loading...

୧୬୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ, ଅନଗ୍ରସରଙ୍କୁ ଋଣ ଯୋଗାଣ ଉପରେ ଗୁରୁତ୍ବାରୋପ

୧୬୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ, ସମାଜର ଦୁର୍ବଳ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଋଣ ଯୋଗାଣ ଉପରେ ଗୁରୁତ୍ବାରୋପ

୧୬୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ, ଅନଗ୍ରସରଙ୍କୁ ଋଣ ଯୋଗାଣ ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର, ଆଜି ୧୬୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକସ୍ଥିତି ବର୍ତ୍ତମାନ ଅଭିବୃଦ୍ଧି ଆଡ଼କୁ ଗତି କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ଋଣଯୋଗାଣ କ୍ଷେତ୍ରରେ ଆଗେଇ ଆସି ସମାଜର ଦୁର୍ବଳ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସହାୟତା କରି ରାଜ୍ୟର ଆର୍ଥିକ କ୍ଷେତ୍ରକୁ ମଜବୁତ୍ କରିବାକୁ ଆଜିର ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ମତବ୍ୟକ୍ତ କରିଛନ୍ତି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଋଣ ପ୍ରଦାନ ଏବଂ ଲକ୍ଷ୍ୟ ହାସଲ ଉତ୍ସାହଜନକ ରହିଥିବାବେଳେ ଏହା ବାର୍ଷିକ ଋଣ ଯୋଜନାର ୭୭ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ଏବଂ ଚଳିତ ଆର୍ଥିକ ବର୍ଷରେ ଏହା ଶତପ୍ରତିଶତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶାବ୍ୟକ୍ତ କରିଥିଲେ । ଘରୋଇ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ସଫଳତା ଏ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକଠାରୁ ଭଲ ହୋଇଛି ବୋଲି ସେ ମତପ୍ରକାଶ କରିଥିଲେ । କୃଷି ଅଦ୍ୟାବଧୂ ରାଜ୍ୟର ଜନସାଧାରଣଙ୍କ ଜୀବିକା ନିର୍ବାହର ମୁଖ୍ୟ ମାଧ୍ୟମ ଥିବାବେଳେ ବାର୍ଷିକ ଋଣ ଯୋଜନାର ଏହା ୫୭.୭୨ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଛି । କୃଷି କ୍ଷେତ୍ରକୁ ଅଧୁକ ଗୁରୁତ୍ବ ଦେବାକୁ ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ । 

କୃଷି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଯୋଗାଇ ଦେବା କ୍ଷେତ୍ରରେ ସରକାର ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି । ପ୍ରଥମ ଥର ପାଇଁ ୨୦୨୦-୨୧ ବର୍ଷରେ କୃଷି, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଋଣ ସହାୟତା ଯୋଗାଇଥିବା ଚମ୍ପିଅନ୍ ବ୍ୟାଙ୍କମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ । ଅଗ୍ରାଧୁକାର କ୍ଷେତ୍ରଗୁଡ଼ିକୁ ଋଣ ଯୋଗାଣ ପାଇଁ ଗତ ଡିସେମ୍ବର ୨୨ର ସମୀକ୍ଷା ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ୟାଙ୍କର୍ସ ଏବଂ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କମାନେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ବୈଠକରେ ଯୋଗଦେଇ କହିଥିଲେ । ସବୁ ଅଞ୍ଚଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭଲ କାମ କରୁଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ଯୋଗାଣ ସହ ଅପହଞ୍ଚ ଅଞ୍ଚଳରେ ଅଧୁକା ସ୍ଥାୟୀ ବ୍ୟାଙ୍କ ସ୍ଥାପନ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଉଲ୍ଲେଖଯୋଗ୍ୟ ଲାଭଜନକ କ୍ଷେତ୍ରରେ ପରିଣତ । ହେବା ପାଇଁ ସେମାନଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଥିଲେ । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଋଣ ପ୍ରଦାନ କ୍ଷେତ୍ରରେ ଏସ୍‌ଏଲ୍‌ବିସି ନିଜର ମାର୍ଗଦର୍ଶିକାକୁ ଅଧୁକ ସରଳ କରିବା ଉପରେ ମନ୍ତବ୍ୟ ରଖୁଥୁବାବେଳେ କୃଷି ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ସୁରେଶ ବଶିଷ୍ଠ ଋଣ ପ୍ରଦାନ କ୍ଷେତ୍ରରେ ଆବେଦନକାରୀଙ୍କ ଦରଖାସ୍ତ ଶୀଘ୍ର ଗ୍ରହଣ କରି ଋଣ ପ୍ରଦାନ କରିବାକୁ ପ୍ରସ୍ତାବ ରଖୁଥିଲେ । 

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଚଳିତ ବଜେଟ୍‌ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ବିଶେଷ ଗୁରୁତ୍ବ ଦିଆଯାଇଥିବାରୁ ଅଧୁକ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକରିବାକୁ ପଡ଼ିବ ବୋଲି କହିଥିଲେ । ଆଜିର ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ବକ୍ତବ୍ୟ ରଖୁ କହିଥିଲେ । ଆସନ୍ତା ୨୬ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ବ୍ୟାଙ୍କର୍ସଙ୍କ ସହିତ ସମୀକ୍ଷା ବୈଠକ ରଖୁଥିବାରୁ ବୈଠକ ପୂର୍ବରୁ ସେମାନେ ସବୁ ତଥ୍ୟ ସଂଗ୍ରହ ସହ ଋଣ ଯୋଗାଣ ସଂପର୍କରେ ସବିଶେଷ ସୂଚନା ରଖୁବା ପାଇଁ ପରାମର୍ଶ ଦେଇଥିଲେ । 

ବୈଠକରେ ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ, ଡିଏଫ୍ଏସ୍ ଯୁଗ୍ନ ସଚିବ ଶ୍ରୀ ସଙ୍ଗୀନ୍ଦ୍ର ମିଶ୍ର, ଆନୁଷ୍ଠାନିକ ଅର୍ଥ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଜ୍ଞାସ୍ମିତା ସାହୁ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଏ.କେ. ଗୋୟଲ, ଏସ୍ଏଲ୍‌ବିସିର ଆବାହକ ଶ୍ରୀ ଅରୂପାନନ୍ଦ ଜେନା, ଭାରତୀୟ ରିଜର୍ଭ ବ୍ୟାଙ୍କର ସାଧାରଣ ପରିଚାଳକ ସୋନାଲି ଦାସ ଏବଂ ନାବାର୍ଡର ସାଧାରଣ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget