loading...

କଳିଙ୍ଗ ସେନାର ବିଂଶତମ ପ୍ରତିଷ୍ଠା ଦିବସ ପାଳିତ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କୁ “କଳିଙ୍ଗ ରତ୍ନ’ ଉପାଧି ପ୍ରଦାନ ।

କଳିଙ୍ଗ ସେନାର ବିଂଶତମ ପ୍ରତିଷ୍ଠା ଦିବସ ପାଳିତ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କୁ “କଳିଙ୍ଗ ରତ୍ନ’ ଉପାଧି ପ୍ରଦାନ ।

କଳିଙ୍ଗ ସେନାର ବିଂଶତମ ପ୍ରତିଷ୍ଠା ଦିବସ ପାଳିତ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କୁ “କଳିଙ୍ଗ ରତ୍ନ’ ଉପାଧି ପ୍ରଦାନ ।

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଅସହାୟ ହୋଇପଡ଼ିଥିବା ରାଜ୍ୟର ସମସ୍ତ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇବା ସହିତ ଆର୍ଥିକ ସହାୟତା ଦେବାପାଇଁ ଦାବି କରିଛି କଳିଙ୍ଗସେନା । ଆଜି ଏଠାରେ ଦଳର ବିଂଶତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଏହା କହିଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ । କୋଡିଏ ବର୍ଷ ତଳେ ଗଠନ ହୋଇଥିବା ଏହି ଆଞ୍ଚଳିକ ଦଳ ଆଜି ୨୦ ବର୍ଷର ଯୁବାବସ୍ଥାରେ ପଦାର୍ପଣ କରିଛି । ଯୁବାବସ୍ଥାରେ ପହଞ୍ଚିଥିବା କଳିଙ୍ଗସେନା ସହିତ ରାଜ୍ୟର ଯୁବକମାନେ ରହିଥିବା ଶ୍ରୀ ରଥ କହିଛନ୍ତି । ଓଡିଶାର ୪ କୋଟି ୩୦ ଲକ୍ଷ ଜନସଂଖ୍ୟା ଥିଲା ବେଳେ ସେଥିରୁ ୬୦ ଭାଗ, ଅର୍ଥାତ୍ ୨ କୋଟି ୫୦ ଲକ୍ଷ ଯୁବବର୍ଗ ରହିଛନ୍ତି । 

କଳିଙ୍ଗସେନା ହେଉଛି ଏକମାତ୍ର ଦଳ ଯିଏ କି ସବୁବେଳେ ଯୁବବର୍ଗଙ୍କ ପାଇଁ ଲଢେଇ କରିଆସୁଛି । ରାଜ୍ୟର କଳକାରଖାନାରେ ନିଯୁକ୍ତି ହେଉ କିମ୍ବା ସରକାରୀ ସୁବିଧା ସୁଯୋଗ ଅଥବା କୃଷି କ୍ଷେତ୍ରରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ, ସବୁବେଳେ କଳିଙ୍ଗସେନା ହିଁ ଯୁବଗୋଷ୍ଠି ପଛରେ ଦୃଢଭାବେ ଛିଡା ହୋଇଛି । ବର୍ଭମାନ କରୋନା ମହାମାରୀ ସମୟରେ ରାଜ୍ୟର ଲକ୍ଷାଧୁକ ଯୁବକ ଯୁବତୀ ବେକାର ହୋଇପଡିଛନ୍ତି । ସେମାନଙ୍କ ହାତକୁ। କାମ ନାହିଁ । ତେଣୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ଭବିଷ୍ୟତ ପୀଢିଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଶ୍ରୀ ରଥ ସରକାରଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟରେ ପନିପରିବା ଠାରୁ ଆରମ୍ଭକରି ଖାଉଟି ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧୁକାରୀଙ୍କୁ ସରକାର ଯୋଗାଉଥିବା ରାସନ ସହିତ ଅର୍ଥ ସହାୟତା ପାଇଁ ମଧ୍ୟ ଶ୍ରୀ ରଥ ଦାବି କରିଛନ୍ତି । 

