ଭୁବନେଶ୍ବର, ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍ ଲେନାଇଙ୍କ ସହ ଏକ ପ୍ରତିନି ଦଳ ଚାରିଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ତାଙ୍କ ଗସ୍ତର ପ୍ରଥମ ଦିନ ଲୋକସେବା ଭବନସ୍ଥିତ ନୂତନ କଭେନସନ୍ ହଲ୍ ରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ ପଦସ୍ଥ ଅଧୁକାରୀମାନଙ୍କ ସହ ଦ୍ୱି-ପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ, ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଫ୍ରାନ୍ସ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ସହ ପରିଚିତ କରାଇଥିଲେ ।
ପରେ ଓଡ଼ିଶାରେ ରହିଥିବା ନୀଳ ଅର୍ଥନୀତି (ସାମୁଦ୍ରିକ ଏବଂ ଉପକୁଳ ଉତ୍ପାଦ), ଅକ୍ଷୟ ଶକ୍ତି, ସ୍ମାର୍ଟ ସିଟି ପରିଚାଳନା ଉପରେ ଆଲୋକ ଚିତ୍ର ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓଡ଼ିଶାର ସୁଦୀର୍ଘ ଉପକୂଳରେ ଅନେକ ପର୍ଯ୍ୟଟନ ସମ୍ଭାବନା ରହିଥିବା ଦର୍ଶାଇ ଫ୍ରାନ୍ସରେ କରାଯାଇଥିବା ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ଭଳି ଏଠାରେ ବିକାଶ କରାଗଲେ ଏହା ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହୋଇପାରିବ ବୋଲି କହିଥିଲେ । ତା'ଛଡ଼ା ରାଜ୍ୟର ବଳକା ବିଦ୍ୟୁତ ଶକ୍ତି, ଗମନାଗମନର ସୁବିଧା, ରାଜ୍ୟରେ ଆନ୍ତର୍ଜାତିକ ବିମାନ ବନ୍ଦର, ଭରପୂର ଖଣିଜ ସଂପଦ ଏବଂ କୁଶଳୀ ମାନବସମ୍ବଳ ପ୍ରଭୃତି ରାଜ୍ୟକୁ ବହୁ କ୍ଷେତ୍ରରେ ଅଗ୍ରଣୀ କରିପାରିଛି ବୋଲି ସେ ଦର୍ଶାଇଥିଲେ ।
ସେହିପରି ଆମେ ଆମର ଉନ୍ନତ ଭିତ୍ତିଭୂମି ବିକାଶ କରି କ୍ରୀଡ଼ା ମାନଚିତ୍ରରେ ବିଶ୍ୱରେ ଆମର ଉପସ୍ଥିତି ଜାହିର କରିପାରିଥିବା ଦୃଷ୍ଟିରୁ ଏହିସବୁ କ୍ଷେତ୍ରରେ ଆମେ ଫ୍ରାନ୍ସ ସହ ସହଯୋଗ କରି ଆଗକୁ ବଢ଼ିପାରିବୁ । ଆମେ ବିଶ୍ଵର ସବୁ ଦେଶ ସହ ବାଣିଜ୍ୟ କ କାରବାର ପାଇଁ ଦ୍ଵାର ଉକ୍ତ ରଖୁଛୁ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ବୋଲି କହିବା ସହ ଆମେ ଆଗକୁ ଭାସମାନ ସୋଲାର ଶକ୍ତି ପ୍ରାଣ୍ଟ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଛୁ ଏବଂ ଏ କ୍ଷେତ୍ରରେ ଫ୍ରାନ୍ସର ସହଯୋଗ ଆଶା କରିଥିଲେ । ବିଶେଷ ଭାବେ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀର ପ୍ରଭୁତ ସୁଯୋଗ ରହିଥିବାରୁ ଏହି ନୀଳ ଅର୍ଥନୀତି ଉପରେ ଅନେକ ସମ୍ଭାବନାକୁ ରୂପ ଦିଆଯାଇପାରିବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା ।
ଏଣୁ ସହିତ ରାଜ୍ୟରେ କ୍ରୋମାଇଟ୍, ନିକେଲ, ଲୁହାପଥର ଓ କୋଇଲା ଭଳି ଖଣିଜ ସଂପଦ ଭରପୂର ମାତ୍ରାରେ ରହିଥିବା ହେତୁ ଶିଳ୍ପ ବିକାଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଥୁବା ପ୍ରତିନିଧୁମାନଙ୍କୁ କୁହାଯାଇଥିଲା । ପରେ ଭୁବନେଶ୍ବର ସ୍ମାର୍ଟ ସିଟି ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏଥିରେ ସ୍ମାର୍ଟ ପାକିଂ ସିଷ୍ଟମ, ସ୍ମାର୍ଟ ପାର୍କ, ଇଣ୍ଟେଲିଜେଣ୍ଟ ପକ୍ଲିକ୍ ସର୍ଭିସ୍, ବହୁତଳ କାର ପାର୍କି, ୧୯୨୯ କଲ୍ ସେଣ୍ଟରଗୁଡ଼ିକୁ ଏଏନ୍ତି ଏବଂ ଟିମ୍ନ ସହଯୋଗରେ ସଂଚାଳନ କରାଯାଉଥିବା କୁହାଯାଇଥୁଲା ।
ଏହି ଦି-ପାକ୍ଷିକ ଆଲୋଚନା ବୈଠକରେ ଓଡ଼ିଶା ସରକାରଙ୍କ ତରଫରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଶ୍ରୀ ସଂଜୟ କୁମାର ସିଂ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ସଚିବ ଶ୍ରୀ ଆର୍. ରଘୁପ୍ରସାଦ, ଇଡ଼କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତିନ ଭାନୁଦାସ ଜାୱାଲେ ପ୍ରମୁଖ ଯୋଗଦେଇଥିବାବେଳେ ବିଭିନ୍ନ ବୈଷୟିକ, ବ୍ୟବସାୟିକ ସଂଘ ତରଫରୁ ଶ୍ରୀ ଜିତେନ୍ଦ୍ର କୁମାର ଶର୍ମା, ଶ୍ରୀ ରୂପମ୍ ବାନୁଟ୍, ଶ୍ରୀ ପଙ୍କଜ ବସ ଯୋଗଦେଇ ଏହି ନୂତନ ସହଯୋଗ ଉପକ୍ରମରେ ନିଜ ନିଜର ଦକ୍ଷତା ଓ ପାରଦର୍ଶିତା କିପରି ରାଜ୍ୟକୁ ଆଗକୁ ନେଇପାରିବ ତାହା ସୂଚିତ କରିଥିଲେ ।
ଫ୍ରାନ୍ସର ଏହି ପ୍ରତିନିଧୀ ମଣ୍ଡଳୀରେ ସୁଶ୍ରୀ ଇମିଲିଆ କାଟିୟର, ବୁନୋ ଭୋଲେ, ନିର୍ଦ୍ଦେଶକ ଏଏଫଡି ଇଣ୍ଡିଆ, ଥୋମାସ୍ ସୋଲେଜ୍, ଫ୍ରାନ୍ସ ଦୂତାବାସର ବାଣିଜ୍ୟିକ ମୁଖ୍ୟ, ଭର୍ଜିନ କୋଷ୍ଟଭାଲ୍, କଲିକତାଠାରେ ଅବସ୍ଥାପିତ କନସୁଲ ଜେନେରାଲ ଅଫ୍ ଫ୍ରାନ୍ସ ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିନିଧି ଦଳ ତାଙ୍କର ଓଡ଼ିଶା ରହଣି କାଳରେ ପୁରୀ, କୋଣାର୍କ, ଭୁବନେଶ୍ବରର ସି-ଫୁଡ୍ ପାର୍କ, ଇଫୋଭ୍ୟାଲି, ଜାଭିୟର୍ ୟୁନିଭରସିଟି, ଧଉଳିଗିରି, ଉଦୟଗିରି ପ୍ରଭୃତି ସ୍ଥାନ ବୁଲି ଦେଖୁବାର କାର୍ଯ୍ୟକ୍ରମ ରହିଛି ।
Post a Comment