ଭୁବନେଶ୍ୱର : ରାଜ୍ୟର ଅର୍ଥନୈତିକ ବିକାଶରେ କୃଷି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କ ସହ ଯୋଡ଼ି ରହି ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତୁ । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷିକର୍ମୀମାନେ ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସୁଥିବାରୁ ସେମାନେ ଚାଷୀମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରିପାରିବେ । ଅଧୂକ ଉତ୍ପାଦନ ନିମନ୍ତେ ନୂତନ ଜ୍ଞାନକୌଶଳର ପ୍ରୟୋଗ ଓ ଉନ୍ନତମାନର ବିହନ ଓ କୃଷି ଉପକରଣର ବ୍ୟବହାର ସଂପର୍କରେ ଚାଷୀମାନଙ୍କୁ ସଚେତନ କରିପାରିବେ । ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ବିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ କୃଷି ନୀତି୨୦୨୦ ‘ସମୃଦ୍ଧି’ ସମେତ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି ।
ଏହାର ସଫଳ ରୂପାୟନ ଓ ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଅନ୍ତର୍ଗତ ୧୦ଟି ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ବିଗତ ୨୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ସଂପ୍ରତି କୋଭିଜ୍-୧୯ ସରେ ରାଜ୍ୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି ।
ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ । ହୋଇଥିବାବେଳେ କୃଷକମାନଙ୍କର ଆୟବୃଦ୍ଧି ଦିଗରେ ଫସଲର ବିବିକରଣ କରି ପାଗ ଓ ମୃତ୍ତିକା ଅନୁକୂଳ ଭିନ୍ନ ଭିନ୍ନ ଚାଷ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଫସଲର ବିବିକରଣ ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ଚାଷୀମାନଙ୍କୁ ଅଧୁକ ସଚେତନ କରାଇବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଯୁବକଯୁବତୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରି କୃଷିରେ ମନୋନିବେଶ ଓ ଫୁଜିନିବେଶ ପାଇଁ ଗ୍ରାମ୍ୟ କୃଷି କର୍ମୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
କୃଷିକାର୍ଯ୍ୟକୁ ଅଧୁକ ସଂଗଠିତ ଏବଂ ଉତ୍ପାଦର ସହଜ ବିକ୍ରିବଟା ଓ ଉଚିତ ମୂଲ୍ୟ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ବାରୋପ କରିଥିଲେ । ଏଣୁ ସହିତ ସମନ୍ବିତ କୃଷି କାର୍ଯ୍ୟ ଦ୍ଵାରା ସୀମିତ ଜମିର ସଠିକ ଉପଯୋଗ କରିହେବ ବୋଲି ସେ କହିଥିଲେ । ଦ୍ଵାଟସ୍ଆପ୍ ଯୋଗେ । ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଦିଆଯାଉଥିବା କୃଷି ସୂଚନା ଓ ପରାମର୍ଶଗୁଡ଼ିକ ସବୁଦିନ ଠିକ୍ ସମୟରେ ଚାଷୀମାନଙ୍କ ନିକଟକୁ ପଠାଇବା ସହ ବ୍ଳସ୍ତରୀୟ ବୈଷୟିକ ବୈଠକରେ ନିୟମିତ ଯୋଗାଯୋଗ ପାଇଁ ମନ୍ତ୍ରୀ ଡ. ସାହୁ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ୨୦ ବର୍ଷରେ ଓଡ଼ିଶାରେ କୃଷିର ପ୍ରଗତି, କୃଷିନୀତି ୨୦୨୦ ‘ସମୃଦ୍ଧି’, ବିଭିନ୍ନ ରୋଗପୋକ ନିୟନ୍ତ୍ରଣ ଏବଂ ବିଭାଗ ପକ୍ଷରୁ ୫ଟି ଆଧାରରେ କରାଯାଉଥିବା କାର୍ଯ୍ୟକ୍ରମ ସମ୍ବଳିତ ଏକ ପୁସ୍ତିକା ପ୍ରସ୍ତୁତ କରି ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ବିଭାଗ ଦ୍ବାରା ଟୋଲ-ଫ୍ରି ମୋବାଇଲ୍ ସୂଚନା ସେବା “ଆମ କୃଷି’କୁ କୃଷକମାନଙ୍କ ମଧ୍ୟରେ ଅଧ୍ୟକ ଲୋକପ୍ରିୟ କରାଇବାକୁ ପଡ଼ିବ । ଏଥି ସହିତ ସରକାରୀ କୃଷି ଯୋଜନା ସଠିକ୍ ହିତାକାରୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏକ ନିର୍ଭୁଲ ଡାଟାବେସ୍ ପ୍ରସ୍ତୁତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭାଗ ଦ୍ୱାରା ପ୍ରଣୟନ କରାଯାଇଥିବା ‘ଦକ୍ଷତା’ କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସାହାଯ୍ୟ କରିପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ଗର୍ଗ କହିଥିଲେ ।
Post a Comment