ସରକାରଙ୍କ ଅପାରଗତାରୁ କୃଷିପ୍ରଧାନ ରାଜ୍ୟ କୁହାଯାଉଥିବା ଓଡିଶାର ଧାନକିଆରି ଏବଂ ପରିବା ଚାଷରେ ଏବେ ନିଆଁ ଜଳୁଛି । ଏଣୁ ସହିତ ଯୁବକ ଯୁବତୀମାନେ ରାଜ୍ୟ ଭିତରେ କିଭଳି କର୍ମସଂସ୍ଥାନ ପାଇବେ ସେଥିପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ସେ କହିଛନ୍ତି । ସଦାସର୍ବଦା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସୁଥିବା କଳିଙ୍ଗସେନା ହିଁ ଓଡିଶା ଓ ଓଡିଶାବାସୀଙ୍କ ସ୍ବାର୍ଥର ସୁରକ୍ଷା କରିପାରିବ ବୋଲି ଆଜି କଳିଙ୍ଗ ସେନାର ବିଂଶତମ ପ୍ରତିଷ୍ଠା ଦିବସ ଅବସରରେ ସେନା ସୁପ୍ରିମୋ ହେମନ୍ତ ରଥ ମତବ୍ୟକ୍ତ କରିଥିଲେ। ଶ୍ରୀରଥ କହିଥିଲେ, ଓଡିଶାର ବଡ ବଡ କମ୍ପାନୀରେ ଏହି ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉନି ତା ପ୍ରତିବଦଳରେ ଅଣଓଡ଼ିଆମାନେ ନିଯୁକ୍ତି ପାଉଛନ୍ତି । ଠିକାଦାର କାମ ମଧ୍ୟ ଏହି ଅଣଓଡ଼ିଆମାନେ କରୁଛନ୍ତି । 

ତେଣୁ ଆଗାମୀ ଦିନରେ ଓଡ଼ିଶାର ଯୁବକଙ୍କ ମନରେ ଏକ ଉଗ୍ର ଅଂଚଳିକ ମନୋଭାବ ସୃଷ୍ଟି କରିବାକୁ ପଡ଼ିବ। ତେବେ ଯାଇ ବଡ ବଡ ଉଦ୍ୟୋଗ, କର୍ପୋରେଟ୍ ସଂସ୍ଥା ସାବାଡ ହେବେ ଗୋଟିଏ ଅଂଚଳିକ ରାଜନୈତିକଦଳ ଭାବେ କଳିଙ୍ଗସେନା ସର୍ବଦା ଓଡିଶାବାସୀ ବିଶେଷକରି ରାଜ୍ୟର ଯୁବକ ଯୁବତୀଙ୍କ ସହିତ ରହିଛି । ଆଗାମୀ ଦିନରେ ରାଜ୍ୟର ବେକାରମାନଙ୍କୁ କିଭଳି ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବ ତାହା ଉପରେ ଜୋର ଦିଆଯାଉଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କୁ “କଳିଙ୍ଗ ରତ୍’ ଉପାଧିରେ ସମ୍ମାନିତ କରାଯାଇଥିବା ବେଳେ ଋତୁପର୍ଣ୍ଣ ମହାନ୍ତି, ବ୍ରାହ୍ମଣ ପରିବାର ଦାତବ୍ୟ ନ୍ୟାସ, ସାମ୍ବାଦିକ ବଳଭଦ୍ର ରଥ, ଲିଙ୍ଗରାଜ ସାହୁ, ସୁଜିତ କୁମାର ଷଡ଼ଙ୍ଗୀ, ସୌଭାଗ୍ୟବତୀ ସାମଲ, ଗୀତିକାର ଅନୁପ କୁମାର ଦାଶ, ମିଲନ୍ ପାଇକରାୟ, ପ୍ରମୋଦ କୁମାର ଦେବ, ମହେଶ୍ୱର ନାୟକ ଏବଂ କୈଳାସ ଚନ୍ଦ୍ର ରଥଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । 

ସେନାର ସଂଗଠନ ସମ୍ପାଦକ ଭକ୍ତ ଶେଖର ରାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାଣ ସମ୍ପାଦକ ବିଜୟରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ହୃଷିକେଷ ସେନାପତି, ଅବଦୁଲ କଇମ୍ ଖାନ୍, ପ୍ରଦୀପ କୁମାର ସାହୁ, ରେଣୁବାଳା ମହାନ୍ତି, ଯୁଧୁଷ୍ଠିର ବଡ଼ମଳ୍ପ, ସୁଧାକର ବେହେରା, ରାମ ଦାସ, ଶ୍ରୀକାନ୍ତ ଦାସ ପ୍ରମୁଖ ୨୨ଟି ଜିଲ୍ଲା ସଭାପତି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget