loading...

ଶିଶୁମାନଙ୍କୁ ସବୁଜ ପରିବା, ଫଳ ଖୁଆନ୍ତୁ, ଜଙ୍କ ଫୁଡ୍ ଠାରୁ ଦୂରରେ ରଖନ୍ତୁ : ଶିଶୁ କର୍କଟ ବିଶେଷଜ୍ଞ

ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର ଶିଶୁମାନଙ୍କୁ

ଶିଶୁମାନଙ୍କୁ ସବୁଜ ପରିବା, ଫଳ ଖୁଆନ୍ତୁ, ଜଙ୍କ ଫୁଡ୍ ଠାରୁ ଦୂରରେ ରଖନ୍ତୁ : ଶିଶୁ କର୍କଟ ବିଶେଷଜ୍ଞ

ଭୁବନେଶ୍ୱର, ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ବ ରହିଛି ବୋଲି ଶୁକ୍ରବାର ଜଣେ ଶିଶୁ କର୍କଟ ରୋଗ ବିଶେଷଜ୍ଞ କହିଛନ୍ତି । ପୃଥିବୀର ସମସ୍ତ କର୍କଟ ରୋଗୀଙ୍କ ସଂଖ୍ୟାର ୯୫ ପ୍ରତିଶତ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ୫ ପ୍ରତିଶତ ଶିଶୁ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲଜିଷ୍ଟ ଡାକ୍ତର ସରୋଜ ପଣ୍ଡା କହିଛନ୍ତି ।

ହସ୍ପିଟାଲରେ ବିଶ୍ଵ ଶିଶୁ କର୍କଟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ପଣ୍ଡା କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିବା ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ଜଣଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା । ମାତ୍ର ଉପଯୁକ୍ତ ଚିକିତ୍ସା ଫଳରେ ୩୫୦ ଜଣ ରୋଗ ମୁକ୍ତ ହୋଇପାରିଛନ୍ତି । ପ୍ରତିବର୍ଷ ଫେବୃଆରୀ ୧୫ ତାରିଖକୁ ବିଶ୍ବ ଶିଶୁ କର୍କଟ ଦିବସ ଭାବେ ପାଳନ କରାଯାଏ ।  ଡାକ୍ତର ପଣ୍ଡା କହିଲେ ଅଧିକାଂଶ କ୍ଷେତ୍ରରେ ବଂଶଗତ କାରଣରୁ ଶିଶୁମାନଙ୍କୁ ଏହି ରୋଗ ହୋଇଥାଏ । ମାତ୍ର ରୋଗ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇପାରିଲେ ଓ ଉତମ ଚିକିତ୍ସା ମିଳିଲେ ଏଥିରୁ ସୁସ୍ଥତା ମିଳିପାରିବ । ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲ୍ୟୁକେମିଆ, ବ୍ରେନ୍ ଟ୍ୟୁମର, କିଡିନି ଟ୍ୟୁମର, ଲିଭର ଟ୍ୟୁମର ବା ବୋନ୍ ସାର୍କୋମା ଭଳି କର୍କଟ ଦେଖାଯାଏ । 

ତେବେ ପିଲା ସୁସ୍ଥ ରହିଲେ, ସଠିକ୍ ଓଜନ ରକ୍ଷା କରି ବୃଦ୍ଧି ଲାଭ କଲେ, ନିୟମିତ ବ୍ୟାୟାମ କଲେ ଓ ସବୁଜ ପନିପରିବା ଓ ଫଳ ଖାଇଲେ ଏହି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି । ଏହାଛଡ଼ା ଜଙ୍କ ଫୁଡରୁ ପିଲାମାନେ ଦୂରରେ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ଶିଶୁ କର୍କଟ ରୋଗ ଦିବସର ଥିମ୍ ରହିଛି 'ବେଟର ସର୍ଭାଇଭାଲ୍ ଇଜ୍ ଆଚିଭେବଲ ଥ୍ରୋ ଆୱର ହ୍ୟାଣ୍ଡ” ଅର୍ଥାତ୍ ସମସ୍ତେ ମିଶିକରି ଆମ ହାତରେ ସୁସୁତା ହାର ବଢ଼ିବା ସମ୍ଭବ । ଏହି ଦିବସ ପାଳନ ଅବସରରେ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଶିଶୁ ରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାଶ, ମେଡିକାଲ ଅଙ୍କୋଲୋଜି ବିଭାଗର ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ଡାକ୍ତର ନିର୍ମଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାୟ ୪୦ ଜଣ କର୍କଟ ଆକ୍ରାନ୍ତ ଶିଶୁ ଓ ତାଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ମ୍ୟାଜିସିଆନ୍ ଜୀବନ ଦାସ ସେମାନଙ୍କୁ ମାନସିକ ଚାପରୁ ମୁକ୍ତ କରି ଉତ୍ସାହିତ କରିବା ନିମନ୍ତେ ମ୍ୟାଜିକ୍ ଦେଖାଇଥିଲେ । ସେହିପରି ଓଡ଼ିଆ ଅଭିନେତା ପ୍ରସଜିତ ଦାସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ମନୋରଞ୍ଜନ କରିଥିଲେ । ଡାକ୍ତର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget