loading...

ଦକ୍ଷତା ବିକାଶରେ ଓଡିଶା ପ୍ରଥମ ୧୦ଟି ସ୍ଥାନରେ ନାହିଁ , ରାଜ୍ୟ ସରକାରଙ୍କ ବସ୍ତାନୀ ବଡ଼ ପାଠ କମ୍

ଦକ୍ଷତା ବିକାଶରେ ଓଡିଶା ପ୍ରଥମ ୧୦ଟି ସ୍ଥାନରେ ନରହିବା ପ୍ରସଙ୍ଗ ରାଜ୍ୟ ସରକାରଙ୍କ ବସ୍ତାନୀ ବଡ଼ ପାଠ କମ୍ :ଗୋଲକ ମହାପାତ୍ର

ଦକ୍ଷତା ବିକାଶରେ ଓଡିଶା ପ୍ରଥମ ୧୦ଟି ସ୍ଥାନରେ ନାହିଁ , ରାଜ୍ୟ ସରକାରଙ୍କ ବସ୍ତାନୀ ବଡ଼ ପାଠ କମ୍

ଭୁବନେଶ୍ୱର, ଇଣ୍ଡିଆ ସ୍କୁଲ ରିପୋର୍ଟ -୨୦୨୧ ଓଡିଶାର ଦକ୍ଷତା ବିକାଶକୁ ପଦାରେ ପକାଇଛି । ରିପୋର୍ଟ ଅନୁଯାୟୀ ୩୧ ପ୍ରତିଶତ ଛାତ୍ରଛାତ୍ରୀ ଏବଂ ୬୮ ପ୍ରତିଶତ ମାନବସମ୍ବଳ ନିଯୁକ୍ତି ପାଇବାକୁ ଅଯୋଗ୍ୟ ଅଟନ୍ତି । ନିଯୁକ୍ତି କ୍ଷମତା ରଖୁଥିବା ପ୍ରଥମ ୧୦ଟି ରାଜ୍ୟରେ ଓଡିଶା ନାହିଁ । ଏପରିକି ସେହି ମାପଦଣ୍ଡରେ ଥିବା ୧୦ଟି ସହର ମଧ୍ୟରେ ଓଡିଶାର କଥାକଥିତ ଭୁବନେଶ୍ବର ସହର ମଧ୍ୟ ନାହିଁ । ଦ୍ବିତୀୟ ଭାଷା ହିସାବରେ ଇଂରାଜୀ, ସାମାନ୍ୟତମ ସଂଖ୍ୟା ଗଣିତ, କମ୍ପୁଟର ଦକ୍ଷତାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦକ୍ଷତା ବହୁତ କମ୍ ରହିଛି । କୁଶଳୀ ମାନବ ସମ୍ବଳ ଥିବା ୧୦ଟି ପ୍ରଥମ ରାଜ୍ୟ ଭିତରେ ଓଡିଶାର ସ୍ଥାନ ନାହିଁ । ନିଯୁକ୍ତି ଯୋଗ୍ୟ ଦକ୍ଷତା ଥିବା ୧୦ ଟି ମୁଖ୍ୟ ସହର ମଧ୍ୟରେ ଓଡିଶାର କେହି ନାହାଁନ୍ତି । 

ଉଭୟ ପୁରୁଷ ଓ ମହିଳା କ୍ଷେତ୍ରରେ ନିଯୁକ୍ତି ଯୋଗ୍ୟତା ହାସଲ କରିଥିବା ୧୦ ଟି ରାଜ୍ୟ ବା ସହରରେ ଓଡିଶାର କୌଣସି ସହର ନାହିଁ । ତାଲିମ କେଉଁ ରାଜ୍ୟ ଅଧୁକ ଗ୍ରହଣ୍ୟ ଯୋଗ୍ୟ ପ୍ରଶ୍ନର ଉତରରେ ଭାରତର କୁଶଳୀ ମାନବ ସମ୍ବଳ ଓଡିଶାକୁ ଚୟନ କରନ୍ତି ନାହିଁ । ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୁକରଣ ଦ୍ଵାରା କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ସେଭଳି କିଛି ଆଖୁଦୃଶିଆ ଫଳପ୍ରଦ ନହେବା ରାଜ୍ୟ ସରକାରଙ୍କ ବସ୍ତାନୀ ବଡ଼ ପାଠ କମ୍ ସଦୃଶ୍ୟ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଆକ୍ଷେପ କରିଛନ୍ତି ।

ଭୁବନେଶ୍ଵର ଦେଶର ପ୍ରଥମ ସ୍ମାର୍ଟ ସିଟି ଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ରୋଜଗାର କ୍ଷମତା ସହର ମାନଚିତ୍ରରେ ସ୍ଥାନ ପାଇନାହିଁ । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବିକାଶରେ ସଂପୂର୍ଷ ଭାବେ ଫେଲ୍ ମାରିଛନ୍ତି । ରାଜ୍ୟର ଛାତ୍ରଛାତ୍ରୀ ଏବଂଯୁବପିଢୀମାନଙ୍କର ଦକ୍ଷତା ବିକାଶ କରାଇ ସେମାନଙ୍କୁ କୁଶଳୀ କରିବା ପାଇଁ ସ୍କୁଲଡ ଓଡିଶାର ପ୍ରମୁଖ ଲକ୍ଷ୍ୟ ଥିଲା । ଏବେ ରାଜ୍ୟ ସରକାର ଏହି ଲକ୍ଷ୍ୟରୁ ବହୁ ଦୂରରେ ଅଛନ୍ତି । ଦକ୍ଷତା ଅଭାବରୁ ରାଜ୍ୟରେ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ରୋଜଗାର ପାଇବାରୁ ବଂଚିତ ହେଉଛନ୍ତି । 

ଚଳିତ ବର୍ଷ ବଜେଟରେ ଭୁବନେଶ୍ବର ଠାରେ ବିଶ୍ଵ ଦକ୍ଷତା କେନ୍ଦ୍ର ସ୍ଥାପନା ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କିନ୍ତୁ ଓଡିଶାର ଦକ୍ଷତା ଅତ୍ୟନ୍ତ ନିମ୍ନମାନର ବୋଲି ଇଣ୍ଡିଆ ସ୍କୁଲ ରିପୋର୍ଟ ୨୦୨୧ ସ୍ପଷ୍ଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଗାମୀ ପିଢିର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବାର ଅପପ୍ରୟାସ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget