loading...

ସମ୍ଭାବ୍ୟ ୨ୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ କର-ମୁଖ୍ୟ ଶାସନ ସଚିବ

ସମ୍ଭାବ୍ୟ ୨ୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ କର-ମୁଖ୍ୟ ଶାସନ ସଚିବ

ସମ୍ଭାବ୍ୟ ୨ୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ କର-ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ସମ୍ଭାବ୍ୟ ୨ୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ନିମନ୍ତେ ଉଭୟ ଗ୍ରାମ ଓ ସହରାଞ୍ଚଳରେ କୋଭିତ୍ ନିୟମ ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫୋରେନ୍ସ  ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଥିଲେ ଯେ ସଂକ୍ରମଣ ପ୍ରତିରୋଧର ଏକ ଗୁରୁତ୍ବପୂର୍ଣ୍ଣ ଉପାୟ ହେଉଛି । ସଂକ୍ରମିତ ଲୋକମାନଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ପୃଥକ ବାସ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଦେବା । ତା'ଛଡ଼ା ଅଧୂକ ଲୋକ ଯାତାୟତ ସ୍ଥାନ, ହାଟ, ବଜାର, ସହର ଓ ଗ୍ରାମ ମାନଙ୍କରେ ମାସ୍କ ପିନ୍ଧିବା ଓ 'ପରସ୍ପରଠାରୁ ଦୂରତା ରକ୍ଷା କରିବା' ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଏକାନ୍ତ ଆବଶ୍ୟକ । ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରିଚାଳନାରେ ଜିଲ୍ଲା ଓ ପଞ୍ଚାୟତ ମାନେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଯେଉଁଥି ପାଇଁ ଓଡ଼ିଶା ଅପେକ୍ଷାକୃତ ଭାବେ ଭଲ ସ୍ଥିତିରେ ଅଛି । 

ସମ୍ଭାବ୍ୟ ୨ୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନିମନ୍ତେ ଅଧୁକ ଦକ୍ଷତାସହ ଟିମ୍ ମନୋଭାବରେ କାର୍ଯ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ସରପଞ୍ଚ, ୱାର୍ଡମେମ୍ବର ଏବଂ ବିଭିନ୍ନ ବିଭାଗର ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷାରେ ଯୋଗଦେଇ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ସରପଞ୍ଚ ଓ ୱାର୍ଡମେମ୍ବର ମାନଙ୍କର ବୈଠକ ଡାକି କୋଭିଡ଼ ସଂକ୍ରମଣ, ନିରାକରଣ, ସଂକ୍ରମିତ ଲୋକମାନଙ୍କର ଚିହ୍ନଟ, ସ-ଗୃହରେ ପୃଥକ ବାସ ଓ ଚିକିତ୍ସା ଆଦି ବିଷୟରେ ସବିଶେଷ ଆଲୋଚନା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । 

ପ୍ରତି ଗାଁ ଓ ସହରରେ ମାଇକ୍ ମାଧ୍ୟମରେ ପ୍ରଚାର ସହ ସଚେତନତା କାର୍ଯ୍ୟକ୍ରମ। ଜାରି ରଖୁକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ନିୟମ ଉଲଙ୍ଘନକାରୀ ମାନଙ୍କଠାରୁ ଜୋରିମାନା ଆଦାୟ  ଆରମ୍ଭ କରିବାକୁ କୁହାଯାଇଥିଲା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଆର୍.ଟି.ପି.ସି.ଆର୍ ଟେଷ୍ଟ ଏବଂ ନିଜ ଗୃହରେ ପୃଥକ ବାସ ଉପରେ ଗୁରୁତ୍ବ ଆରୋପ କରିଥିଲେ । କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଆଦି ରାଜ୍ୟରେ ଦେଖା ଦେଇଥିବା ୨ୟ ପର୍ଯ୍ୟାୟ ଭୁତାଣୁ ଅଧୁକ କ୍ଷତିକାରକ ବୋଲି ଶ୍ରୀ ମହାପାତ୍ର ସତର୍କ କରାଇ ଦେଇଥିଲେ । ପ୍ରତି ଜିଲ୍ଲାରେ ଅଧିକରୁ ଅଧୁକ ଆର୍.ଟି.ପି.ସି.ଆର୍ ଟେଷ୍ଟ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଚିହ୍ନଟ, ପରୀକ୍ଷା ଓ ସ-ଗୃହରେ ପୃଥକ ବାସ ଆଦି କାମରେ ସରପଞ୍ଚ, ୱାର୍ଡମେମ୍ବର, ଜନପ୍ରତିନିଧୁ ଏବଂ ସେଚ୍ଛାସେବୀମାନଙ୍କୁ ସକ୍ରିୟଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ବିଜୁପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର, ଝାରସୁଗୁଡ଼ା ବିମାନ ବନ୍ଦର ଏବଂ ଓଡ଼ିଶାର ବିଭିନ୍ନ ରୋଳବାଇ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର 'ଥର୍ମାଲ କ୍ରିମିଂ' ସହ ଆବଶ୍ୟକ ମନେହେଲେ ଆର୍.ଟି.ପି.ସି.ଆର୍ କୁ କାଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୌରାଞ୍ଚଳ କମିଶନର ଏବଂ ପୂର୍ବତଟ ରେଳବାଇର ମହାନିର୍ଦ୍ଦେଶକଙ୍କୁ କୁହାଯାଇଥିଲା । 

ଫଚାୟତ ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget