loading...

ବିଶ୍ଵର ସ୍ଵଚ୍ଛ ଇନ୍ଧନ ଯୋଗାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

ଜଳବାୟୁ ପରିବର୍ତନ ଓ ସବୁଜ ଇନ୍ଧନ ଉପରେ ବିଶ୍ଵର ଉର୍ଜା ନେତୃତ୍ୱଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା । ବିଶ୍ଵର ସ୍ଵଚ୍ଛ ଇନ୍ଧନ ଯୋଗାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ


ନୂଆଦିଲ୍ଲୀ/ ଭୁବନେଶ୍ବର,ଆସନ୍ତାକାଲି ଜଳବାୟୁ ପ୍ରସଙ୍ଗ ଉପରେ ଆୟୋଜିତ ହେବାକୁ ଥିବା ନେତୃବର୍ଗଙ୍କ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଉର୍ଜା ବିଶେଷଜ୍ଞ ଆମୋସ୍ ହୋସ୍ଟେନଙ୍କ ସହ ଆଟଲାଟିକ୍ କାଉନସିଲର ‘ରେନିଂ ଏୟିସନ ସିରିଜ’ରେ ଭାରତର ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି । ସେହିପରି “ ଜଷ୍ଟ ଟ୍ରାନଜିକ୍ସନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫ୍ୟୁଚର” ଉପରେ ଆୟୋଜିତ ପୃଥକ ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ, କାନାଡାର ପ୍ରାକୃତିକ ସମ୍ବଳମନ୍ତ୍ରୀ, ୟୁରୋପିଆନ ଉର୍ଜା କମିଶନର, ଏଏଫଏଏଲ-ସିଆଇଓର ସେକ୍ରେଟାରୀ-ଟ୍ରେଜରର ତଥା ବିଭିନ୍ନ ଦେଶର ଉର୍ଜା ନେତୃତ୍ଵଙ୍କ ସହ ଯୋଗ ଦେଇଛନ୍ତି । ବିଶ୍ଵର ସ୍ଵଚ୍ଛ ଇନ୍ଧନ ଯୋଗାଣରେ ଭାରତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଭାରତର ଜଳବାୟୁ ପରିବର୍ତନ ଏଜେଣ୍ଡା ଉପରେ ଆୟୋଜିତ ଆଲୋଚନାରେ ଶ୍ରୀ ପ୍ରଧାନ ଜଳବାୟୁ ପରିବର୍ତନ ଉପରେ ଭାରତ ଦ୍ଵାରା ନିଆଯାଉଥିବା ପଦକ୍ଷେପ, ପ୍ୟାରିସ ଚୁକ୍ତିର ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ଦ୍ବାରା ନିଆଯାଇଥିବା ପଦକ୍ଷେପ, ଭାରତରେ ଉର୍ଜା ବ୍ୟବହାର, ସ୍ୱଚ୍ଛ ଉର୍ଜା ରୂପାନ୍ତରଣ ଦିଗରେ ପ୍ରସ୍ତୁତ କରାଯାଇଥିବା ରୋଡମ୍ୟାପ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମକୁ ଅଧୁକ ଗତିଶୀଳ କରିବା ପାଇଁ ଉଦୀୟମାନ ଅର୍ଥନୀତି ଏବଂ ବିକଶିତ ରାଷ୍ଟ୍ର ମାନଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଗୁରୁତ୍ବାରୋପ କରିଥିଲେ ଶ୍ରୀ ପ୍ରଧାନ । ବିକଶିତ ରାଷ୍ଟ୍ର ମାନଙ୍କୁ ଜଳବାୟୁ ହାସଲ କରିବା ଲକ୍ଷ୍ୟରେ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧ ଏବଂ ଆର୍ଥିକ ସହାୟତା ଦେବା ଦିଗରେ ନେତୃତ୍ଵ ଦେବାର ଆବଶ୍ୟକତା ରହିଥିବା କହିଥିଲେ । 

ସେହିପରି ଭାରତ ଏବଂ ଆମେରିକା ତଥା ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରୁଥିବା ରାଷ୍ଟ୍ର ଗୁଡ଼ିକ ମଧ୍ୟରେ  ଡିକାର୍ବନାଇଜେସନ ଦିଗରେ ନୂଆ ଆଭିମୁଖ୍ୟର ଅନ୍ବେଷଣ ପାଇଁ ଅଧୁକ ସମୟ ସ୍ଥାପନା, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଅଧିକରୁ ଅଧୁକ ପଦକ୍ଷେପ ନେବା ସହ ହାଇଡ୍ରୋଜେନ ଭଳି ଉଦୀୟମାନ ଉର୍ଜା କ୍ଷେତ୍ରରେ ସହଯୋଗ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ । ଅପରପକ୍ଷରେ “ ଜଷ୍ଟ ଟ୍ରାନଜିକ୍ସନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫୁଚର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭାରତର ଉର୍ଜା ଭବିଷ୍ୟତ, ଉର୍ଜା ପ୍ରାଥମିକତା, ଚ୍ୟାଲେଞ୍ଜ, ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ଦେଶରେ ଅଣାଯାଇଥିବା ‘ବ୍ଲ ଫ୍ରେମ ରିଭୋଲ୍ୟୁସନ’ ଏବଂ ଏହା ଦ୍ଵାରା ପରିବେଶ ଉପରେ ପଡିଥିବା ସୁପ୍ରଭାବ, ମହିଳାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଚର୍ଚ୍ଚା କରିଥିଲେ । ଏହାସହ ଅକ୍ଷୟ ଉର୍ଜା, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ସବୁଜ ଇନ୍ଧନର ବ୍ୟବହାର ପାଇଁ ଭାରତ କିପରି ଏକ ପେଣ୍ଠସ୍ଥଳି ଭାବରେ ଉଭା ହୋଇଛି ତାହା ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । “ ଆୱାର୍ କଲେକ୍ଟିଭ ସ୍ମିଟ୍ ଟୁ ୨୦୩o” ପ୍ରସଙ୍ଗରେ ନେତୃବୃନ୍ଦଙ୍କ ଅବେଶନ ୧ ରେ ତାଙ୍କର ବକ୍ତବ୍ୟ ରଖିବେ । ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ୱ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ । ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ଥିକ ବିକାଶ ସହିତ ଜଳବାୟୁ କାର୍ଯ୍ୟକୁ କିପରି ଭାବେ ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାରବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି ।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget