loading...

ହସ୍ପିଟାଲ ସଂପ୍ରସାରଣ ସହ ଜରୁରୀ ଚିକିତ୍ସା କରିବା ପାଇଁ ଲୋକଶକ୍ତି ଅଭିଯାନର ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଲୋକଶକ୍ତି ଅଭିଯାନର ସଭାପତି ତଥା ଜନ ଆନ୍ଦୋଳନ ନେତା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର

ହସ୍ପିଟାଲ ସଂପ୍ରସାରଣ ସହ ଜରୁରୀ ଚିକିତ୍ସା କରିବା ପାଇଁ ଲୋକଶକ୍ତି ଅଭିଯାନର ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର, ଲୋକଶକ୍ତି ଅଭିଯାନର ସଭାପତି ତଥା ଜନ ଆନ୍ଦୋଳନ ନେତା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଜରିଆରେ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କୁ ଆଶୁ ଚିକିତ୍ସା ଉପଲବ୍ଧ କରିବା ପାଇଁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ଯେ, ଗତବର୍ଷ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ପାଇଁ ଯେଉଁସବୁ ଡାକ୍ତରଖାନା ବ୍ୟବସ୍ଥା ହୋଇଥିଲା, ଏପରିକି ଅସ୍ଥାୟୀ ଚିକିତ୍ସାଳୟ ଖୋଲା ଯାଇଥିଲା ସେସବୁ କରୋନାର ସଂକ୍ରମଣ ବନ୍ଦ ହୋଇନଥିବା ବେଳେ ସେସବୁ ହସ୍ପିଟାଲ ବନ୍ଦ ହୋଇଯିବା ଅତ୍ୟନ୍ତ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। 

ସେହି ହସ୍ପିଟାଲ ଗୁଡିକୁ ଅଧିକ ସୁବ୍ୟବସ୍ଥିତ, ଉପକରଣ ସଂଯୁକ୍ତ ସୁସଙ୍ଗଠିତ କରିବା ଉଚିତ ଥିଲା। ଆଜି ସଂକ୍ରମଣ ଅଧିକ ବ୍ୟାପିଲା ବେଳେ ଆଶୁ ଚିକିତ୍ସା ପାଇବାରୁ ଅନେକ ରୋଗୀ ବଞ୍ଚିତ। ବ୍ରହ୍ମପୁର ବଡ଼ ମେଡିକାଲର କଲେଜ ହସ୍ପିଟାଲରେ କୋଭିଡ ରୋଗୀମାନଙ୍କ ପାଇଁ ଆବଶ୍ୟକୀୟ ଶଯ୍ୟା ନଥିବାରୁ ରୋଗୀମାନେ ବିଶେଷ ଭାବେ ମହିଳା ରୋଗୀମାନେ ବାରଣ୍ଡାରେ ପଡିରହିଛନ୍ତି। ତେଣୁ ଅତିଶୀଘ୍ର ହସ୍ପିଟାଲମାନଙ୍କରେ ଏବଂ ଅନ୍ୟସ୍ଥାନମାନଙ୍କରେ ଚିକିତ୍ସାଳୟ ସଂପ୍ରସାରଣ କରି ଜରୁରୀ ଚିକିତ୍ସା ବ୍ୟବସ୍ଥା କରାଯାଉ ଯାହାଦ୍ୱାରା ଜଣେ ବି ରାଜ୍ୟର ରୋଗୀ ଚିକିତ୍ସା ଅଧିକାର ତଥା ସୁଯୋଗରୁ ବଞ୍ଚିତ ହେବ ନାହିଁ। କରୋନା ଟେଷ୍ଟିଙ୍ଗ ସେଣ୍ଟର ଅଭାବ ରହିଥିବା ବେଳେ ଅନେକ ଜିଲ୍ଲାମାନଙ୍କରେ କେବଳ ଆଣ୍ଟିଜେନ ଟେଷ୍ଟ ସେଣ୍ଟର ରହିଛି କିନ୍ତୁ ଆର୍ଟିଫିସିଆଲ ଟେଷ୍ଟ ହୋଇପାରୁ ନାହିଁ। 

ଯଥା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ କେବଳ ମେଡିକାଲ କଲେଜ ହସ୍ପିଟାଲରେ ରହିଛି ଯେଉଁଠି କେବଳ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଟେଷ୍ଟିଂ ହେଉଛି ଯାହାଦ୍ୱାରା ଯେଉଁମାନେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ହେଲେ ବି କରୋନା ଲକ୍ଷଣ ସହ ଜଡିତ ସେମାନଙ୍କ ଆର୍ଟିଫିସିଆଲ ଟେଷ୍ଟ ନହୋଇପାରିବା ଦ୍ୱାରା ରୋଗର ମାତ୍ରା ବୃଦ୍ଧି ପ୍ରତ୍ୟେକ ଜିଲ୍ଲା ଓ ସିଟି ହସ୍ପିଟାଲମାନଙ୍କରେ ଆର୍ଟିଫିସିଆଲ ଟେଷ୍ଟିଂ ସେଣ୍ଟର ବ୍ୟବସ୍ଥା କରାଯାଉ। ଗଣମାଧ୍ୟମର ସୂଚନା ଅନୁଯାୟୀ ବଲାଙ୍ଗୀର ସମେତ କେତେକ ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଆବଶ୍ୟକୀୟ ଆମ୍ବୁଲାନ୍ସ ଓ ପରିବହନ ଗାଡି ନଥିବାରୁ ରୋଗୀ ଓ ମୃତ ବ୍ୟକ୍ତିଙ୍କୁ ଅମାନବୀୟ ବ୍ୟବହାର କରାଯାଉଛି। ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ସାମନ୍ତରା ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget