ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସଚିବ ପି.କେ ମହାପାତ୍ରଙ୍କ କରୋନା ଟିକା ପାତରଅନ୍ତର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଲେଖିଥିବା ଚିଠି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ବିଜେପି । ପି.କେ ମହାପାତ୍ର ସରକାରୀ କାମ ଛାଡ଼ି ରାଜନୀତି କରିବାକୁ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆହ୍ବାନ କରିଛନ୍ତି । ଏହି ଚିଠି ଦେଖିଲେ ଲାଗୁଛି କୌଣସି ଦଳର ସାଧାରଣ ସମ୍ପାଦକ ଚିଠି ଲେଖିଛନ୍ତି ଏବଂ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଅଟକାଇବା ପାଇଁ ଚିଠି ଲେଖାଯାଇଥିବା ଜଣାପଡୁଛି ।
ତେବେ ଗଣମାଧ୍ୟମ ଏବଂ ଓଡ଼ିଶାବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ତିଆରି ନକରି ପି କେ ମହାପାତ୍ରଲୋକଙ୍କୁ ଟିକା ଦେବାର ଭିତିଭୂମି ପ୍ରସ୍ତୁତ କରନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରୁଛନ୍ତି । ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଗତକାଲି ଅର୍ଥାତ୍ ୨୬ ମାର୍ଚ୍ଚରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ପିକେ ମହାପାତ୍ର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖୁ ଓଡିଶାକୁ ଆଗାମୀ ୧୫ ଦିନ ପାଇଁ ପର୍ଯ୍ୟାପ୍ତ କରୋନା ଟିକା ଯୋଗାଇବା ପାଇଁ ଦାବୀ କରିଥିଲେ । ଏହାସହ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ମାତ୍ରାରେ ଟିକା ଯୋଗାଇ ଦେଇପାରୁନଥିବା ଏବଂ ଅନିୟମିତାର ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ପତ୍ର ମାଧ୍ୟମରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗ୍ରହଣୀୟ ନୁହେଁ ବୋଲି ଜଣାଇବା ସହ ଦେଇଥିବା ତଥ୍ୟରୁରାଜ୍ୟ ସରକାର ବିଭ୍ରାନ୍ତି କରୁଥିବା ପରି ମନେହେଉଛି ।
କେନ୍ଦ୍ର ସାସ୍ଥ୍ୟ ସଚିବ ରାଜେଶ ଭୂଷଣ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୭ ମାର୍ଚ୍ଚ ୨୦ ୨୧ ସୁଦ୍ଧା ୩୪ ଲକ୍ଷ ୪୬ ହଜାର ୭୬୦ଟି କୋଭିଡ-୧୯ ଟିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏଥୁମଧ୍ୟରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ହିତାଧୁକାରୀଙ୍କୁ ଟିକା ଦିଆଯାଇଛି ଏବଂ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ ୧୧ ଲକ୍ଷ ୪୯ ହଜାର ୩୨୯ ଟିକା ମହଜୁଦ୍ ରହିଛି । ଏହାବ୍ୟତିତ ଆସନ୍ତା ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଆହୁରି ୫ ଲକ୍ଷ ୪୮ ହଜାର ୨୫୦ ଟିକା ଓଡ଼ିଶାକୁ ପହଁଚାଇବା ନେଇ ପତ୍ରରେ କେନ୍ଦ୍ରର ସ୍ଵାସ୍ଥ୍ୟ ସଚିବ ଉଲ୍ଲେଖ କରିଛନ୍ତି । ସାମ୍ବାଦିକ ସମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପି.କେ ମହାପାତ୍ରଙ୍କ କାମ ସରକାର କାମ କରିବା ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ପିକେ ମହାପାତ୍ର ଏଭଳି ଭିତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ପତ୍ର ଲେଖୁବା ଭଳି ଜଣାପଡ଼ିଛି ।
ପି କେ ମହାପାତ୍ର ଲେଖିଥିବା ଚିଠି ମୁଖ୍ୟମନ୍ତ୍ରୀ ଜାଣିନଥିବା ପରି ମନେହେଉଛି ରାଜ୍ୟରେ କରୋନା ଟିକା ୧୧ ଲକ୍ଷ ୪୯ ହଜାର ୩୨୯ ଟିକା ମହଜୁଦ୍ ଥିବା ସମୟରେ ଭିତିଭୂମି ପ୍ରସ୍ତୁତ ନକରି କେନ୍ଦ୍ର ଊପରେ ଦୋଷ ଲଦିବା କେତେଦୂର ଯଥାର୍ଥ ? ମୋଦି ସରକାର ସମ୍ବେଦନଶୀଳ ସରକାର ଏବଂ ସର୍ବଦା ଓଡ଼ିଶାର ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଆସିଛନ୍ତି । ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ବାସ ମନ୍ତ୍ରରେ ସବୁ ରାଜ୍ୟକୁ ସମାନ ଗୁରୁତ୍ବ ଦେଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ କେବେ ବି ଟିକାର ଅଭାବ ରହିବ ନାହିଁ ବୋଲି ସେ ବଳିଷ୍ଠ ପଦକ୍ଷେପ ନେଉଛନ୍ତି । ତେବେ ପି.କେ ମହାପାତ୍ର ଲେଖିଥିବା ଚିଠି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ଆବଶ୍ୟକୀୟ ଭିତିଭୂମି ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କୁ ଅଧିକ ଟିକା ଦେବା କାମରେ ଲାଗନ୍ତୁ ବୋଲିଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
Post a Comment