loading...

ସୌନ୍ଦର୍ଯ୍ୟମୟୀ ତୋଷାଳି ମେଳାରେ କଳାନୈପୁଣ୍ୟର ଅଭିନବ ଚମକ

ସ୍ଥାନୀୟ ଜନତା ମଇଦାନଠାରେ ଜାନୁଆରୀ ୨୧ ତାରିଖଠାରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ତୋଷାଳି ମେଳା ଅନୁଷ୍ଠିତ

ସୌନ୍ଦର୍ଯ୍ୟମୟୀ ତୋଷାଳି ମେଳାରେ କଳାନୈପୁଣ୍ୟର ଅଭିନବ ଚମକ

ଭୁବନେଶ୍ୱର, ସ୍ଥାନୀୟ ଜନତା ମଇଦାନଠାରେ ଜାନୁଆରୀ ୨୧ ତାରିଖଠାରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ତୋଷାଳି ମେଳା ଅନୁଷ୍ଠିତ ହେଉଛି । କେତେଦିନ ହେଲା ସୌନ୍ଦର୍ଯ୍ୟର ମାୟାପୁରୀ ପାଲଟିଛି ଜନତା ମଇଦାନ । ଜନତାଙ୍କ ସୁଅ ଛୁଟୁଛି । ମେଳା ମଇଦାନରେ ସୌନ୍ଦର୍ଯ୍ୟର ହାଟ ବସିଛି । ବିବିଧ ସୌନ୍ଦର୍ଯ୍ୟର ଅପରୂପ କାରୁକଳା ଦେଖୁ ଦର୍ଶକେ ଆତ୍ମବିସ୍ମତ ହେଉଛନ୍ତି । ପଡ଼ିଆ ସାରା ଖାଲି କଳାର କିମିଆ । କଳାପ୍ରାଣ ମଣିଷ ଖୋଜୁଛି ନିଜ ରୁଚିର କଳାସାମଗ୍ରୀ ।

ଉକୃଷ୍ଟ କଳାର କ୍ଷେତ୍ର ଉତ୍କଳ ମାଟିର କଳା ଉତ୍କର୍ଷ ଓ କାରିଗରୀ ଶିଳ୍ପନୈପୁଣ୍ୟ ଦେଖଣାହାରୀ ଓ କ୍ରେତାଙ୍କ ଆରେ ସୃଷ୍ଟି କରୁଛି ଅଭିନବ ଚମକ ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳିର ମଧ୍ୟ ଭାଗରେ ଉତ୍କଳୀୟ ଦେବତା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସୁଦୃଶ୍ୟ ମୂର୍ତ୍ତିର ଅପରୂପ ଶୋଭା ଜଗନ୍ନାଥପ୍ରାଣ ଉତ୍କଳୀୟଙ୍କୁ ଘଡ଼ିଏ ଅଟକେଇ ଦଉଛି । କଟକ ବଦମ୍ବା ଷ୍ଟଲ୍ ଭିତରେ ଶ୍ରୀଜଗନ୍ନାଥଙ୍କ ଶୋଭା ବେଶ୍ ସୁନ୍ଦର ଦିଶୁଛି । ଫିରିଙ୍ଗିଆ ଓ ଗଣ୍ଡମୁଣ୍ଡାର କାଷ୍ଠଶିଳ୍ପ ଷ୍ଟରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ । ସେମିତି ଭିଡ଼ ଲାଗିଛି ପିପିଲିର ଚାନ୍ଦୁଆ ଷ୍ଟଲରେ । ଉତ୍କଳିକା, ଅମ୍ମାନ, ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଷ୍ଟରେ ଅଧ୍ବକ ଭିଡ଼ ଜମୁଛି ।

ଛତିଶଗଡ଼ର ଲୌହଶିଳ୍ପ, ତେଲେଙ୍ଗାନାର ଚମଡ଼ା ଶିଳ୍ପ, ରାଜସ୍ଥାନ, ପଂଜାବ ଓ ମଣିପୁର ବୟନଶିଳ୍ପ, ଆସାମର ବାଉଁଶ ଶିଳ୍ପ ଆଦି ଷ୍ଟଲଗୁଡ଼ିକ ଭାରତୀୟ ସୌନ୍ଦର୍ଯ୍ୟ ଓ କଳାଚେତନାର ଅନନ୍ୟ ପ୍ରତିଭାକୁ ପ୍ରଦର୍ଶିତ କରୁଛି । କର୍ଣ୍ଣାଟକର ଚନ୍ଦନଯୁକ୍ତ ବିବିଧ ପ୍ରସାଧନ ସାମଗ୍ରୀ କିଣିବାକୁ ଗ୍ରାହକମାନେ ବେଶ୍ ପସନ୍ଦ କରୁଛନ୍ତି । ଆଗ୍ରାର ସୁନ୍ଦର କାଚ ସାମଗ୍ରୀ ଦର୍ଶକଙ୍କ ଆଖୁ ଝଲସାଇ ଦେଉଛି । ଶୀତ ସରିସରି ଆସିଲେ ବି ହିମାଚଳ ପ୍ରଦେଶରୁ ଆସିଥିବା ମନୋଲୋଭା ଆକର୍ଷଣୀୟ ଶୀତରୋକା ଜ୍ୟାକେଟର ମୋହ ଷ୍ଟଲ ଆଡ଼କୁ ଆକର୍ଷିତ କରୁଛି ।

କେଉଁଝର ଭଗାମୁଣ୍ଡାର ଟସର ସିଲକ୍ ପାର୍କ ଷ୍ଟଲରେ ଟସର ଜ୍ୟାକେଟ୍ ସହ ଅନ୍ୟାନ୍ୟ ସାମଗ୍ରୀର ଭଲ ଚାହିଦା ରହିଛି । ଡିଜିଟାଲ୍ ପ୍ରିଣ୍ଟ ଟସର ଶାଢ଼ିର ସୌନ୍ଦର୍ଯ୍ୟ କଳା ଦର୍ଶକଙ୍କୁ ବିମୋହିତ କରୁଛି । ପାରମ୍ପରିକ କଳାଚେତନା ସହ ଡିଜିଟାଲ ପ୍ରିଣ୍ଟି କଳାର ଅପୂର୍ବ ମିଶ୍ରଣ ତୋଷାଳି ମେଳା ଦିବା ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ତୋଷାଳି ମେଳା ଚାଲିବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget