ଭୁବନେଶ୍ୱର, ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଉପରେ ଆସ୍ଥାପ୍ରକଟ କରି ଅନ୍ଧାରୁଆ ଗ୍ରାମ ପଞ୍ଚାଯତର ସରପଞ୍ଚ ଶ୍ରୀ ଦିଲୀପ ତରାଇଙ୍କ ନେତୃତ୍ବରେ ଶତାଧିକ ବିଜେଡ଼ି ଓ ବିଜେପି କର୍ମୀ ଆଜି କଂଗ୍ରେସ ଭବନ, ଭୁବନେଶ୍ବର ଠାରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ରାଉତରାୟ ସମସ୍ତ ନେତା ଓ କର୍ମୀଗଣଙ୍କୁ ସ୍ଵାଗତ କରି କହିଲେ ଯେ ଆପଣମାନଙ୍କ ଯୋଗଦାନ ଜଟଣୀ ଅଂଚଳରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ ।
କଂଗ୍ରେସ ଦଳରେ ଯୋଗଦେଇଥିବା ସର୍ବଶ୍ରୀ ଅଇଁଠି ମୁଦୁଲୀ, ଜୟନ୍ତ ସାମନ୍ତରାୟ, ପ୍ରହଲ୍ଲାଦ ବେହେରା, ମନମୋହନ ମହନ୍ତ, ଶୈଳେଶ ମାରାଣ୍ଡୀ ପ୍ରମୁଖ ଶତାଧିକ କର୍ମୀ ଆଗାମୀ ଦିନରେ କଂଗ୍ରେସ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
Post a Comment