loading...

ଓଡ଼ିଶାରେ ୨୭ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଉଦବେଗ

ପ୍ରଥମ ଲହରରେ ଯେତିକି ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ଦ୍ବିତୀୟ ଲହରରେ ତା’ ଠାରୁ ଅଧୁକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲାଣି।

ଓଡ଼ିଶାରେ ୨୭ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଉଦବେଗ

ବ୍ରହ୍ମପୁର, କରୋନା ମହାମାରୀର ଦ୍ବିତୀୟ ଲହର ବର୍ଭମାନ ଘାତକ ସାଜିଥିବା ବେଳେ ଆଜି ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୨୭ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପ୍ରଥମ ଲହରରେ ଯେତିକି ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ଦ୍ବିତୀୟ ଲହରରେ ତା’ ଠାରୁ ଅଧୁକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲାଣି। ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କ କରୋନାରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିବା ବେଳେ ଦ୍ବିତୀୟ ଲହରରେ ମଧ୍ୟ ଏହି ଘୋଷଣା ବଳବତ୍ତର ରହିଛି । 

ଓଡ଼ିଶାରେ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଯତିଶ ଖମାରୀ (ସମ୍ବାଦ), ଅଜାଡ୍ ବାଦଶାହ (ଡିଜିଟାଲ ପ୍ଲାଟଫର୍ମ), ଗୋବିନ୍ଦ ବେହେରା (ନ୍ୟୁଜ୍-୬), ମନୋଜ ସାହୁ (ନିତିଦିନ), କରୁଣାକର ସାହୁ (ଅନୁପମ ଭାରତ), ଶୁଭ୍ରାଂଶୁ ଶେଖର ମିଶ୍ର (ସମ୍ବାଦ), ପ୍ରବୀର ପ୍ରଧାନ (ନ୍ୟୁଜ–୧୮ ଓଡ଼ିଆ), ସୁଦାମ ନାୟକ (ପ୍ରମେୟ), କେ.ସି.ଏଚ. ରମ୍ (ଇନାଡୁ), ପ୍ରିୟଦର୍ଶୀ ପଟ୍ଟନାୟକ (ସମାଜ), ନରେଶ ବେହେରା ( ଓଡ଼ିଶା ଫାଇଲ), ମାନସ ରଞ୍ଜନ ଜୟପୁରିୟା (ଜି ନ୍ୟୁଜ), ସୀମାଞ୍ଚଳ ପଣ୍ଡା (ନବୀନ), ପ୍ରୀତିମାନ ମହାପାତ୍ର (ଟାଇମସ୍‌ ଅଫ ଇଣ୍ଡିଆ), ଦେବେନ୍ଦ୍ର ସାମନ୍ତରାୟ (ସମ୍ବାଦ), ଅଦୈତ ପ୍ରସାଦ ବିଶ୍ବାଳ ଶ୍ରମିକ ମାଲିକ), ମନୋଜ ବେବର୍ତ୍ତା (ନ୍ୟୁଜ– ୧୮), ଆଦିତ୍ୟ ନାରାୟଣ ସାହୁ (ବେଲପାହାଡ଼), ଆଶୁତୋଷ ବେହେରା (ସର୍ବସାଧାରଣ), ଏନଏନ ଗନ୍ତାୟତ (ପ୍ରଜାତନ୍ସ), ପ୍ରଦୀପ କିଶୋର ସାହୁ (ସମ୍ବାଦ), କିଶୋର ଚନ୍ଦ୍ର ଦାଶ (ସମାଜ), କୈଳାଶ ଚନ୍ଦ୍ର ସାହୁ (ପ୍ରଗତିବାଦୀ), ବିଷ୍ଣୁ ପ୍ରସାଦ ପାତ୍ର (ଡିଜିଟାଲ ପ୍ଲାଟଫର୍ମ), ରତିକାନ୍ତ ବଳ (ଯାଜପୁର), ସଂଗ୍ରାମ କେଶରୀ ମହାପାତ୍ର (ସମୟ), ରମ୍ଭାକର ମହାରଣା (ଡିଜିଟାଲ ପ୍ଲାଟଫର୍ମ) ପ୍ରମୁଖ ରହିଛନ୍ତି । 

ଭାରତ ବର୍ଷରେ ପ୍ରାୟ ୨୦୦ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ୨୭ ଜଣଙ୍କ ମୃତ୍ୟୁ ଘଟିଲାଣି । ରାଜ୍ୟରେ ଦିନକୁ ଦିନ କରୋନା ନିଜର କାୟାବିସ୍ତାର କରି ଚାଲିଥିବା ବେଳେ ଏତେ ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏ ସମ୍ପର୍କରେ ବିବଦ୍ଧ ତଦନ୍ତ କରି ମୃତ ସାମ୍ବାଦିକମାନଙ୍କ ପରିବାର ଗୁଡ଼ିକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget