ଭୁବନେଶ୍ୱର ; ମୋଦି ସରକାରଙ୍କ ଦ୍ବାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର କରିନେବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି । ସେହିପରି ନବୀନ ସରକାର ସଂସଦରେ ଏହି ବିଲ ଆଗତ ବେଳେ ଯେମିତି ଗୋଟିଏ ଗୃହରେ ସମର୍ଥନ ଓ ଅନ୍ୟ ଗୃହରେ ମିଛିମିଛିକା ବିରୋଧର ନାଟକ କଲେ ସେଥିରୁ ନିବୃତ ହୋଇ ତୁରନ୍ତ ପଞ୍ଜାବ ଓ କେରଳ ପରି ବିଧାନସଭାରେ ବିଲ ଗୃହୀତ କରାନ୍ତୁ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସଞ୍ଚାଳନ କାନୁନ୍ଗୋ ମୋଦି ସରକାରଙ୍କ ଚାଷୀ ବିରୋଧୁ ମାନସିଳତାକୁ ଦୃଢ଼ ସମାଲୋଚନା କରି ଏହା କୃଷକମାନଙ୍କୁ ସର୍ବସ୍ବାନ୍ତ କରିବାକୁ ଏକ ବୃହତ ଷଡଯନ୍ତ୍ର ଏବଂ ଶିଳ୍ପପତି ପୁଞ୍ଜିପତିମାନଙ୍କ ଏକଛତ୍ରବାଦ ପ୍ରତିଷ୍ଠା ନିମିତ ଉଦ୍ଦିଷ୍ଟ ଆତ୍ମଘାତୀ ନୀତି ବୋଲି ଅଭିଯୋଗ କରିଥିଲେ । ଅହଂକାର ପରିତ୍ୟାଗ କରି ମାସେରୁ ଅଧୁକ ଦିନ ଧରି ଶୀତ କାକରରେ ରାସ୍ତା ଉପରେ ପଡିଥିବା ଚାଷୀମାନଙ୍କ ଦାଟିକୁ ସମ୍ମାନ ଜଣାଇ ତୁରନ୍ତ ତିନୋଟି ଯାଳ କଳିରୋଧ ନୀଳି ବାତିଲ କରିବା ଉଚିତ ବୋଲି ସେ ଦୃଢ଼ ଦାବି କରିଥିଲେ ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ମିଥ୍ୟ ତଥ୍ୟ ଆଧାରରେ ଉପାସରକାରଙ୍କୁ ଯେଭଳି ସମାଲୋଚନା କରୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆକ୍ଷେପ କରି ଓଡ଼ିଶାର ଚାଷୀକୁଳକୁ ଏମିତି ଭ୍ରମିତ କରିବା ପରିବର୍ତ୍ତେ ଖୋଲା ବିତର୍କକୁ ଆସିବାକୁ ଆହ୍ବାନ ଦେଇଥିଲେ । ଭାଜପା ସରକାରକୁ ସମାଲୋଚନା କରିବା ପୂର୍ବରୁ ଭାଜପା ବା ବିଜେପି ନେତାମାନେ ଇତି ମଧ୍ୟରେ ବୃଦ୍ଧି ପାଇଥିବା ପେଟ୍ରୋଲ ଓ ଡିଜେଲ୍ ଦର, ବିଦ୍ୟୁତ୍ ଦର, ବର୍ଦ୍ଧିତ ମଜୁରୀ ଏବଂ ମୁଦ୍ରାସ୍ପିତି ଆଦି ଯୋଗୁଁ ଯେଉଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ତାହା ହିସାବକୁ ନନେବା ଦୁର୍ଭାଗ୍ୟଜନକ ଓ ଉଦ୍ଦେଶ୍ୟମୂଳକ ବୋଲି ସେ କହିଥୁଲେ ।
ଅନ୍ୟ ଅର୍ଥରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ କୃଷି ପାଇଁ ଦିଆଯାଇଥିବା ସବସିଡି ଲଗାତର କମିବାରେ ଲାଗିଛି ଏବଂ କର୍ପୋରେଟ୍ ତଥା ଶିଳପତିଙ୍କୁ ରିହାତି ବଢିବାରେ ଲାଗିଛି । ପରିତାପର ବିଷୟ ଖାଦ୍ୟ ସାମଗ୍ରୀ ବିଶେଷକରି ଡାଲି, ତେଲ ଓ ଗହମଳାତ ଖାଦ୍ୟ ପଦାର୍ଥର ତର ଗତ ୭ ବର୍ଷରେ ଅହେତୁକ ବୃଦ୍ଧି ପାଇଛି । ସେହି ଅନୁସାରେ ଏହିସବୁ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ କାନୁନ୍ଗୋ । ପ୍ରତିଶ୍ରୁତି ମୁତାବକ ସ୍ବାମୀନାଥନ୍ କମିଟିର ସୁପାରିଶ ମଧ୍ୟରୁ ଗତ ୬ ବର୍ଷରେ ଗୋଟିଏ ବି ପୂରଣ କରିନାହାନ୍ତି ମୋଦି ସରକାର ।
ଗୋଟିଏ ପଟେ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ସ୍ଲୋଗାନ ଦେଇଥିବା ମୋଦି ସରକାର ଦେଶର ଅନ୍ନଦାତାଳ ଆତ୍ମନିର୍ଭରଶୀଳତାକୁ କଂସ କରିଦେବାକୁ ଷଢ଼ଯନ୍ତ୍ର କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କ ନାଁରେ ଏପରି ଶସ୍ତା ରାଜନୀତି ନକରି ବାସ୍ତବତାକୁ ହୃଦୟଙ୍ଗମ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିବା ସହ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ କୃଷକମାନଙ୍କୁ ପାଖକୁ ଯିବ ଏବଂ ଦୁର୍ବାର ଆନ୍ଦୋଳନ ଗଢ଼ି ତୋଳିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖପାତ୍ର ଅମିୟ ପାଣ୍ଡବ, ମନୋରଞ୍ଜନ ଦାଶ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।
Post a Comment