loading...

ନାବାଳିକା ଦୁଷ୍କର୍ମ ଅଭିଯୋଗ ମିଥ୍ୟ ଓ ମନଗଢ଼ା ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପ୍ରମୋଦ ପୃଷ୍ଟିଙ୍କ ପରିବାର ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ମଞ୍ଜୁ ମୁଣ୍ଡା ନାମ୍ନୀ ଜଣେ ଝିଅର ଲିଖିତ ଅଭିଯୋଗ ଉପରେ ପ୍ରକାଶିତ ପ୍ରସାରିତ ଖବର ଉପରେ ବିସ୍ତୃତ ସ୍ପଷ୍ଟୀକରଣ ।

ନାବାଳିକା ଦୁଷ୍କର୍ମ ଅଭିଯୋଗ ମିଥ୍ୟ ଓ ମନଗଢ଼ା ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପ୍ରମୋଦ ପୃଷ୍ଟିଙ୍କ ପରିବାର ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ମଞ୍ଜୁ ମୁଣ୍ଡା ନାମ୍ନୀ ଜଣେ ଝିଅର ଲିଖିତ ଅଭିଯୋଗକୁ କେବଳ ଭିତ୍ତି କରି ଗତ ୪ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପ୍ରସାରିତ ଖବର ଉପରେ ବିସ୍ତୃତ ସ୍ପଷ୍ଟୀକରଣ । 

ଭୁବନେଶ୍ବର ; ସମ୍ପୃକ୍ତ ଝିଅର ଅଭିଯୋଗ ଅନୁଯାୟୀ ସେ ଭୁବନେଶ୍ବରର ବରିଷ୍ଠ ଅଧୁକାରୀ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଘରେ ରହି ତାଙ୍କ ଶାଶୁ ଶ୍ଵଶୁରଙ୍କ ଦେଖାଶୁଣା କରୁଥିଲେ। ଶ୍ବଶୁର ଡ. ପ୍ରଫୁଲ୍ଲ କୁମାର ମହାପାତ୍ର ସମ୍ପୃକ୍ତ ଝିଅ ସହ ଅନୈତିକ ସମ୍ପର୍କ ରଖୁଥୁବା ଫଳରେ ସେ ଗର୍ଭବତୀ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଖବର ପ୍ରସାରିତ କରାଯାଉଛି । ଡ. ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଝିଅ ହିସାବରେ ଆମେ କହି ରଖୁବାକୁ ଚାହୁଁଛୁ ଯେ, । ଏଭଳି ଅଭିଯୋଗ ଏବଂ ପ୍ରସାରିତା ପ୍ରକାଶିତ ଖବରର କୌଣସି ସତ୍ୟତା ନାହିଁ । କୌଣସି ଆଧାର ନଥାଇ ବିନା ତଦନ୍ତରେ ପୁଲିସ୍ ଏଭଳି ମାମଲା ରୁଜୁ କରିବା ସହ ଯେଉଁ ଖବର ମଧ୍ୟ ପ୍ରକାଶ ପାଉଛି ତାହା ଆମର ଆତ୍ମସମ୍ମାନ ଓ ମର୍ଯ୍ୟାଦା ଉପରେ ଘୋର ଆଞ୍ଚ ଆଣିଛି । ଗତ ୪ ଦିନ ଧରି ପୁଲିସ୍ କିମ୍ବା ଗଣମାଧ୍ୟମ ସତ୍ୟତା ଜାଣିବା ପାଇଁ ଚେଷ୍ଟା ବି କରିନାହାନ୍ତି । ଆମ ଶୈଳଶ୍ରୀ ବିହାର ଭିଆଇଏମ୍ ୬୧୩ ଘରକୁ ଆସି ଆମଠାରୁ କୌଣସି ସ୍ପଷ୍ଟୀକରଣ ମଧ୍ୟ ଲୋଡ଼ି ନାହାନ୍ତି । ଏକ ପାଖୁଆ ଭାବେ କେବଳ ଜଣେ ଝିଅର ମିଥ୍ୟା ଅଭିଯୋଗ ଆଧାରରେ ଖବର ପ୍ରସାରଣ ଆମକୁ ମାନସିକ ଯନ୍ତ୍ରଣା ଦେଇଛି । ଯାହା କୌଣସି ପରିସ୍ଥିତିରେ ଭରଣା କରିବା ସମ୍ଭବ ନୁହେଁ । 

ଏ ସମ୍ପର୍କରେ ଆମେ କହି ରଖୁବାକୁ ଚାହୁଁଛୁ ଯେ, ଆମର ୮୮ ବର୍ଷୀୟ ପିତା ପ୍ରଫୁଲ୍ଲ କୁମାର ମହାପାତ୍ର ଗତ କିଛି ବର୍ଷ ଧରି ଏକାଧୁକ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୁନ ଅଛନ୍ତି । କେବଳ ଘରେ  ସାମାନ୍ୟ ଚଲାବୁଲା କରିବା ବ୍ୟତିତ ବାହାରକୁ ଯିବା ଅବସ୍ଥାରେ ମଧ୍ୟ ସେ ନାହାନ୍ତି । ଆମର ମାଆଙ୍କ ବୟସ ୭୫ ବର୍ଷ । ମୁଁ ଓ ମୋର ସ୍ୱାମୀ ଡ. ପୃଷ୍ଟି ଚାକିରି କରୁଥିବାରୁ ଉଭୟ ବାପା ମାଆଙ୍କ ଦେଖାଶୁଣା ପାଇଁ ଜଣେ କେୟାରଟେକରର ଆବଶ୍ୟକତା ପଡ଼ିଥିଲା । ଗତ ୨୦୧୯ ଫେବ୍ରୁଆରୀ ୧୯ ତାରିଖରେ ବାଲିଚନ୍ଦ୍ରପୁର ଅଞ୍ଚଳର ବ୍ରହ୍ମାନନ୍ଦ ଜେନାଙ୍କ ଜରିଆରେ ସମ୍ପୃକ୍ତ ଝିଅ ତାଙ୍କ ମାଆ ଏବଂ ଜଣେ ସମ୍ପର୍କୀୟଙ୍କୁ ଧରି ଆମ ଶୈଳଶ୍ରୀବିହାର ସ୍ଥିତ ଘରକୁ ଆସିଥିଲେ । ଝିଅର ମାଆ ଆମ ସହ କଥାବାର୍ତ୍ତା କରି ଝିଅକୁ ଏଠାରେ ଛାଡ଼ିଥିଲେ । ଘରର ଉପର ମହଲାରେ ରହୁଥିବା ମୋର ବୃଦ୍ଧ ବାପା ମାଆଙ୍କ ପାଖରେ ରହି ଝିଅଟି ଦେଖାଶୁଣା କରୁଥିଲା । କିନ୍ତୁ ଘରର ଅନ୍ୟ ସମସ୍ତ କାମ କରିବାକୁ ନିୟମିତ ଜଣେ ଚାକରାଣୀ ନିୟୋଜିତ ହୋଇଥିଲେ। 

ଝିଅଟି ପ୍ରତି ଦୁଇରୁ ତିନିମାସ ମଧ୍ୟରେ ତାଙ୍କ ଘରକୁ ଯାଉଥିଲା । କେତେବେଳେ ତାର ମାଆ କିମ୍ବା କେହି ସମ୍ପର୍କୀୟ ଆସି ତାକୁ ନେଇଯାଉଥିଲେ । ଗତ ୨୦୨୦ ଫେବ୍ରୁଆରୀ ମାସରେ ଝିଅର ମାଆ ଏକ ବୋଲେରୋ ଗାଡ଼ିରେ ଆସି କହିଲେ ‘ଝିଅର ଗୋଟିଏ କେସ୍ ଫଏସଲା ହେବାର ଅଛି’ ସେ ଘରକୁ ଯିବ । ସାଙ୍ଗରେ ଝିଅକୁ ନେଇ ଯାଇଥିଲେ । ମାର୍ଚ୍ଚ ୨୮ତାରିଖରେ ପୁଣି ଝିଅକୁ ସାଙ୍ଗରେ ଆଣି ଆମଘରେ ଛାଡ଼ିଥିଲେ। ଏହାପରେ ଗତ ଜୁନ୍ ୧୩ତାରିଖ ରଜ ସଂକ୍ରାନ୍ତୀ ପୂର୍ବରୁ ତାଙ୍କ ମାଆ ଝିଅକୁ ପୁଣି ଗାଁକୁ ନେଇଥିଲେ । ଅଗଷ୍ଟ ତୃତୀୟ ସପ୍ତାହରେ ଆଣି ଛାଡ଼ିଥିଲେ। ଏହାପର ଠାରୁ ସମ୍ପୃକ୍ତ ଝିଅର ଚାଲିଚଳନ ଓ ବ୍ୟବହାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ମୋର ବୃଦ୍ଧ ବାପା ମାଆଙ୍କ ପ୍ରତି ରୁକ୍ଷ ବ୍ୟବହାର ସହ ଟିକେ ଟିକେ କଥାରେ ଧମକ ଦେବା ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରୁଥିଲା। ଝିଅର ମୋବାଇଲ ନଥିବାରୁ ସେ ମୋ ମୋବାଇଲ ନମ୍ବରରୁ ତାର ମାଆ ସହ ନିଜ ଭାଷା (ମୁଣ୍ଡା ଭାଷାରେ କଥାବାର୍ତ୍ତା ହୁଏ। ଆମେ ତାହା ବୁଝିପାରୁନା। ଏପରିକି ଲଗାତାର ଭାବରେ ମୋର ଦ୍ଵାଟସ୍‌ଆପ୍ ନମ୍ବରକୁ ‘ବିଜୟ’ ଡାକ ନାମ ଶିବା ନାମକ ଜଣେ ପିଲା ବାରମ୍ବାର ମେସେଜ୍ ପଠାଇଲା। ସବୁ ମେସେଜ୍ ଗୁଡ଼ିକ ସମ୍ପୃକ୍ତ ଝିଅ ମଞ୍ଜୁ ଉଦ୍ଦେଶ୍ୟରେ ଥିଲା । ନିଜ ହାତ କାଟି ରକ୍ତରେ ‘ମଞ୍ଜୁ ଆଇ ଲଭ୍ ୟୁ’ ଲେଖୁ ପଠାଇବା ସହ ତାକୁ ତୁରନ୍ତ ଦେଖା କରିବାକୁ ବାରମ୍ବାର ଲେଖୁଥିଲା । 

ଏ ସମ୍ପର୍କରେ ମୁଁ ଝିଅକୁ ତାଗିଦ୍ କରିଥିଲି ଓ ତା ମାଆକୁ ମଧ୍ୟ ଜଣାଇଥିଲି। । କିନ୍ତୁ ଝିଅର ଆଚରଣରେ ପରିବର୍ତ୍ତନ ହେବା ବଦଳରେ ସେ ବେଶି ରୁକ୍ଷ ବ୍ୟବହାର କଲା । ଅସହ୍ୟ ହେବାରୁ ମୁଁ ତାର ମାଆକୁ ଫୋନ୍ କରି ଝିଅକୁ ନେଇଯିବା ପାଇଁ କହିଥିଲେ । ବାରମ୍ବାର ଫୋନ୍ କରିବା ପରେ ଗତ ସେପ୍ଟେମ୍ବର ୧୩ତାରିଖରେ ତାର ମାଆ ଅଟୋ ଭଡ଼ା କରି ଆସି ଝିଅକୁ ନେଇଯାଇଥିଲେ । ଏହାପର ଠାରୁ ଝିଅ ଆଉ ଏଠାକୁ ଆସିନଥିଲା । ସେ ଯିବାର ୧ ମାସ ପରେ ହଠାତ୍ ଆମେ ଜାଣିବାକୁ ପାଇଲୁ ଆଲମିରାରୁ ୨ ହଳ କାନଫୁଲ ଓ ଅଳ୍ପ କିଛି ଟଙ୍କା ଚୋରି ହୋଇଛି । ଘରକୁ ଅନ୍ୟ କେହି ଆସିବାର ସୁଯୋଗ ନଥିଲା । ତେଣୁ ସମ୍ପୃକ୍ତ ଝିଅ ଉପରେ ସନ୍ଦେହ ହୋଇଥିଲା । ଏଣୁ ମୁଁ ତା’ର ମାଆକୁ ଗତ ନଭେମ୍ବର ୧ ତାରିଖରେ ଫୋନ୍ କରି ଏ ସମ୍ପର୍କରେ ଜଣାଇଲି ଏବଂ କହିଥିଲି ସେ ଯଦି କାନଫୁଲ ଓ ଟଙ୍କା ନେଇଛି ତୁରନ୍ତ ଆଣି ଫେରାଇଦେଉ । କିନ୍ତୁ ଝିଅଟି ରାଗିଯାଇ କହିଲା ‘ମୁଁ କ’ଣ ଚୋରଣୀ’ ହଉ ତମର ଯାହା କରିବାର ଅଛି କର । ମୁଁ ଯାହା କରିବା କଥା କରିବି । ଏତିକି କହି ଫୋନ୍ କାଟିଥିଲେ । ହଠାତ୍ ନଭେମ୍ବର ୨ ତାରିଖ ଦିନ ପୁଲିସ୍ ଠାରୁ ଖବର ପାଇଲୁ ଉକ୍ତ ଝିଅଟି ତା ପ୍ରତି ଦୁଷ୍କର୍ମ ହୋଇଥିବା ନେଇ ମୋର ବାପା ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ଦାୟୀ କରିଛି ଓ ସ୍ବାମୀ ପ୍ରମୋଦ କୁମାର ପୃଷ୍ଟିଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି । 

ଆମେ ଆଶ୍ଚର୍ଯ୍ୟ ହୋଇ ଏ ସମ୍ପର୍କରେ ତା’ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲୁ କିନ୍ତୁ ପାଇନଥିଲୁ । ଏହାପରଠାରୁ ହଠାତ୍ ଲଗାତାର ଭାବେ ବିଭିନ୍ନ ଗଣମାଧ୍ୟମରେ ଦୁଷ୍କର୍ମ ଓ ନିର୍ଯ୍ୟାତନା କରାଯାଉଥିବା ନେଇ ଖବର ପ୍ରସାରଣ କରାଗଲା । ପ୍ରକୃତ କଥା ହେଉଛି ସମ୍ପୃକ୍ତ ଝିଅ ଗତ ଫେବ୍ରୁଆରୀ ମାସରେ କେଶ୍ ଫଏସଲା ହେବାର ଅଛି କହି ଯେତେବେଳେ ଗାଁକୁ ଯାଇଥିଲା ସେତେବେଳେ ସମ୍ପୃକ୍ତ ବିଜୟ ନାମକ ଯୁବକ ସହ ମିଳାମିଶା କରିଥିବା ନେଇ ତା ମାଆ ନିଜେ ସ୍ୱୀକାର କରିଥିଲା । ସେତେବେଳେ ଯେଉଁ ମାମଲା କଥା ତା ମାଆ କହିଲେ ତାହା ହେଉଛି – ସମ୍ପୃକ୍ତ ଝିଅ ୨୦୧୮ ମସିହାରେ ଅନୁରୂପ ଭାବେ ଜିତୁ ସାହୁ ନାମକ ଜଣେ ଯୁବକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା । ଯାହାକି ବାଲିଚନ୍ଦ୍ରପୁର ଥାନାରେ ୯୦/୧୮ ନମ୍ବରରେ ମାମଲା ରୁଜୁ ହୋଇଥିଲା । ସମ୍ପୃକ୍ତ ଯୁବକ ଗିରଫ ହୋଇ ଜେଲ୍‌ ଯାଇଥିଲେ। । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଆପୋଷ ସମାଧାନ କରି ଝିଅଟି ମାମଲା ପ୍ରତ୍ୟାହାର କରିଥିଲା । ଯେଉଁଥ୍ୟ ପାଇଁ ପ୍ରକୃତ ସତ ନକହି ସେ ଗତ ଜାନୁଆରୀ ମାସରେ ଗାଁକୁ ଯାଇଥିଲା । ପ୍ରଶ୍ନ ହେଉଛି ଯଦି ଝିଅଟି ଆମ ଘରେ ଦେଢ଼ବର୍ଷ ରହିଲା ସେତେବେଳେ ସବୁ ଭଲ ଥୁଲା ଅଥଚ ତାକୁ ଏଠାରୁ ବିଦା କରାଯିବା ପରେ ହଠାତ୍ ଏଭଳି ଦୁଷ୍କର୍ମ ଅଭିଯୋଗ ଆଣିବା ପଛରେ ରହସ୍ୟ କ’ଣ ତାହା ତଦନ୍ତ ପରିସରଭୁକ୍ତ ହେବା ଉଚିତ୍ । 

ଗତ ଦେଢ଼ମାସ ତଳୁ ଝିଅଟି ତାଙ୍କ ଘରକୁ ଚାଲିଯାଇଥିଲେ ମଧ୍ୟ ସେ ୫ମାସର ଗର୍ଭବତୀ ଥିବା ତାଙ୍କ ମାଆ ସେତେବେଳେ ଜାଣିପାରିଲେ ନାହିଁ ଅଥଚ କାନଫୁଲ ଚୋରି କରିବା କଥା ପଚାରିବାରୁ ତାପରଦିନ ଦୁଷ୍କର୍ମ ଅଭିଯୋଗ କରି ଏତଲା ଦାୟର କରିବା ପଛରେ କି ମନ୍ଦ ଉଦ୍ଦେଶ୍ୟ ଅଛି ତାହା ଆପଣମାନେ ବିଚାର କରନ୍ତୁ । ସାମାନ୍ୟ କୌଣସି ସମ୍ପୃକ୍ତି ନଥାଇ ଏଭଳି ନିରାଧାର ଅଭିଯୋଗ ଆମର ପାରିବାରିକ ମର୍ଯ୍ୟାଦା ଉପରେ ଘୋର ଆଞ୍ଚ ଆଣିଛି । ଆମର ବାପା ଏବେ ହୃଦରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିସ୍ଥିତ ହେଉଛନ୍ତି । ମୋର ସ୍ବାମୀ ଫେରାର ହେବା ଘଟଣା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ସେ ନିୟମିତ ଅଫିସ୍ ଯାଉଛନ୍ତି ଏବଂ ଫିଲ୍ଡ କାମରେ ମଧ୍ୟ ରହିଛନ୍ତି । ପୁଲିସ୍ ତଦନ୍ତ ଜାରି ରଖୁଛି । ଏ ସମ୍ପର୍କରେ ପ୍ରକୃତ ସତ୍ୟ ପ୍ରକାଶିତ ଓ ପ୍ରସାରିତ କରିବାକୁ ଆମେ ଅନୁରୋଧ କରୁଛୁ । ଏଭଳି ଅଭିଯୋଗ ପଛରେ ଥିବା ରହସ୍ୟ ଉନ୍ମୋଚିତ କରାଇବାରେ ଆପଣମାନେ ସହଯୋଗ କରିବାକୁ ବିନିତ ଅନୁରୋଧ କରୁଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆମ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ମୁଁ ସମସ୍ତ ଗଣମାଧ୍ୟମ ନିକଟରେ ଅପିଲ କରୁଛି । ସମସ୍ତ ତଦନ୍ତକୁ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। 

ଏକପାଖୁଆ ଅଭିଯୋଗ ଆଧାରରେ ଜଣେ ଅବସରପ୍ରାପ୍ତ ପ୍ରଫେସର ଓ ବରିଷ୍ଠ ଅଧୁକାରୀଙ୍କ ଚରିତ୍ର ସଂହାର କରିବା ଏବଂ ମର୍ଯ୍ୟାଦାହାନୀ କରି ଆତ୍ମସମ୍ମାନ ଉପରେ ଆଞ୍ଚ ଆଣିବା କେତେ ସମିଚୀନ ଆପଣମାନେ ବିଚାର କରିବେ। ଏ ସମ୍ପର୍କରେ ଯେକୌଣସି ତଥ୍ୟ, ବୟାନ କିମ୍ବା ମତାମତ ଚାହିଲେ ଗଣମାଧ୍ୟମ ଆଗରେ ତାହା ରଖୁବାକୁ ଆମେ ପ୍ରସ୍ତୁତ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget