loading...

ଛାତ୍ର କଂଗ୍ରେସ ପକ୍ଷରୁ ତୈଳ ଦର ପ୍ରତିବାଦରେ ତେଲ ଟାଙ୍କିରେ ମୋଦିଙ୍କ ଫଟୋକୁ କାଳିମାଡ ଓ ବ୍ୟାନର ଚିରା

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ତୈଳ ଦର ପ୍ରତିବାଦରେ ବିକ୍ଷୋଭ । ତେଲ ଟାଙ୍କିରେ ମୋଦିଙ୍କ ଫଟୋକୁ କାଳିମାଡ ଓ ବ୍ୟାନର ଚିରା

ଛାତ୍ର କଂଗ୍ରେସ ପକ୍ଷରୁ ତୈଳ ଦର ପ୍ରତିବାଦରେ ତେଲ ଟାଙ୍କିରେ ମୋଦିଙ୍କ ଫଟୋକୁ କାଳିମାଡ ଓ ବ୍ୟାନର ଚିରା

ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ବଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପ୍ରତିବାଦରେ ଆଜି କଂଗ୍ରେସ ଭବନରୁ ଏକ ରାଲି ଦୁଇ ନମ୍ବର ସ୍ଥିତ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଲାଗିଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କାଳି ମାଡ କରାଯିବା ସହିତ ବିଜ୍ଞାପନ ହୋର୍ଡିକୁ ଚିରା ଯାଇଥିଲା । ସେହିପରି ରାମ ମନ୍ଦିର ସମ୍ମୁଖରେ ଥିବା ପେଟ୍ରୋଲ ଟାଙ୍କିରେ ମଧ୍ୟ ଅନୁରୂପ ଭାବେ ପ୍ରତିବାଦ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି ଯେ ମୋଦି ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲର ସାମାନ୍ୟ ଦର ବୃଦ୍ଧି ହେଲେ ମନମୋହନ ସିଂହ ସରକାରଙ୍କୁ ଅତି କଦର୍ଯ୍ୟ ଭାଷାରେ ତିରସ୍କାର କରୁଥିଲେ ଏବଂ ସେ ସରକାରକୁ ଆସିଲେ ପେଟ୍ରୋଲ ଓ ଡିଜେଲ ଦର କମେଇ ଦେବେ । ମାତ୍ର ମୋଦିଙ୍କ ଆଚ୍ଛାଦିନର ସ୍ୱପ୍ନ ଆଜିର ପେଟ୍ରୋଲ ଓ ଡିଜେଲ ଦରରେ ପ୍ରତିଫଳିତ । ୨୦୧୪ ମସିହାରେ ଆର୍ତଜାତିକ ବଜାରରେ ଅଶୋଧୂତ ତୈଳ ଦର ୧୨୦ ଡଲାର ଥିବା ବେଳେ ମନମୋହନ ସିଂହ ସରକାର ପେଟ୍ରୋଲ ଦର ୭୦ ଟଙ୍କା ଓ ଡିଜେଲ ଦର ୫୫ ଟଙ୍କାରେ ଦେବାକୁ ସମର୍ଥ ହୋଇଥିଲେ । ମାତ୍ର ଆଜି ଆର୍ତଜାତିକ ବଜାରରେ ଅଶୋଧୁତ ତୈଳ ଦର ୬୦ ଡଲାର ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । ବିଜେପି ଦଳର ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମୋଦି ସରକାରଙ୍କୁ ତିରଷ୍କାର କରି କହିଛନ୍ତି ଯେ ଆଜିର ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ଟଙ୍କାରେ ବିକ୍ରୀ ହେବା କଥା । 

ସୁବ୍ରମଣ୍ୟମ ସ୍ବାମୀ ବଦ୍ଧିତ ତୈଳ ଦରକୁ ନେଇ କହିଛନ୍ତି ଯେ ଏହା ଏକ ମନୁମେଣ୍ଟାଲ ଲୁଣ୍ଠନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ କହୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା କରିବା ଦରକାର । ଏବେ ଛତିଶଗଡ ସରକାର, ପଶ୍ଚିମବଂଗ ସରକାର ପ୍ରଭୃତି ରାଜ୍ୟ ଟ୍ୟାକ୍ସ ଆଖୁଦୃଶିଆ ଭାବେ କମାଇଥିବା ବେଳେ ନବୀନ ପଟ୍ଟନାୟକ ସରକାର କାହିଁକି ଏ ବାବଦରେ ନିଷ୍ପତି ନେଉନାହାନ୍ତି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଦଳ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ରାଜରାସ୍ତାରେ ତୁମ୍ବିତୋଫାନ କରୁଥଲେ, ଏବେ ଆଶ୍ଚର୍ଯ୍ୟଜନକ ଭାବେ ନୀରବ ରହିଛନ୍ତି । ଉଭୟ ମୋଦି ଓ ନବୀନ ସାଧାରଣ ଜନତାଙ୍କର ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି । 

୨୦୧୪ ମସିହାରେ ପେଟ୍ରୋଲ ଉପରେ କେନ୍ଦ୍ର ଟିକସ ୯.୪୭ ପଇସା ଥିବା ବେଳେ ଏବେ ତାହା ୩୨.୯୦ ପଇସା ପହଂଚିଛି । ସେହିଭଳି ଭାବରେ ସେତେବେଳେ ରାଜ୍ୟ ଟିକସ ୧୦.୫୯ ପଇସା ଥିବାବେଳେ ଏବେ ତାହା ୨୦.୯୨ ପଇସାରେ ପହଂଚିଛି । ଅନ୍ୟପକ୍ଷରେ ୨୦୧୪ ମସିହାରେ ଡିଜେଲ ଉପରେ କେନ୍ଦ୍ର ଟିକସ ୩.୫୬ ପଇସା ଥିବା ବେଳେ ଏବେ ତାହା ୩୧.୮୦ ପଇସାରେ ପହଂଚିଛି । ସେହିଭଳି ସେତେବେଳେ ରାଜ୍ୟ ଟିକସ ୮.୭୮ ପଇସା ଥିବାବେଳେ ଏବେ ତାହା ୧୮.୪୩ ପଇସାରେ ପହଂଚିଛି । ଅନ୍ୟପକ୍ଷରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ମଧ୍ୟ ହାଣ୍ଡିଶାଳରେ ମହଙ୍ଗା ମାଡ କରିଛି । ଶ୍ରୀ ନୱାଜ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ଜଣାଇଛନ୍ତି ତୁରନ୍ତ କେନ୍ଦ୍ର ଓ ରାଜ୍ୟ ଟିକସ କମାନ୍ତୁ, ନହେଲେ ସାରା ରାଜ୍ୟରେ ଜନ ଆନ୍ଦୋଳନ ହେବ । 

ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଓଡିଶାରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରାଯିବ ବୋଲି ଶ୍ରୀ ନୱାଜ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବାବୁ ଜେନା, ଅବିନାଶ ନନ୍ଦ, ଅଖୁଳେଶ ଯାଦବ, କାର୍ତ୍ତିକ କାଣ୍ଡି, ସୌମ୍ୟରଂଜନ ବରାଳ, ଅହମ୍ମଦ ଖାନ, ରାଜଦୀପ ବେହେରା, ବିଶ୍ବଭୂଷଣ, ଇଂଜିତ ସେନାପତି, ସୂର୍ଯ୍ୟ ସାହୁ, ମୁନା ପରିଡ଼ା, ପ୍ରତ୍ୟୁଷ ରଂଜନ, କୁନାଲ ନାୟକ, ଆର୍ଯ୍ୟନ ସାସମଲ, ସାମସନ ଦାସ ପ୍ରମୁଖ ଅଂଶ୍ରଗହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget