ଭୁବନେଶ୍ବର, ଆଜି ପୂର୍ବାହ୍ନ ୦୮ଟା ୪୦ମିନିଟ ସମୟରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୭ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍ଥାନୀୟ ରାଜଭବନ ସମ୍ମୁଖସ୍ଥ ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଉପସଭାପତି ଡ଼. ଗୌରାଙ୍ଗ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ତଥା ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧୁବାବୁଙ୍କ ଅସାଧାରଣ ବିଦବତା, ଉପସ୍ଥିତି ବୁଦ୍ଧି ଏବଂ ତ୍ୟାଗପୂତ ଜୀବନ କିପରି ଓଡ଼ିଆ ଜାତିକୁ ବ୍ରିଟିଶ ଶାସନ କାଳରେ ସଂଗଠିତ କରି ଓଡ଼ିଶା ରାଜ୍ୟ ଗଠନରେ ବିନିଯୋଗ ହୋଇଥୁଲା, ସେ ସଙ୍କ୍ରାନ୍ତୀୟ ସ୍ମରଣୀୟ ଘଟଣାବଳୀ ଉପସ୍ଥାପିତ କରି ବକ୍ତାମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଓଡ଼ିଆ ଜାତି ଯାବତ୍ ଚନ୍ଦ୍ରାର୍କେ ତାଙ୍କୁ ମନେ ରଖୁବ ବୋଲି ମତ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ସେ ବିହାର-ଓଡ଼ିଶା ରାଜ୍ୟର ମନ୍ତ୍ରୀ ଥିବାବେଳେ ମନ୍ତ୍ରୀମାନେ ଭତ୍ତା ପାଇବା ଉଚିତ ନୁହେଁ ବୋଲି ମତଦେଇ ସେଥିରେ ତତ୍କାଳୀନ ସରକାର ସହମତ ନ ହେବାରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଆଜିର ନେତାମାନଙ୍କ କଲ୍ପନା ବାହାରେ ବୋଲି ବକ୍ତାମାନେ ଉଲ୍ଲେଖ କରି ତାଙ୍କ ବ୍ୟକ୍ତିତ୍ବ ଏବଂ ତିତୀକ୍ଷା ଉତୁଙ୍ଗତା କେତେ ଅଧୂକ ତାର କଳ୍ପନା କରିବା ସାଂପ୍ରତିକ ସ୍ଥିତିରେ ଅସମ୍ଭବ ବୋଲି କହିଥିଲେ ମଧୁବାବୁଙ୍କ ପ୍ରତିଭା ଓ ଚିନ୍ତାଧାରା ବିଶେଷକରି ନାରୀ ଶିକ୍ଷା, ସମବାୟ ଆନ୍ଦୋଳନ, କୁଟୀର ଶିଳ୍ପନୀତି ପ୍ରଭୃତିକୁ ମହାତ୍ମା ଗାନ୍ଧୀ ମଧ୍ୟ ସ୍ୱୀକାର କରି ତାଙ୍କୁ ନିଜର ପ୍ରବର୍ତ୍ତକ ଭାବରେ ଗ୍ରହଣ କରିବା ବାସ୍ତବରେ ଓଡ଼ିଆ ଜାତିକୁ ସର୍ବଭାରତୀୟ ସ୍ତରରେ ଉନ୍ନତତର ପରିଚୟଦେଇ ପାରିଛି।
ଏଣୁ ଏହି ଦୂରଦ୍ରଷ୍ଟା, ତ୍ୟାଗୀ ରାଜନେତାଙ୍କ ବିଷୟରେ ଭବିଷ୍ୟତ ପୀଢି ଗଭୀର ଅନୁଶୀଳନ କରିପାରିବାର ସୁଯୋଗ ସୃଷ୍ଟି କରିବାସହ ଉତ୍କଳ ଗୌରବଙ୍କୁ ଭାରତ ଗୌରବ ଭାବରେ ଉପସ୍ଥାପନ କରି ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ଗୁଡିକରେ କୋଭିଡ଼ର ସମସ୍ତ କଟକଣା ପାଳନ କରି ଅନ୍ୟମାନଙ୍କ ମଧ୍ୟରେ ଡ଼. ଗୌରାଙ୍ଗ ପ୍ରସାଦ ବେହେରା, ଇଂ, ସତ୍ୟଜିତ ନାୟକ, ତ୍ରିନାଥ ସାମନ୍ତରାୟ, ଡ଼ା ବାନାମ୍ବର ପରିଡା, ଗୁଣ୍ଡିଚା ବେହେରା, ନିଖୁଳ ପ୍ରସାଦ ଦାଶ, ଗିରିଜା ଶଙ୍କର ମହାପାତ୍ର, ନାରାୟଣ ସ୍ୱାଇଁ, ସୁରେନ୍ଦ୍ର ପାଇଲ, ତ୍ରିପତି ନାୟକ, କାଳିନ୍ଦୀ ପ୍ରମୁଖ ଯୋଗ ଦେଇଥିବାବେଳେ ଇଂ. ଜିତେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment