loading...

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ

ଆଦିବାସୀ ଜୀବନର ଚିରନ୍ତନ କାହାଣୀ ତଥା ଗତାନୁଗତିକତାର ପ୍ରାଚୀନକୁ ଭାଙ୍ଗି ନୂଆ ଚିନ୍ତା ଓ ଚେତନାରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନେଶ୍ୱର, ଆଦିବାସୀ ଜୀବନର ଚିରନ୍ତନ କାହାଣୀ ତଥା ଗତାନୁଗତିକତାର ପ୍ରାଚୀନକୁ ଭାଙ୍ଗି ନୂଆ ଚିନ୍ତା ଓ ଚେତନାରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଭୂମିକା ଅବିସ୍ମରଣୀୟ । ତାଙ୍କର ଅସୀମ ତ୍ୟାଗ ଓ ଦେଶପ୍ରେମ ଆଦିବାସୀଙ୍କ ପ୍ରାଣରେ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବାର ସାମର୍ଥ୍ୟ ଆଣିଦେଇଥିଲା ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଶ୍ରାଦ୍ଧଦିବସ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ଗାନ୍ଧୀଜୀଙ୍କର ଅହିଂସାକୁ ପରମ ଅସ୍ତ୍ର ଭାବେ ଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଉଦ୍ରେକ କରିବା ସହ ସେମାନଙ୍କୁ ସେମାନଙ୍କ ଅଧୁକାର ସଂପର୍କରେ ସଚେତନ କରାଇ ପାରିଥିଲେ ।

ଶ୍ରାଦ୍ଧ ଉତ୍ସବରେ ସଭାପତିତ୍ବ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଲକ୍ଷ୍ମଣ ନାଏକଙ୍କ ସତ୍ୟପ୍ରୀତି ଓ ସମ୍ବେଦନଶୀଳତା ତଥା ବ୍ରିଟିଶ ଶାସନର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାଫଲ୍ୟ କ୍ବଚିତ ବ୍ୟକ୍ତିଙ୍କ ପାଖରେ ଦୃଷ୍ଟି ଗୋଚର ହୁଏ । ତାଙ୍କର ଅନନ୍ୟ ଦେଶପ୍ରେମ ଆଦିବାସୀଙ୍କ ମଧ୍ୟରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲା । ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଶହୀଦ ଲକ୍ଷ୍ମଣ ନାଏକଙ୍କୁ କୋରାପୁଟ ଗାନ୍ଧୀ ବା ମାଲକାନଗିରି ଗାନ୍ଧୀ ଭାବେ ଚିତ୍ରିତ କରାଯାଉଥିବାବେଳେ ତାଙ୍କର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଦେଶାମତୃକା ପାଇଁ ଯାହା କରିଯାଇଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।

ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ତ୍ୟାଗ, ଆଦର୍ଶ ଏବଂ ଦେଶପ୍ରୀତି ଚିରଦିନ ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ମନ୍ତବ୍ୟ ରଖୁଥୁଲେ । ଭର୍ଚୁଆଲ୍ ମାଧ୍ୟମରେ ସାଂସଦ ମୁନ୍ନା ଖାନ୍, ସାଂସଦ ସପ୍ତଗିରି ଉଲାକା, ବିଧାୟକ ପ୍ରୀତମ ପାଢ଼ୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଠ ଶ୍ରାଦ୍ଧ ଦିବସରେ ସଂଯୁକ୍ତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରଘୁନାଥ ଗମାଙ୍ଗ, ବିଧାୟକ ପ୍ରକାଶ ମାଝା ଏବଂ ମକରନ୍ଦ ମୁଦୁଲି ସଭାରେ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାଏକଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହ ଭାରତ ସ୍ବାଧୀନ କିପରି ହେବ ତାହା ହିଁ ତାଙ୍କର ସ୍ଵପ୍ନ ଏବଂ ସଂକଳ୍ପ ରହିଥିବା ବୋଲି କହିଥିଲେ । 

ଶ୍ରାଦ୍ଧ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳେ ଭୁବନେଶ୍ବରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଏବଂ କଳିଙ୍ଗ ହସ୍‌ପିଟାଲ୍ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ବିଧାୟକ ରଘୁନାଥ ଗମାଙ୍ଗ, ପ୍ରକାଶ ମାଝା, ମକରନ୍ଦ ମୁଦୁଲି ଏବଂ ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ବିଭଗାଗୀୟ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ କାର୍ଯ୍ୟକ୍ରମକୁ ସୂଚନା ଅଧୁକାରୀ ପ୍ରମିଳା ମାଝା ସଂଯୋଜନା କରିଥିବାବେଳେ ଶବରୀ ସାଂସ୍କୃତିକ ସଂସଦର ଯୁଗ୍ଧ ସଂପଦାକ ନୀଳମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget