loading...

ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ

ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ । ଓଡ଼ିଶା ସରକାର ରାଜ୍ୟକୁ ଫାଇଲେରିଆ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ

ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲସିକା ଫାଇଲେରିଆର ମୂଳୋତ୍ପାଟନ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ଗଣଔଷଧ ସେବନ କାର୍ଯ୍ୟକ୍ରମ (ଏଡିଏ) ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବେ । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାରେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ଏବଂ ଗ୍ଲୋବାଲ ହେଲ୍‌ଥ ଷ୍ଟାଟେଜି ସହିତ ମିଳିତ ଆନୁକୂଲ୍ୟରେ ଏକ ଗଣମାଧ୍ୟମ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଲସିକା ଫାଇଲେରିଆ ଦ୍ଵାରା ସୃଷ୍ଟି ହେଉଥିବା ଶକ୍ତିହୀନତା ସଂପର୍କିତ ସୂଚନା ପ୍ରସାରଣକୁ ନିଶ୍ଚିତ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା, ଯଦ୍ଧାରା କି ଜନସାଧାରଣ ଏହି ମାରାତ୍ମକ ରୋଗ ସଂପର୍କରେ ସଠିକ୍ ସୂଚନା ପାଇପାରିବେ । 

ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ତାଙ୍କର ଭିଡ଼ିଓ ବାର୍ତ୍ତାରେ ଜିଲ୍ଲାରେ ହାତକୁ ନିଆଯାଇଥିବା ଏଡିଏ କାର୍ଯ୍ୟକ୍ରମ ଅବସରରେ ଔଷଧ ପ୍ରଦାନ କରୁଥିବା କର୍ମଚାରୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । କର୍ମଶାଳା ଅବସରରେ ଗଞ୍ଜାମର ମୁଖ୍ୟ ଜିଲ୍ଲା ଚିକିତ୍ସାଧୁକାରୀ ଏବଂ ଜନସ୍ବାସ୍ଥ୍ୟ ଅଧୁକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ଉମାଶଙ୍କର ମିଶ୍ର କହିଥିଲେ, ୨୦୨୧ ସୁଦ୍ଧା ଫାଇଲେରିଆ ମୂଳପୋଛି କରିବା ଲକ୍ଷ୍ୟ ରଖୁ ଓଡ଼ିଶା ସରକାର ଜାତୀୟ ଲସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । 

ଗଞ୍ଜାମର ଏଡିପିଏଚ୍ଓ (ଭିବିଡି) ଡା. ସନ୍ତୋଷ କୁମାର ପାଢ଼ୀ ଏକ ଉପସ୍ଥାପନା ଜରିଆରେ କହିଥିଲେ ଯେ ଫାଇଲେରିଆ ଏକ ମାରାତ୍ମକ ଜନସ୍ବାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ଵାରା ହୋଇଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଫାଇଲେରିଆ ଅନ୍ୟତମ  ମୁଖ୍ୟ କାରଣ ହୋଇଛି । ଭାରତର ଜାତୀୟ ଲସିକା ଫାଇଲେରିଆ ମୁଳୋତ୍ପାଟନ କାର୍ଯ୍ୟକ୍ରମର ଦୁଇସ୍ତରୀୟ କୌଶଳ ରହିଛି । ତାହା ହେଉଛି ଗଣ ଔଷଧ ସେବନ ଓ ରୁଗଣ ଅବସ୍ଥା ପରିଚାଳନା ଏବଂ ଅକ୍ଷମତା ନିରାକରଣ । ଗଞ୍ଜାମ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧୁକାରୀ ଡା. ଆର୍ ଜଗଦୀଶ ପଟ୍ଟନାୟକ କୃମିନାଶ ଫାଇଦା ସଂପର୍କରେ ପ୍ରକାଶ କରିଥିଲେ । ସେ କହିଲେ ଯେ ଏଡିଏ ସମୟରେ ଦିଆଯାଉଥିବା ଆବେଣ୍ଡାଜୋଲ୍ ଭଳି ଔଷଧ କୃମିନାଶ କରିବା ଭଳି ଅତିରିକ୍ତ ଫାଇଦା ମଧ୍ୟ ଦେଇଥାଏ, ଯାହା ପିଲାଙ୍କଠାରେ ପୋଷାକ ତତ୍ତ୍ୱକୁ ଅଧୁକ ଧରି ରଖୁଥାଏ ଏବଂ ସେମାନଙ୍କ ଶାରୀରିକ ତଥା ଜ୍ଞାନର ବିକାଶରେ ସହାୟକ ହୋଇଥାଏ । 

ଜୋନାଲ କୋଅର୍ଡିନେଟର (ଏଟିଡି) ଡା. ସମ୍ବିତ ପ୍ରଧାନ କହିଥିଲେ ଯେ ଏଡିଏ ପର୍ଯ୍ୟୟ ସମୟରେ କୋଭିଡ୍ – ୧୯ ସଂକ୍ରମଣ ରୋକିବାକୁ ସମସ୍ତ ନିରାପତ୍ତାମୂଳକ ପଦକ୍ଷେପ ଯଥା-ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ବଜାୟ ରଖୁବା ସୁନିଶ୍ଚିତ କରାଯିବ । ଏଥି ସହିତ ଆଶା, ଏଡବୁ ଡବୁ ଏବଂ ତାଲିମପ୍ରାପ୍ତ ସେଚ୍ଛାସେବୀଙ୍କ ଉପସ୍ଥିତିରେ ସ୍ଥାନୀୟ ବ୍ଲକଗୁଡ଼ିକର ଯୋଗ୍ୟ ହିତାଧୁକାରୀମାନେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ମଧ୍ୟ ନିଶ୍ଚିତ କରାଯିବ । ଏହି ଅଭିଯାନ ସମୟରେ ଜିଲ୍ଲାର ୨୨ଟି ବ୍ଲକ୍, ଗୋଟିଏ ବିଇଏସି ଏବଂ ୧୬ଟି ଏନ୍ଏସିରେ ୭୦୫୦ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୭୦୫ ଜଣ ସୁପରଭାଇଜର, ୧୩୨ ଆର୍‌ଆରଟିଙ୍କୁ ନିୟୋଜିତ କରାଯିବ ।

ଜିଲ୍ଲାରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ମୋଟ ହିତାଧୁକାରୀ ସଂଖ୍ୟା ୩୫ ଲକ୍ଷରୁ ଉର୍ଦ୍ଧ ଅଟେ । ପରିଶେଷରେ ଗ୍ଲୋବାଲ ହେଲ୍‌ଥ ଷ୍ଟ୍ରାଟେଜିର ନିର୍ଦ୍ଦେଶକ ଅନୁଜ ଘୋଷ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଆମେମାନେ ରାଜ୍ୟରୁ ଲସିକା ଫାଇଲେରିଆ ମୂଳୋତ୍ପାଟନ କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget