ଭୁବନେଶ୍ୱର, ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଏବଂ ସେମାନଙ୍କର ଜୀବନ ଓ ଜୀବିକା ପ୍ରୋତ୍ସାହନ ଉଦେଶ୍ୟରେ ୧୦ ହଜାର ରୁ ଉର୍ଦ୍ଧ ମିଶନଶକ୍ତି ମହିଳା ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ନିଯୋଜିତ କରାଯାଇଅଛି । ଆହାର ଯୋଜନା, ଜଳସାଥୀ ଯୋଜନା,ସହରୀ ମଜୁରି ଭିତ୍ତିକ ରୋଜଗାର ଯୋଜନା, ବାସହୀନ ଆଶ୍ରୟସ୍ଥଳୀ ପରିଚାଳନା, ରାଜସ୍ୱ କର ଆଦାୟ, ସ୍ଵଚ୍ଛ ଭାରତ ମିଶନ ଇତ୍ୟାଦି ରେ ସାମିଲ କରାଯାଇଅଛି ।
ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା) ମାଧ୍ୟମ ରେ ଓଡିଶାର ସମସ୍ତ ୧୧୪ ଗୋଟି ପୌରାଞ୍ଚଳର ୱାର୍ଡ ବସ୍ତି ଅଞ୍ଚଳରେ ରହୁଥିବା ଗରିବ ମହିଳା ମାନଙ୍କୁ ସଂଘଟିତ କରି ୩୨,୦୦୦ରୁ ଉର୍ଦ୍ଧ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୧୨୦୦ ଆଞ୍ଚଳିକ ସ୍ତରୀୟ ସଂଗଠନ ତିଆରି କରାଯାଇଅଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନ ଜୀବିକା ନିମନ୍ତେ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ ଆତ୍ମନିଯୁକ୍ତି ସହାୟତା କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୫୭ କୋଟି ୮୫ ଲକ୍ଷ୍ୟ ଟଙ୍କାର ସୁଲଭ ଋଣ ପ୍ରଦାନ କରାଯାଇଛି। ଏତତ୍ ସହିତ,ନିୟମିତ ଋଣ ପରିଶୋଧ କରୁଥିବା ଗୋଷ୍ଠୀ ମାନଙ୍କୁ ସୁଧ ହାରରେ ମଧ୍ୟ ରିହାତି ପ୍ରଦାନ କରାଯାଉଅଛି ।
ଅଦ୍ୟାବଧ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବମୋଟ ୨ କୋଟି ୬୭ ଲକ୍ଷ୍ୟଟଙ୍କାର ସୁଧ ରିହାତି ଦିଆଯାଇଅଛି । ଏହି ରଣ ମାଧ୍ୟମରେ ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ଯଥା: ସିଲେଇ (ଟେଲରିଂ), ଉପହାର କେନ୍ଦ୍ର, ଲୁଗାପଟା ବିକ୍ରୟ ଦୋକାନ, ପନିପରିବା ବିକ୍ରୟ ଦୋକାନ, ଜଳଖୁଆ ଦୋକାନ,ସ୍କୁଲ ବ୍ୟାଗ୍ ଓ ଅନ୍ୟାନ୍ୟବ୍ୟାଗ ତିଆରି, ଫିନାଇଲତିଆରି, ଖଲିପତ୍ର ତିଆରି ଓ କୁକୁଡ଼ା ପାଳନକରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଆଶା କରାଯାଉଛି ଯେ, ଏହି ଆତ୍ମନିର୍ଭର ଶୀଳ ହେବାର ପ୍ରକ୍ରିୟା , ଆଗାମୀ ଦିନରେ ଆହୁରି ତ୍ବରାନ୍ବିତ ହେବା ସଙ୍ଗେ ସଙ୍ଗେ ଅନେକ ସହରୀ ଗରିବ ତଥା ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକହେବ ।
Post a Comment