ଭୁବନେଶ୍ୱର, ବିଶିଷ୍ଟ ନାରୀନେତ୍ରୀ, ସୁପ୍ରସିଦ୍ଧ ଗାୟିକା, କବି ତଥା ସମାଜସେବୀ ନନ୍ଦିନୀ ଶତପଥୀଙ୍କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ଼ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ନିଯୁକ୍ତି ପରେ ତାଙ୍କ ଜନ୍ମମାଟି ସାଲେପୁରର ବହୁ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ ଆଧାର କରି କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ଼ କଟକ ଆଞ୍ଚଳିକ ଅଧୁକାରୀ ଗୋପାଳକୃଷ୍ଣ ମହାପାତ୍ର ଶ୍ରୀମତୀ ଶତପଥୀଙ୍କୁ ଏ ସମ୍ପର୍କରେ ଲିଖୁତ ଭାବେ ଅବଗତ କରାଇଛନ୍ତି । ନାରୀନେତ୍ରୀ ନନ୍ଦିନୀ ଶତପଥୀ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ନିଜର ଏହି ପଦବୀ ପ୍ରାପ୍ତି ପରେ ସେ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସମ୍ପାଦକ ମାନସ ମହାନ୍ତିଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।
Post a Comment