ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କୁ ପ୍ରାଥମିକତା ଦିଆଯାଉଥୁବା ବେଳେ କୃଷି କ୍ଷେତ୍ରରେ ସମୟୋପଯୋଗୀ ଯୋଜନା ପ୍ରଣୟନ, ଉନ୍ନତ ମାନର ବିହନ, କୃଷି ଯନ୍ତ୍ରପାତି ଓ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଯୋଗୁଁ ରାଜ୍ୟରେ ଫସଲ ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି । ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ତେବେ ଚାଷୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ କୃଷି ବୈଜ୍ଞାନିକମାନଙ୍କର ଗବେଷଣାଲବ୍ଧ ଜ୍ଞ।ନର ସଫଳ ପ୍ରୟୋଗ ଯୋଗୁ ଓଡ଼ିଶା ପ୍ରତିକୂଳ ପରିସ୍ଥିତି ସତ୍ବେ ଆଜି ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହେବା ସହିତ ଡାଲି, ତୈଳବୀଜ ପନିପରିବା ଆଦିର ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରିଛି ।
ସେହିପରି ବିଗତ ୨୦ ବର୍ଷରେ ରାଜ୍ୟରେ ମାଛ, ମାସ, ଅଣ୍ଡା, ଦୁସ୍ଥ ଉତ୍ପାଦନ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଜଳବାୟୁ ରେ ପରିବର୍ତ୍ତନ ଓ ଲୋକମାନଙ୍କର ଖାଦ୍ୟାଭ୍ୟାସ ଆଦିରେ ହେଉଥିବା ପରିବର୍ତ୍ତନର ଆହ୍ବାନକୁ ଗ୍ରହଣ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ଅଧ୍ୟାପକ ଓ ବୈଜ୍ଞାନିକମାନେ ଗବେଷଣା କ୍ଷେତ୍ରରେ ଦୀର୍ଘମିଆଦୀ କାର୍ଯ୍ୟଖସଡା ପ୍ରସ୍ତୁତ କରନ୍ତୁ । ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘର ୪୫ତମ ବାର୍ଷିକ ସାଧାରଣ ପରିଷଦ ବୈଠକର ଉଦ୍ଘାଟନୀ ଅବେଶନରେ ମୁଖ୍ୟ ଅତି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଶିକ୍ଷକ ଓ ବିଶେଷଜ୍ଞମାନଙ୍କ କଥା ଲୋକମାନେ ସହଜରେ ଗ୍ରହଣ କରିଥାଆନ୍ତି ।
ତେଣୁ ଚାଷୀମାନଙ୍କୁ ସଚେତନ କରିବା ଦିଗରେ ଅଧ୍ୟାପକମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ରାଜ୍ୟର ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରମୁଖ ଯୋଗଦାନ ରହିଥିବା ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗବେଷଣା ଓ ସଂପ୍ରସାରଣ ସେବାକୁ ଅଧୁକ ବ୍ୟାପକ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରୁଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିବା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।
ବୈଠକରେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ କୋଭିଡ–୧୯ ସ୍ଥିତିର ଆହ୍ବାନକୁ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ବିଶ୍ବବିଦ୍ୟାଳୟ ରାଜ୍ୟର କୃଷକମାନଙ୍କ ପ୍ରତି ସମର୍ପିତ ବୋଲି କହିଥିଲେ । ଏହି ଅବସରରେ ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣା ନିମନ୍ତେ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଡ. ଅଗ୍ରୱାଲ ସୂଚନା ପ୍ରଦାନ କରିଥିଲେ ।
ବୈଠକରେ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଡ. ପି.କେ.ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ଡ. ପ୍ରଦୀପ୍ତ କୁମାର ସାହୁ ସଦକୀୟ ବିବରଣୀ ପାଠ କରିବା ଅବସରରେ ସଂଘ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହିତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ସୂଚନା ସମ୍ପର୍କରେ ଏକ ପୁସ୍ତକର ଶୁଭ ଉନ୍ମୋଚନ କରିବା ସହିତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Post a Comment