ଭୁବନେଶ୍ୱର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସିଆର୍ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ମୋଡରେ ଦେଖୁବାର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩ ତାରିଖ ଦିନ ଦର୍ଶକମାନେ ଫେସବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଭୂମିଜ୍ ଜନଜାତିଙ୍କ ଜୀବନଶୈଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ.) ଅଖୁଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଭୂମିଜ୍’ ଜନଜାତିର ଲୋକମାନେ ମୁଖ୍ୟତଃ ବାଲେଶ୍ବର, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥା'ନ୍ତି । କୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଶ୍ରମ କରିବା ସେମାନଙ୍କର ମୁଖ୍ୟ ପେଶା ଅଟେ । ଅନ୍ୟାନ୍ୟ ଜନଜାତି ଗୋଷ୍ଠୀଙ୍କ ସହିତ ଏକତ୍ର ବସବାସ କରିଥା’ନ୍ତି । ଭୂମିଜ୍ ଜନଜାତି ବେଶପୋଷାକ କ୍ଷେତ୍ରରେ ହିନ୍ଦୁ ଓ ଅନ୍ୟାନ୍ୟ ଜନଜାତିଙ୍କ ଦ୍ବାରା ପ୍ରଭାବିତ ହୋଇଥାନ୍ତି । ଭୂମିଜ୍’ ଜନଜାତି ପୁରୁଷମାନେ ଧୋତି ଓ ଗାମୁଛା ବ୍ୟବହାର କରିଥାନ୍ତି । ସେମାନେ ମଧ୍ୟ ସାର୍ଟ ପରିଧାନ କରିଥା’ନ୍ତି । ସେହିଭଳି ମହିଳାମାନେ ଶାଢ଼ି ଓ ବ୍ଲାଉଜ୍ (ଜ୍ୟାକେଟ୍) ପରିଧାନ କରିଥାନ୍ତି ।
ପାରମ୍ପରିକ ଭାବେ ସେଗୁଡ଼ିକ ସୂତା ବସ୍ତ୍ର ଓ ନାଲି କମ୍ ନୀଳ ଧଡ଼ି ଥାଇ ପ୍ରସ୍ତୁତ କରାଯାଇଥାଏ । ମହିଳାମାନେ ନାକଚଣା, ମାଳିରେ ତିଆରି ହାର, ଆର୍ମଲେଟ୍, ଚୁଡ଼ି ଆଦି ସ୍ଥାନୀୟ ବଜାରରୁ କିଣି ପିନ୍ଧିଥା’ନ୍ତି । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଗହଣା ବ୍ୟୟବହୁଳ ଅଧୁକାଂଶ ଧାତୁ ମଧ୍ୟରୁ ରୂପା ତିଆରି ଗହଣା ମଧ୍ୟ ‘ଭୂମିକୁ’ ଜନଜାତିର ମହିଳାମାନେ ପରିଧାନ କରିଥା’ନ୍ତି ।ଭୂମିଜ୍ ଜନଜାତି ଗୋଷ୍ଠୀ ଏକ ସ୍ଵତନ୍ତ୍ର ସାମାଜିକ-ଧାର୍ମିକ ବିଶ୍ୱାସକୁ ଅନୁସରଣ କରିଥା’ନ୍ତି ।
ବିଭିନ୍ନ ପ୍ରାକୃତିକ ବସ୍ତୁ ଯେପରିକି ଘୋଡ଼ା, ପଦ୍ମ, ସର୍ଷ, ପୃଥିବୀ ଆଦିଙ୍କୁ ନେଇ ଏହି ‘ଭୂମିଜ’ ଜନଜାତି ୧୫ଟି ଗୋଷ୍ଠୀରେ ବିଭକ୍ତ ହୋଇଥାନ୍ତି । ‘ସିବଙ୍ଗୀ’ ସେମାନଙ୍କର ମୁଖ୍ୟ ଦେବତା ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ପ୍ରତୀକ ଅନୁଯାୟୀ ବିଭିନ୍ନ ପ୍ରଥାକୁ ମାନିଥାନ୍ତି ।
Post a Comment