ଭୁବନେଶ୍ୱର, ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ । ବିଶ୍ଵବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧୁକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ପ୍ରଫେସର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କିସ୍ ବିଶ୍ଵବିଦ୍ୟାଳୟରେ ଯୋଗଦାନ ପୂର୍ବରୁ ପ୍ରଫେସର ବେହେରା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜନ କରିଥିଲେ । କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭରସିଟିରେ ଫୁଲବ୍ରାଇଟ୍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ବ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।
ଭାରତରେ ସାଂସ୍କୃତିକ ନୃତଘ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରଫେସର ବେହେରାଙ୍କୁ କୋଲକାତାସ୍ଥିତ ଏସିଆଟିକ୍ ସୋସାଇଟି ପକ୍ଷରୁ ସମ୍ମାନଜନକ ଶରତ ଚନ୍ଦ୍ର ରାୟ ସ୍ମାରକୀ ସୂର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ପ୍ରଫେସର ବେହେରାଙ୍କ ୧୨୦ରୁ ଊଦ୍ଧ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି । ସେ ମଧ୍ୟ କ୍ରମାଗତ ଭାବେ ଦୁଇଥର ବିଶ୍ୱ ନୃତତ୍ତ୍ବ ସଂଘ (ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଅଫ୍ ଆଥ୍ରୋପୋଲୋଜିକାଲ୍ ଆଣ୍ଡ ଇଥନୋଲୋଜିକାଲ୍ ସାଇନ୍ସେସ୍, ଆଇୟୁଏଇଏସ)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜନ କରିଥିଲେ । ପ୍ରଫେସର ବେହେରା ହେଉଛନ୍ତି ଆଇୟୁଏଇଏସ୍ ଇଣ୍ଟରନ୍ୟାସନାଲ୍ କମିଶନ୍ ଅନ୍ ଆଥ୍ରୋପୋଲୋଜି ଅଫ୍ ଚିଲଡ୍ରେନ, ୟୁଥ ଆଣ୍ଡ ଚାଇଲ୍ଡ ହୁର ପ୍ରତିଷ୍ଠାତା ଅଧ୍ୟକ୍ଷ । କିସ୍ ବିଶ୍ଵବିଦ୍ୟାଳୟରେ ଯୋଗଦେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଫେସର ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ କିସ୍ ଭଗବାନଙ୍କ ଏକ ଅନବଦ୍ୟ କୃତି ବୋଲି କହିଛନ୍ତି ।
ଈଶ୍ବରଙ୍କ ଆଶୀର୍ବାଦରେ କିସ୍ ପରିଚାଳନା ହେଉଛି ଏବଂ ବିନାଦେୟରେ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହ ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ବିଶ୍ୱର ଏକମାତ୍ର ଜନଜାତି ବିଶ୍ବବିଦ୍ୟାଳୟ ହେଉଛି କିସ୍ । ଆଗାମୀ ଦିନରେ କିସ୍ ବିଶ୍ଵର ଏକ ବିରଳ ଅନୁଷ୍ଠାନର ମାନ୍ୟତା ପାଇବ ବୋଲି ଶ୍ରୀ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ କିସ୍ ବିଶ୍ବବିଦ୍ୟାଳୟର ଉପକୁଳପତି ଓ ବିଶ୍ବରେ ବେଶ୍ ନାମ କମେଇ ଥିବା ଜଣେ ଓଡିଆ ବ୍ୟକ୍ତି କିସ୍ ବିଶ୍ଵବିଦ୍ୟାଳୟର ଉପକୁଳାଧୁପତି ଭାବେ ଯୋଗ ଦେଉଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।
Post a Comment