loading...

ହଂସପାଳ ବାସିନ୍ଦାଙ୍କ ଅନ୍ୟତ୍ର ଥଇଥାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ,ଜିଲ୍ଲା ପ୍ରଶାସନର ଘର ଭାଙ୍ଗିବାକୁ ଧମକ।

ଜାତୀୟ ରାଜପଥ ସମ୍ପ୍ରସାରଣ, କ୍ଷତିଗ୍ରସ୍ତ ହଂସପାଳ ଭୋଇସାହି ବାସିନ୍ଦାଙ୍କ ଅନ୍ୟତ୍ର ଥଇଥାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜିଲ୍ଲା ପ୍ରଶାସନର ଘର ଭାଙ୍ଗିବାକୁ ଧମକ ।

ହଂସପାଳ ବାସିନ୍ଦାଙ୍କ ଅନ୍ୟତ୍ର ଥଇଥାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ,ଜିଲ୍ଲା ପ୍ରଶାସନର ଘର ଭାଙ୍ଗିବାକୁ ଧମକ।

ଭୁବନେଶ୍ୱର, ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ହଂସପାଳଠାରେ ଯେଉଁ ୬ ଥାକିଆ ରାସ୍ତାର ଆବଶ୍ୟକତା ପଡ଼ିଥିଲା, ଭୋଇସାହି ବାସିନ୍ଦାମାନେ ରାସ୍ତାକଡ଼ରେ ଥିବାରୁ ସେମାନଙ୍କୁ ସେଠାରୁ ହଟାଯିବା ପାଇଁ ଆବଶ୍ୟକତା ପଡ଼ିଥିଲା । ୧୯ଟି ପରିବାରଙ୍କୁ ଗତ କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ଥଇଥାନ ନ କରି ହଟାଇବା ପାଇଁ ଚେଷ୍ଟା କରିଥିଲା । ଓଡ଼ିଶାର ଉଚ୍ଚ ନ୍ୟାୟାଳୟରେ ଗ୍ରାମବାସୀ ଅପିଲ କରିଥିଲେ । ହାଇକୋର୍ଟ ଥଇଥାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ଏହା ନ କରି ଉଚ୍ଛେଦ ପାଇଁ ଧମକ ଦେବାରୁ ଗ୍ରାମବାସୀ କୋର୍ଟ ଅବମାନନା କେସ୍ ହାଇକୋର୍ଟରେ କରିଛନ୍ତି, ଯାହା ଏବେ ବିଚାରାଧୀନ ଅଛି । ଏହାର ନଂ. ୯୫୧/୨୦୧୯ ଅଟେ । 

ଏହି ମଧ୍ୟରେ ପ୍ରଶାସନ ହଂସପାଳ ଗ୍ରାମବାସୀଙ୍କ ଜାଗାଠାରୁ ୩ କିଲୋମିଟର ଦୂରରେ ଏକ ଧାନ ଫଳୁଥିବା କ୍ଷେତ୍ରରେ ଏହି ୧୯ଟି ପରିବାରକୁ ଥଇଥାନ କରିବା ଲାଗି ସିଦ୍ଧାନ୍ତ କରି ବସୁନ୍ଧରା ଯୋଜନାରେ ଗୁଣ୍ଡିକିଆ ପଟ୍ଟା ପ୍ରଦାନ କରି କ୍ଷେତ୍ରର ଏକଚତୁର୍ଥାଶ ଜାଗା, ଯେଉଁଠି ପାଣି ଲହଡ଼ି ମାରୁଥିଲା, ଅଳ୍ପ ଟିକେ ବାଲି ପକାଇ ୧୯ଟି ଜରି ପାଲ ଟଙ୍ଗାଇ ( ୧୫ ଫୁଟ x ୧୦ ଫୁଟ) ଘର ସଦୃଶ କରି ବାଉଁଶ ଖୁଣ୍ଟ ପୋତି ସାମ୍ନାରେ ଜରି ଟଙ୍ଗାଇ ଗ୍ରାମବାସୀଙ୍କୁ ସେଠାରେ ରହିବା ପାଇଁ ନିର୍ଦ୍ଦେଶ ଦେଇ ତାଙ୍କୁ ବଂଶାନୁକ୍ରମିକ ଭାବେ ରହୁଥିବା ଭିଟାମାଟିରୁ ଉଚ୍ଛେଦ କରିବା ଲାଗି ଧମକ ଦେଇଛନ୍ତି । ଗତକାଲି ତା ୨୭.୧୦, ୨୦୨୦ରିଖରେ ସ୍ଥାନୀୟ ତହସିଲଦାର ଏବଂ କେତେକ କର୍ମଚାରୀ ଗ୍ରାମବାସୀଙ୍କ ନିକଟକୁ ଯାଇ ଧମକ ଦେଇ କହିଛନ୍ତି ଯେ, ୨୯ ତାରିଖ ରବିବାର ସକାଳ ସୁଦ୍ଧା ଘର ଖାଲି କରି ପ୍ରସ୍ତାବିତ ଜରିପାଲ ତଳେ ପୂରା ପରିବାରକୁ ଧରି ଓଦା ବାଲି ଉପରେ ରହିବା ପାଇଁ ବାଧ । 

ଯଦି ତାହା ନ କରାଗଲା, ବୁଲଡୋଜର ଲଗାଇ ଘରଗୁଡ଼ାକ ଭାଙ୍ଗି ଦିଆଯିବ ।  ଭାରତର ସମ୍ବିଧାନ ଏକ ଜନମଙ୍ଗଳ ରାଷ୍ଟ୍ରର ଗ୍ୟାରେଣ୍ଟି ଦେଇଛି । ଜନଗଣଙ୍କୁ ଭିଟାମାଟିରୁ ଉଚ୍ଛେଦ କରି ନଭେମ୍ବର ୨୧ ତାରିଖରେ ବସୁନ୍ଧରା ପଟ୍ଟା ଦେଇ ୨୭ ତାରିଖରେ ଆସି ଧମକ ଦେବା ପ୍ରଶାସନର କେଉଁ ଚରିତ୍ରକୁ ପ୍ରତିଫଳିତ କରୁଛି ? ଯେଉଁ ଜାଗାରେ ଧାନବିଲ ଅଛି, ତାହା ବଂଶାନୁକ୍ରମିକ ଭାବେ ଅନ୍ୟ ଏକ ଭୋଇସାହିର ଲୋକ ଦଖଲ କରି ଜବରଦଖଲକାରୀ ଭାବରେ ଜୋରିମାନା ଦେଇ ଚାଷ କରି ଚଳିଆସୁଛନ୍ତି । ସମୁଦାୟ ୭୧ ଏକର ଜାଗାରୁ ୭୦ ଏକର ଜାଗା ସାଧାରଣ ବର୍ଗର ଲୋକଙ୍କ ଦଖଲରେ ଥିବା ବେଳେ ମାତ୍ର ୧ ଏକର ଜାଗା ବାଉରିର ଦଖଲରେ ଥିବାବେଳେ ଅନ୍ୟ ଏକ ବାଉରି ସାହିର ଲୋକଙ୍କୁ ନେଇ ତାଙ୍କ ସହ ଲଢ଼େଇବାର ପ୍ରଶାସନର ବ୍ରିଟିଶ୍ ଚାଲକୁ ପଦାରେ ପକାଇଛି ।

ଏ ସମ୍ବନ୍ଧରେ ଗ୍ରାମବାସୀଙ୍କ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉଷା ଭୋଇ, ସତ୍ୟଭାମା ଭୋଇ, ମମତା ଭୋଇ, ମଞ୍ଚ ଭୋଇ, ବନିତା ଭଞ୍ଜ, ନୀଳକଣ୍ଡ ଭଞ୍ଜ, ଗଗନ ବେହେରା, ନବକିଶୋର ନାଏକ, କରୁଣାକର ନାଏକ, ବିଜୟ କୁମାର ଭୋଇ, ଗିରିଶଚନ୍ଦ୍ର ଭୋଇ, ସଞ୍ଜିବ ପତ୍ରୀ, ସର୍ବୋପରି ରିପବ୍ଲିକାନ ପାର୍ଟି ଅଧ୍ୟକ୍ଷ ଶେଖ ଅବଦୁଲ ୱାଲି ପ୍ରମୁଖ ଉପସ୍ଥିତ ଥାଇ ପ୍ରଶାସନକୁ ସମ୍ବିଧାନ ବିରୋଧୀ କାର୍ଯ୍ୟ ନ କରିବା ଲାଗି ଚେତାବନୀ ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget