loading...

କରୋନା ସଚେତନା ଅଭିଯାନ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ବନ୍ଧୁ ମିଳନର ଥିଲା ଅବସର । ହେଲେ ଉଦ୍ଦେଶ୍ୟ ଥିଲା ଭିନ୍ନ । ଗତବର୍ଷର କରୋନାକୁ ନେଇ ଲୋକେ ଭୋଗିଥିବା ନାହିଁ ନଥିବା ଅସୁବିଧାକୁ ହୃଦବୋଧ

କରୋନା ସଚେତନା ଅଭିଯାନ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ପୁରୀ, ବନ୍ଧୁ ମିଳନର ଥିଲା ଅବସର । ହେଲେ ଉଦ୍ଦେଶ୍ୟ ଥିଲା ଭିନ୍ନ । ଗତବର୍ଷର କରୋନାକୁ ନେଇ ଲୋକେ ଭୋଗିଥିବା ନାହିଁ ନଥିବା ଅସୁବିଧାକୁ ହୃଦବୋଧ କରିଥିଲେ ସେମାନେ । ଏବେ କରୋନାର କଡଲେଉଟାଣି ସମ୍ଭାବନାକୁ ଦୃଷ୍ଟିରେ ରଖି ସାଧାରଣରେ ଏହାକୁ ନେଇ ସଚେତନତା ଅଭିଯାନକୁ ବ୍ୟାପକ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପବିତ୍ର ବିରଜାଇ ପୀଠରେ ବୀରହରେକୃଷ୍ଣପୁର ହାଇସ୍କୁଲର ୧୯୮୯ ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା ରବିବାର । 

ସୁକାନ୍ତ କୁମାର ସାହୁ, ଗିରିଜା ଶଙ୍କର ମିଶ୍ର, ଉଦୟ ନାଥ ଦାସ, ଶରତ କୁମାର ମିଶ୍ର, ମମତା ମହାପାତ୍ର, ବିଯୁକା ଭୋଳ, ଅମୃତା ମିଶ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦ ରୁ ଅଧୁକ ପୁରୁଣା ବନ୍ଧୁ ଏକାଠି ହୋଇଥିଲେ । ଏହି ଅବସରରେ ସାମ୍ଭାବ୍ୟ କରୋନାର ପୁନଃ ଆଗମନକୁ ଦୃଷ୍ଟିରେ ରଖୁ କିପରି ନିଜ ନିଜ ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ପ୍ରତି ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ଅଞ୍ଚଳରେ ଏକ ଟିମ୍ ଗଠନ କରି ସ୍ଥାନୀୟ ପ୍ରଶାସନର ସହଯୋଗରେ ଲୋକଙ୍କୁ ସଚେତନତା ସହ ଆବଶ୍ୟକସ୍ଥଳେ ମାସ୍କ ଓ ସାନିଟାଇଜର ମାଗଣା ପ୍ରଦାନ ପାଇଁ ସହମତି ପ୍ରକାଶ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget