ଭୁବନେଶ୍ବର, କୋଭିଡ ମୁକାବିଲା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡିଶାରେ କୋଭିତ୍ ପରିଚାଳନା ହେଉ, ସବୁଥିରେ ଓଡିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମେ' ପହିଲାରୁ ରାଜ୍ୟର ୧୮ ରୁ ୪୫ ବର୍ଷର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭି ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଏବଂ ଏ ବାବଦରେ ୨ ହଜାର କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିଛନ୍ତି ।
ଓଡ଼ିଶା କୃଷି ଶିଜ ନିଗମ କୋଭିତ୍ ପରିଚାଳନା ଏବଂ ମାଗଣା କୋଭିତ୍ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ପରିଚଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ପ୍ରଦାନ କରିଛନ୍ତି । 5T ଚିନ୍ତାଧାରାରେ କାର୍ଯ୍ୟକରି ନିଗମ ଗତ ଆର୍ଥିକ ବର୍ଷରେ ୫୦୫.୧୮ କୋଟି ଟଙ୍କାର କାରବାର କରିଅଛି ।
ନିଗମ ଅତୀତରେ ୧୦.୦୫.୨୦୧୯ରେ ଫନି ବାତ୍ୟାର ପୁନର୍ବିନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧ କୋଟି, ୦୮.୦୫.୨୦୨୦ କୋଭିତ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୦ ଲକ୍ଷ ଟଙ୍କା, ୧୧.୧୨.୨୦୨୦ରେ କୋଭିତ୍ ମୁକାବିଲା ତଥା ପ୍ରସମନ ନିମନ୍ତେ 0SDMA ଜରିଆରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ନିଗମ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କୋଭିତ୍ ପରିଚାଳନା ଦିଗରେ । ବିଭିନ୍ନ ଐତିହାସିକ ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ।
Post a Comment