loading...

ନଭେମ୍ବର ୮ ତାରିଖ ଦିନ ଭର୍ଚୁଆଲ ଟୁରରେ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ ।

ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅଗଷ୍ଟ ୧ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ମୋଡ୍‌ରେ ଦେଖୁବାର ସୁଯୋଗ ।

ନଭେମ୍ବର ୮ ତାରିଖ ଦିନ ଭର୍ଚୁଆଲ ଟୁରରେ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ ।

ଭୁବନେଶ୍ୱର ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅଗଷ୍ଟ ୧ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ମୋଡ୍‌ରେ ଦେଖୁବାର ସୁଯୋଗ ପାଇପାରୁଛନ୍ତି । ଆଜି ନଭେମ୍ବର ୮ ତାରିଖ ଦିନ ଦର୍ଶକମାନେ ଘରେ ବସି ଫେସ୍‌ବୁକ୍ ଓ ଟୁଇଟର ପେଜ୍ @scstrti, @stscdev ଖୋଲି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତିମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଧାରଣା ପାଇପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖୁଳ ବିହାରୀ ଓତା ପ୍ରକାଶ କରିଛନ୍ତି । 

ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ‘ଗଦବା’ ଜନଜାତିମାନେ ମୁଖ୍ୟତଃ ବସବାସ କରିଥା'ନ୍ତି । ସେମାନେ ଗୁଟୋବ’ ଓ ଓଲିଆରି’ ଭାଷାରେ କଥାବାର୍ତ୍ତା କରିଥାନ୍ତି । ଗଦବା’ ଜନଜାତିଙ୍କର ମୁଖ୍ୟ ପେଶା ହେଉଛି ପୋଡୁ ଓ ଅନ୍ୟାନ୍ୟ ଚାଷ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶ୍ରମ କରିବା । ସେମାନଙ୍କର ମୁଖ୍ୟ ପର୍ବ ହେଉଛି ବନ୍ଦାପନା ପରବ, ଦଶହରା ପରବ, ପୁଷ ପରବ ଓ ଚଇତି ପରବ । କୋରାପୁଟ ଜିଲ୍ଲାର ଗଦବାମାନେ ବଡ଼ୋ ଗଦବା, ପରେଙ୍ଗା, ଓଲାରେ ଏବଂ ସାନେ ଗଦବା ଏହିଭଳି ଚାରି ଭାଗରେ ବିଭକ୍ତ । ସାଧାରଣତଃ ପାରମ୍ପରିକ ଗଦବା ଘର ବୃରାକାରରେ ନିର୍ମାଣ କରାଯାଇଥାଏ ଓ ଛାତ କାଠରେ ତିଆରି କରାଯାଇଥାଏ । ‘ଗଦବା’ ଜନଜାତିଙ୍କ ଘରେ ମୁଖ୍ୟ ବାସଗୃହ, ରୋଷେଇ ଘର, ଆଭ୍ୟନ୍ତରିଣ ଗୃହ ରହିଥାଏ । 

ସେଠାରେ ପରିବାରର ଦେବତାଙ୍କୁ ସ୍ଥାନିତ କରାଯାଇଥାଏ । ଗଦବା ଘରଗୁଡ଼ିକ ଦୁଇ ଧାଡ଼ିରେ ମଝିରେ ବ୍ୟବଧାନ ରଖୁ ସାମ୍ନାସାମନି ତିଆରି ହୋଇଥାଏ । ‘ଗଦବା’ ଗ୍ରାମରେ ତିନି ପ୍ରକାରର ଘର ଦେଖ୍ବାକୁ ମିଳିଥାଏ । । ସେଗୁଡ଼ିକ ହେଉଛି ମହାଦ ଦିଏନ, ଦୋନ୍ଦୁଲ୍ ଦିଏନ ଓ ଛେଣ୍ଡି ଦିଏନ । ପ୍ରଥମ ଦୁଇପ୍ରକାର ଘର ଚତୁର୍ଭୁଜାକାର । ହୋଇଥିବାବେଳେ ତୃତୀୟଟି କୋନ୍’ ଆକାରର ଛାତ ସହିତ ବୃତ୍ତାକାର ଅଟେ । ଗଦବ’ମାନଙ୍କର ମୁଖ୍ୟ ଦେବତା ପଥରର ଠାକୁରାଣୀ ଦିଶାରୀ’ଙ୍କ ଦ୍ଵାରା ପୂଜା ପାଉଥିବା ଠାକୁରାଣୀଙ୍କ ମନ୍ଦିରକୁ ହୁଣ୍ଡି’ କୁହାଯାଏ । ଗଦବା ମହିଳାମାନେ ପିତ୍ତଳ ଓ ରସ ଏବଂ ସୂର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ମହିଳାମାନେ ହାତବୁଣା, ଗାରପକା ଲୁଗା ପରିଧାନ କରିଥାନ୍ତି । ଏହାକୁ ‘କେରଙ୍ଗ’ କୁହାଯାଏ । ପୁରୁଷମାନେ ‘ଲଏନ୍ କୃଥ’ ପରିଧାନ କରିଥାନ୍ତି ।

ଢେମ୍ବସା’ ନୃତ୍ୟ ପାଇଁ ‘ଗଦବା’ ଜନଜାତି ପ୍ରସିଦ୍ଧ ଗଦବା ଗ୍ରାମରେ ପାରମ୍ପରିକ କାଉନ୍‌ସିଲର ମୁଖ୍ୟ ନାଏକ ଅଟନ୍ତି । ତାଙ୍କୁ ଚାଲାଣ’ ଓ ‘ବାରିକ’ ସହାୟତା କରିଥାନ୍ତି । ସମସ୍ତ ଧାର୍ମିକ କାର୍ଯ୍ୟ ଦିଶାରୀ’ଙ୍କ ଦ୍ଵାରା ସଂପନ୍ନ ହୋଇଥାଏ । । ସେହିଭଳି ଆଜି ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ ଦର୍ଶକମାନେ ଭୋତଡ଼ା ଜନଜାତିଙ୍କ ସଂପର୍କରେ ସମ୍ୟକ ସୂଚନା ପାଇପାରିବେ । ଏହି ଜନଜାତି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବସବାସ କରନ୍ତି । ଏହି ଜନଜାତି ‘ବୋଡେ’ ଓ ‘ସାନୋ’ ଦୁଇ ଭାଗରେ ବିଭକ୍ତ । ବିଭିନ୍ନ ପ୍ରାଣୀ ଯଥା: କଇଁଛ, ବ୍ୟାଘ୍ର, ସର୍ପ, ମର୍କଟ, ଶୂନ, ଝିଟିପିଟି, ଛେଳି ଇତ୍ୟାଦିଙ୍କ ନାମ ଅନୁସାରେ ସେମାନଙ୍କ ଗୋତ୍ରର ନାମକରଣ କରିଥାନ୍ତି ।

ସେମାନେ ହିନ୍ଦୁ ଦେବଦେବୀଙ୍କ ପୂଜା କରିବା ସହିତ ବୁଢ଼ୀ ଠାକୁରାଣୀ, ଭୈରବୀ ବୁଢ଼ୀ, ପରଦେଶୀ, ବସୁମାତା, ବନଦୁର୍ଗା ଆଦିଙ୍କୁ ଉପାସନା କରିଥା’ନ୍ତି । ଗ୍ରାମସ୍ତରରେ ସେମାନଙ୍କର ମୁଖ୍ୟ ନାଏକ’ ଏବଂ ସହାୟକ ଭାବେ‘ଚାଲାଣ’, ପୂଜାରୀ’ ଓ ଗୋଣ୍ଡା’ ଗୋଷ୍ଠୀ ବ୍ୟାପାର ବୁଝିଥାନ୍ତି । ଭୋତଡ଼ା ଜନଜାତିର ଲୋକମାନେ ଧାନକୁ ପତଳା ବାଉଁଶ ଫେମ୍ ସହିତ ସଂଯୁକ୍ତ କରି ଭିନ୍ନ ଭିନ୍ନ ପ୍ରକାର ଓ ଆକାରର କଳାବସ୍ତ୍ର ତିଆରି କରିଥା'ନ୍ତି । ଏହା ସେମାନଙ୍କର ଅର୍ଥ ଉପାର୍ଜନରେ ସହାୟକ ହୋଇଥାଏ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget