ଭୁବନେଶ୍ବର, ଭୟମୁକ୍ତ ପରିବେଶରେ ଶୋଷଣର ଶିକାର ହେଉଥିବା ଶିଶୁମାନେ ନିଜର ମତ ରଖୁଥାନ୍ତି । ଶିଶୁଙ୍କ ପାଇଁ ଏଭଳି ପରିବେଶ ସୃଷ୍ଟି କରାଗଲେ ଶୋଷଣରୁ ସେମାନଙ୍କୁ ଦୂରେଇ ରଖାଯାଇପାରିବ । ଏଥି ସହ ବିଦ୍ୟାଳୟରେ ଯୌନ ଶିକ୍ଷା ସହିତ ଉଭୟ ବିଦ୍ୟାଳୟ ଓ ପରିବାର ସ୍ତରରେ କାଉନେସେଲିଂ ଆବଶ୍ୟକ । ଶିଶୁଙ୍କ ଯୌନ ଶୋଷଣ ନେଇ ଖୋରଧା ଜିଲ୍ଲାରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଉପସ୍ଥାପନ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ବିଶିଷ୍ଟ ବକ୍ତାମାନେ ଏହି ମତ ଦେଇଛନ୍ତି ।
ସେଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ଆଡପସନ ସେଣ୍ଟ୍ରମର ମିଳିତ ଉଦ୍ୟମରେ ଶିଶୁମାନଙ୍କ ଯୌନ ଶୋଷଣ ସଂକ୍ରାନ୍ତରେ ଖୋରଧା ଜିଲ୍ଲାରେ କରାଯାଇଥିବା ଏକ ସର୍ଭେ ରିପୋର୍ଟଟି ଆଲୋଚନାଚକ୍ରରେ ଉପସ୍ଥାପିତ ହେବା ସହିତ ଏହାର କାରଣ ଓ ନିରାକରଣ ଦିଗ ଉପରେ ଆଲୋଚନା ହୋଇଥିଲା । ପିକକର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପିକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଅଭିଭାଦନ ସହିତ ସର୍ଭେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
ଶ୍ରୀମତୀ ମହାନ୍ତି କହିଥିଲେ ଯେ କିଶୋର,କିଶୋରୀ ଓ କମ୍ ବୟସର ମହିଳାଙ୍କୁ ନେଇ ଏହି ସର୍ଭେ ଖୋରଧା ଜିଲ୍ଲାର ହୋଇଥିବାବେଳେ କରୋନା ଲଢ଼ାଉ ସମୟରେ ଶିଶୁମାନେ ବିଭିନ୍ନ ପ୍ରକାର ଶୋଷଣର ଶିକାର ହୋଇଥିବା ଏଥିରୁ ସୂଚନା ମିଳିଛି । ରିପୋର୍ଟ ଉପସ୍ଥାପନ କରି ଆଡପସନ ସେଣ୍ଟ୍ରମର ନିର୍ଦେଶିକା ରୁବି ରାଉତ କହିଥିଲେ ଯେ ଏହି ସର୍ଭେରୁ ଅନେକ ନୂଆ ତତ୍ୟ ପଦାକୁ ଆସିଛି । ଝିଅଙ୍କ ଭଳି ପୁଅମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି । ତେବେ ଶୋଷଣର ଶିକାର ହେଉଥିବା ଶିଶୁ ଅନେକ କଥା ନିଜ ଲୋକଙ୍କ ଆଗରେ ପ୍ରକାଶ କରିପାରୁ ନାହାନ୍ତି । ଲକ୍ ଡାଉନ୍ ସମୟରେ ପିଲାମାନେ ଅନ୍ଲାଇନ୍ରେ ଅଧୁକ ବ୍ୟସ୍ତ ରହୁଥିବାରୁ ଏଭଳି ଶୋଷଣ ବଢିଯାଇଛି ।
ଏହାର ନିରାକରଣ ପାଇଁ ଅଭିଭାବକଙ୍କୁ ସଚେତନ କରିବା ସହିତ ଶୋଷଣ ସଂକ୍ରାନ୍ତରେ ପିଲାମାନେ କିଭଳି ନିର୍ଭୟରେ ମତ ରଖୁବେ । ସେଥବପାଇଁ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଓପେସାର ଯୁଗ୍ମ ନିର୍ଦ୍ଦେଶିକା ଅମିତା ପଟ୍ଟନାୟକ କହିଥିଲେ ଯେ କରୋନା ସମୟରେ ଅଧିକରୁ ଅଧିକ ପିଲା ଅନ୍ଲାଇନ୍ରେ ପାଠ ପଢୁଛନ୍ତି । ତେଣୁ ଏହି ସମୟରେ ଶିକ୍ଷକମାନେ ପିଲାଙ୍କ ସହ ନିୟମିତ ଆଲୋଚନା କରିବା ସହିତ ସେମାନଙ୍କର ନିକଟତର ହେବା ଆବଶ୍ୟକ । ପିଲାଙ୍କୁ ଠିକଣା ଭାବେ ବୁଝାଇ ତାର ଆତ୍ମବିଶ୍ବାସ ବଢାଇବାକୁ ସେ ମତ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ସମିତି (ଏସିପିଏସ୍) ପ୍ରୀତିକାନ୍ତ ପଣ୍ଡା ଶୋଷଣର ଶିକାର ହେଉଥିବା ଶିଶୁଙ୍କୁ ନିଜର ମତ ରଖୁବାପାଇଁ ସାହସୀ କରାଇବା ସହିତ ସେମାନଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ଜିଲ୍ଲା ସ୍ତରରେ ଥିବା ସୁବିଧା ସୁଯୋଗ ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ବିଶେଷକରି କରୋନା ସ୍ଥିତିରେ ଅଇନ୍ ଅପବ୍ୟବହାରରୁ କିଭଳି ଶିଶୁଙ୍କୁ ଦୂରେଇ ରଖାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦେଇଥିଲେ । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କନ୍ସଲଟାଣ୍ଟ ମଧୁମିତା ଦାସ ପୋସୋ ଆଇର ବିଭିନ୍ନ ଧାରା ଉପରେ ଆଲୋକପାତ କରିବା ସହିତ ବିଦ୍ୟାଳୟରେ ଯୌନ ଶିକ୍ଷା ଉପରେ ଗୁରତ୍ବ ଦେଇଥିଲେ । ଏଥି ସହିତ ଘରୁ ସଚେତନତା ଆରମ୍ଭ ସହିତ ଉଭୟ ଶିଶୁ ଓ ଅଭିଭାବକଙ୍କୁ ସଚେତନ କରିବାପାଇଁ ସେ ମତ ରଖୁଥିଲେ । ଭୁବନେଶ୍ବର କୋର୍ଟର ବରିଷ୍ଠ ଆଇଜୀବୀ ବିଶେଶ୍ଵରୀ ମହାନ୍ତି ଆଲୋଚନା ଚକ୍ରରେ ଭାଗ ନେଇ ଶୋଷଣର ଶିକାର ହେଉଥିବା ଶିଶୁଙ୍କୁ ସହାୟତା ଓ ଦୋଷୀକୁ କିଭଳି ଦଣ୍ଡ ଦିଆଯାଇ ପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
Post a Comment