୍ର ବିରୋଧୀ ଓ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି, ଆଇନଙ୍କୁ ସମ୍ମାନ କରିବା ଆବଶ୍ୟକ । ତାଲିବାନ ଶାସନର ସ୍ମୃତିକୁ ମନେ ପକାଇ ଦେଇଛି ମହାରାଷ୍ଟ୍ର ସରକାର । ସମସ୍ତ ଗଣମାଧ୍ୟମ, ବୁଦ୍ଧିଜୀବୀ ଏହାକୁ ଦୃଢ଼ ଭାବରେ ବିରୋଧ କରିବା ଆବଶ୍ୟକ ବୋଲି ଯୁବ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ କହିଛନ୍ତି ।
Post a Comment