loading...

ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ୱାଲମୀ ଠାରେ ଭର୍ଚୁଆଲ ପ୍ରଶିକ୍ଷଣ ବ୍ୟବସ୍ଥା ଉଦ୍ଘାଟିତ ।

ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ୱାଲମୀ) ଠାରେ ଭର୍ଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ।

ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ୱାଲମୀ ଠାରେ ଭର୍ଚୁଆଲ ପ୍ରଶିକ୍ଷଣ ବ୍ୟବସ୍ଥା ଉଦ୍ଘାଟିତ ।

ଭୁବନେଶ୍ଵର ; ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ୱାଲମୀ) ଠାରେ ଭର୍ଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି । ଦୈତ ନଗରୀ ଭୁବନେଶ୍ଵର-କଟକ ରାସ୍ତାର ପ୍ରତାପନଗରୀ ଠାରେ ଅବସ୍ଥିତ ଉକ୍ତ ଅନୁଷ୍ଠାନରେ ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ଆରମ୍ଭ କରାଯାଇଥିବା ଏହି ଭର୍ଚୁଆଲ ପ୍ରଶିକ୍ଷଣ ବ୍ୟବସ୍ଥା କୋଭିଡ-୧୯ ମହାମାରୀ ସ୍ଥିତିରେ, ତାଲିମ ପ୍ରଦାନ କରୁଥିବା ଉଚ୍ଚ କର୍ତ୍ତୃପକ୍ଷ, ସାଧନ କର୍ମୀ ଓ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ମାଧ୍ୟମରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ଓ ପ୍ରଶିକ୍ଷଣ ପାଇଁ ବିଶେଷ ସହାୟକ ହେବ । 

ଏହି ବ୍ୟବସ୍ଥା ଉଦ୍ଘାଟନ ସମୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ( ଯୋଜନା ଓ ନକ୍ସାଙ୍କନ) ଇଂ ଧୀରେନ କୁମାର ସାମଲ ଏବଂ ୱାଲମୀର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ୱାଲମୀ ଠାରେ ବିଭିନ୍ନ ସମୟରେ ଜଳସଂପଦ ବିଭାଗ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯନ୍ତ୍ରୀ ଓ ଅଧିକାରୀଙ୍କ ସମେତ, କୃଷକ ଏବଂ ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget