ଭୁବନେଶ୍ୱର, ମହାନ ସମାଜ ସଂସ୍କାରକ, ତେଜସ୍ତ୍ରୀ ଗୁରୁ ସନ୍ଥ ରବିଦାସ ଜୀଙ୍କ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସନ୍ଥ ଗୁରୁ ରବି ଦାସ ଜୀଙ୍କ ଜୀବନୀ, ସାମାଜିକ ସଂସ୍କାର ପ୍ରତି ତାଙ୍କ ଅବଦାନ, ତ୍ୟାଗ, ଆଦର୍ଶ ଉପରେ ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ ଆଲୋକପାତ କରିଥିଲେ । ସନ୍ମ ଗୁରୁ ରବିଦାସ ଜଣେ ମହାନ ତେଜସ୍ବୀ ପୁରୁଷ ଥିଲେ । ତାଙ୍କ ଜନ୍ମ ଉତରପ୍ରଦେଶର ବାରଣାସୀ ନିକଟ ଗୋବଦ୍ଧନ ଗ୍ରାମରେ ଖ୍ରୀଷ୍ଟାବ୍ଦ ୧୩୭୭ରେ ହୋଇଥିଲା । ଯାହାକୁ ବର୍ତମାନ “ଗୁରୁ ଶ୍ରୀ ରବି ଦାସଙ୍କ ଜନ୍ମ ସ୍ଥାନ କୁହାଯାଉଛି ।
ସନ୍ଥ ଗୁରୁ ଶ୍ରୀ ରବି ଦାସ ଜଣେ ଗରିବ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ତାଙ୍କ ଲିଖନୀ ସହାର୍ଯ୍ୟରେ ତେଜସ୍ୱ ଆଧାୟିକ ଜ୍ଞାନ ବଳରେ ବିଭିନ୍ନ ଉପନ୍ୟାସ, କାବ୍ୟ, ଗ୍ରନ୍ଥାବଳୀ ରଚନା କରିଥିଲେ । ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଶିକ୍ଷା ମାଧ୍ୟମରେ ଧର୍ମୀୟ ଚେତନା, ଭାରତୀୟ ସଂସ୍କୃତି ଓ ସମାଜକୁ ଜାଗୃତି କରି ସାମାଜିକ କୁସଂସ୍କାରକୁ ଦୂର କରିଥିଲେ ତା ଉପରେ ଶ୍ରୀ ତରାଇ ପୁଙ୍ଖାନୁପୁଙ୍ଖ ବାଖ୍ୟା କରିଥିଲେ । ସନ୍ମଗୁରୁ ରବି ଦାସଙ୍କର ଜିବନୀ, ଉଚ୍ଚକୋଟୀର ଭାବନା, ଆଧାୟିକ ଜ୍ଞାନ, ଆଦର୍ଶ ଏବଂ ହିନ୍ଦୁତ୍ବର ପ୍ରକୃତ ପରିଚୟ କଣ ଏତଦ୍ ସହିତ ହିନ୍ଦୁ ସମୁଦାୟ, ଶିଖ୍ ସମୁଦାୟଙ୍କର ଧର୍ମଗ୍ରନ୍ଥ ଗୁଡିକରେ ଗୁରୁ ରବିଦାସ ଅନେକ କାବ୍ୟ, ଧାର୍ମିୟ ଗୀତ ସ୍ଥାନିତ କରାଯାଇଛି ।
ଆଜି ମଧ୍ୟ ମନ୍ଦିର, ଗୁରୁଦ୍ୱାର ଭଳି ଅନେକ ଧର୍ମପୀଠରେ ତାଙ୍କ ଗୀତ ଶୁଣିବାକୁ ମିଳୁଛି । ଅନେକ ସ୍ଥାନରେ ସନ୍ଥ ଗୁରୁ ରବିଦାସଙ୍କ ପ୍ରତିମାକୁ ପୂଜା ଓ ଆଳତୀ କରାଯାଉଛି । ଦଳିତ ବର୍ଗରେ ଜନ୍ମ ହୋଇ ମଧ୍ୟ ଜଣେ ତେଜସ୍ୱ ମହାପୁରୁଷ ଭାବେ ସନ୍ଥ ଗୁରୁ ରବିଦାସ ସମାଜକୁ ମାର୍ଗଦର୍ଶନ ଦେଇ ସାଂସ୍କୃତିକ ଓ ସାମାଜିକ ଜାଗରଣ ସୃଷ୍ଟି କରିଥିଲେ ବୋଲି ଶ୍ରୀ ତରାଇ କହିଛନ୍ତି ।
ଏହି ଅବସରରେ ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାୟକ, ବିଧାୟକ ତଥା ମୋର୍ଚ୍ଚା ସାଧାରଣ ସଂପାଦକ ଡ. ମୁକେଶ ମହାଲିଙ୍ଗ, ସାଧାରଣ ସମ୍ପାଦକ ରାଘବ ମଲ୍ଲିକଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦେବପ୍ରସାଦ ନନ୍ଦ, ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଡ. ରବିନାରାୟଣ ବେହେରା, ବିଜୟ କୁମାର ମଲ୍ଲିକ, ରାଧାକାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ସେଠୀ, ଭୁବନେଶ୍ବର ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ଆଲୋକ ସେଠୀ ଏବଂ ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ (କାର୍ଯ୍ୟାଳୟ) ସତ୍ୟ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment