ଭୁବନେଶ୍ୱର, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ସହାୟତା ରାଶି ପ୍ରଦାନରେ ଶ୍ରମବିଭାଗର ଟାଳଟୁଳ ନୀତି ପ୍ରତିବାଦରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ବୟ କମିଟି, ଖୋର୍ଦ୍ଧା ଜିଲ୍ଲା କମିଟି ତରଫରୁ ଆସନ୍ତା ଅପ୍ରେଲ ୬ ତାରିଖଠାରୁ ଭୁବନେଶ୍ୱରସ୍ତ ଯୁଗ୍ଧ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଅନୁଷ୍ଠିତ ହେବ । ବୋଲି ଆଜି ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦିଆଯାଇଛି । ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥା ଅଧୁକାରୀମାନଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉ ନାହିଁ ।
ଅପର ପକ୍ଷରେ ସମସ୍ତ ବିବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଖୋର୍ଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସର୍ବନିମ୍ନ ସହାୟତା ରାଶି ପ୍ରଦାନରେ ବିଫଳ ହୋଇଛି । କେଭିଡ୍ ସହାୟତା ରାଶି ଅନୁଦାନ ବହୁ ହିତାଧୁକାରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନୁରୂପ ଭାବେ ମୃତ୍ୟୁକାଳୀନ, ଶିକ୍ଷା, ବିବାହ, ପ୍ରସୂତୀକାଳୀନ ଏବଂ ପଞ୍ଜିକରଣ ଆବେଦନ ଫର୍ମ ବର୍ଷବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡ଼ିରହିଛି । ୨୦୧୩ ମସିହାଠାରୁ ଅନୁମୋଦିତ ହୋଇଥିବା ସହାୟତା ରାଶି ବିଭାଗୀୟ ତୃଟି ଯୋଗୁଁ ବ୍ୟାଙ୍କ ଜମାଖାତାକୁ ଯାଇନାହିଁ ଏବଂ ବୈଷୟିକ ଶିକ୍ଷା ସହାୟତା ରାଶି ବିଭିନ୍ନ ଆଳ ଦେଖାଇ ପ୍ରଦାନ କରାଯାଉନାହିଁ । ଶ୍ରମ କମିଶନରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ଵେ ଲେବର କାର୍ଡର ତୃଟି ସଂଶୋଧନ କରାଯାଉନାହିଁ । ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ଶ୍ରମ ଅଧୁକାରୀ ଓ ଯୁଗ୍ଧ ଶ୍ରମ ଅଧୁକାରୀଙ୍କ ଲିଖୁତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।
ଫଳରେ ହଜାର ହଜାର ନିର୍ମାଣ ଶ୍ରମିକ ସେମାନଙ୍କର ସର୍ବନିମ୍ନ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ଦାବି, ଯଥା – ଆଇନ ଅନୁସାରେ ସହାୟତା ରାଶି ପ୍ରଦାନ, ୨୦୧୩ ମସିହାରୁ ଏପର୍ଯ୍ୟନ୍ତ ଶ୍ରମ ବିଭାଗର ତୃଟି ଯୋଗୁ ଅନୁମୋଦିତ ହୋଇ ବ୍ୟାଙ୍କ ଜମାଖାତାକୁ ଯାଇନଥିବା ସହାୟତା ରାଶି ତୁରନ୍ତ ପ୍ରଦାନ, କୋଭିଡ୍ ସହାୟତା ରାଶି ତୁରନ୍ତ ପ୍ରଦାନ, ଲେବର କାର୍ଡର ତୃଟି ସଂଶୋଧନ, ନୂତନ ପଞ୍ଜିକରଣ, ତାଲିମ ବାବଦରେ ଧାର୍ଯ୍ୟ ଦେୟ ତୁରନ୍ତ ପ୍ରଦାନ, ସହାୟତା ରାଶି ସମ୍ବନ୍ଧୀୟ ଆବେଦନ ଫର୍ମ ଗୁଡ଼ିକୁ କ୍ରମାନ୍ୱୟ ଭିଭିରେ ପ୍ରଦାନ, ତା ୩୦.୦୫.୨୦୧୯ ରିଖ ପୂର୍ବରୁ ପଡ଼ି ରହିଥିବା ଘରୋଇ ବୈଷୟିକ ଶିକ୍ଷା ସହାୟତା ରାଶି ତୁରନ୍ତ ପ୍ରଦାନ ଗୁଡ଼ିକୁ ତୁରନ୍ତ ସମାଧାନ ପାଇଁ ଦାବି କରିବା ସହ ଆଗାମୀ ଅହେରାତ୍ର ଧାରଣାକୁ ସଫଳ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି ।
ଆଜିର ଖବରଦାତା ସମ୍ମିଳନୀରେ ଜିଲ୍ଲା ଆବାହକ ମହାବୀର ପ୍ରସାଦ ମିଶ୍ର, ରାଜ୍ୟ ଆବାହକ ବିଜୟ ଜେନା, ରାଜ୍ୟ ସଂଯୋଜକ ବିପ୍ଳବ କେଶରୀ ମହାପାତ୍ର, କୋଷାଧକ୍ଷା ମଞ୍ଚୁଳା ମଞ୍ଜରୀ ମିଶ୍ର, ବିକ୍ରମ ନାୟକ, ରବିନ୍ଦ୍ର ନାଥ ମହାନ୍ତି, ଶଙ୍କର ବେହେରା, ଦିଲ୍ଲୀପ ମହାନ୍ତି, ମୋହନ ମହାରଣା, ସୁଦର୍ଶନ ବାରିକ, ମନୋରଞ୍ଜନ ସାହୁ, ବିଜ୍ଞାନ ବେହେରା, ଜୟକୃଷ୍ଣ ମହାପାତ୍ର, ବିଜୟ ଜେନା ଓ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ବହୁ ଶ୍ରମିକ ନେତା ଉପସ୍ଥିତ ଥିଲେ ।
Post a Comment