ଭୁବନେଶ୍ବର , କୋଭିଡ ମହାମାରୀ ସମୟରେ ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇପଡିଛନ୍ତି । ପିତାମାତାଙ୍କ ରୋଜଗାରର ଅଭାବ ଶିଶୁମାନଙ୍କୁ ଶ୍ରମିକ ସଜାଇବାର ସମ୍ଭାବନା ଅଧିକ । ତେଣୁ ଏଭଳି ସ୍ଥିତିରେ ଆମେ ସମେସ୍ତ ମିଳିମିଶି ଶିଶୁଙ୍କ ସୁରକ୍ଷା ସହିତ ଶିଶୁ ଶ୍ରମ ପ୍ରଥାର ବିଲୋପ ପାଇଁ ଆଗେଇବାକୁ ଆସିବାକୁ ବିଶିଷ୍ଟ ବକ୍ତାମାନେ ଆହ୍ବାନ ଦେଇଛନ୍ତି । ଜାତୀୟ ଶିଶୁ ଶ୍ରମ ବିରୋଧ ଦିବସ ଅବସରରେ ଆଜି ଓଡିଶା ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗ ଓ ଅଗ୍ରଣୀ ସେଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ)ର ମିଳିତ ସହଯୋଗରେ ଆୟୋଜିତ ବିନାରରେ ଏହି ମତ ପ୍ରକାଶ ପାଇଛି । ଆଲୋଚନାକୁ ଉଦ୍ଘାଟନ କରି ଓଡିଶା ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧାବତୀ ପ୍ରଧାନ କହିଥିଲେ ଯେ ଶିଶୁ ଶ୍ରମି ପ୍ରଥା ଶିଶୁମାନଙ୍କ ଅଧୁକାରକୁ କ୍ଷୁର୍ଣ୍ଣ କରୁଥିବାବେଳେ ଏହାକୁ ସବୁ ସ୍ତରରୁ ବିରୋଧ କରାଯିବା ଆବଶ୍ୟକ ଶିକ୍ଷା ଅଧିକାର ଆଇଙ୍କୁ ନିଶ୍ଚିତ କରାଗଲେ ଶିଶୁଶ୍ରମ ପ୍ରଥାର ବିଲୋପ ହୋଇପାରିବ ।
ରାଜ୍ୟରୁ କିଭଳି ଶିଶୁ ଶ୍ରମ ପ୍ରଥା ବିଲୋପ ହେବ ସେଥିପାଇଁ ଜିଲ୍ଲା ସ୍ତରରେ ଥିବା ଟାସ୍କଫୋର୍ସକୁ ଅଧୁକ ସକ୍ରିୟ କରିବାପାଇଁ ମତ ଦେଇଥିଲେ । ସେହିଭଳି ରାଜ୍ୟ ବାହାରକୁ ଯାଉଥିବା ପିଲାଙ୍କ ପଞ୍ଜିକରଣ ସହିତ କୋଭିଡ ମହାମାରୀ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାଙ୍କୁ କିଭଳି ସହାୟତା ପ୍ରଦାନ କରାଯିବ ସେଥିନେଇ କମିଶନ ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେଉଥିବା ସେ ସୂଚନା ଦେଇଥିଲେ । ଶ୍ରୀମତୀ ପ୍ରଧାନ ଏହି ଅବସରରେ ୪୪ଦିନ ବ୍ୟାପି ହେବାକୁ ଥିବା ଶିଶୁ ଶ୍ରମ ବିରୋଧ ଅଭିଯାନ ସମ୍ପର୍କିତ ପୋଷ୍ଟରକୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ପ୍ରଦାନ ସହିତ ମହାମାରୀ ସମୟରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ତାହା ଉପରେ ମତ ରଖୁଥିଲେ । ଏହି ଅବସରରେ ପିକକର ସମ୍ପାଦକ ତଥା ଏନ୍ ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ତଥା ଓଏସିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଚଳିତବର୍ଷକୁ ଆର୍ତଜାତୀୟ ଶିଶୁ ଶ୍ରମ ମୁକ୍ତ ବର୍ଷଭାବେ ପାଳନ କରାଯାଉଛି ।
୨୦୨୫ ସୁଦ୍ଧା ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବାପାଇଁ ସରକାର ଘୋଷଣା କରିଛନ୍ତି । ଶିଶୁ ଶ୍ରମ ବିଲୋପ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଅନେକ ପିଲା ଏବେ ବି କୃଷି, ନିମାଣ,ଇଟାଭାଟି ଆଦି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି । ଏହି କୁପ୍ରଥାର ବିଲୋପ ପାଇଁ ବର୍ଷସାରା ଉଦ୍ୟମ ଜାରି ରହିଛି । ଇତି ମଧ୍ୟରେ ଶିଶୁ ଶ୍ରମ ହ୍ରାସ । ପାଉଥିବାବେଳେ କୋଭିଡ ମହାମାରୀ ପୁଣି ଏହି ସଂଖ୍ୟା ବଢାଇବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଆମେ ସମସ୍ତେ ଏ ଦିଗରେ ମିଳିତ ପ୍ରୟାସ କରିବା ଆବଶ୍ୟକ । ଏଥିପାଇଁ ଆମ ହାତରେ ସମୟ ନାହିଁ । ଗୋଟିଏ ମୂହୁର୍ତ୍ତ ବିଳମ୍ବ କରିଦେଲେ ଲକ୍ଷ ଲକ୍ଷ ପିଲାଙ୍କ ଶୈଶବ ନଷ୍ଟ ହୋଇଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ୟୁନିସେଫ୍ ଓଡିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ କହିଥିଲେ କେଭିଡ ମହାମାରୀର ପ୍ରଭାବ ସବୁଠାରୁ ଅଧିକ ପିଲାଙ୍କ ଉପରେ ପଡ଼ିବାକୁ ଯାଉଛି । ଏହି ମହାମାରୀର ପ୍ରଭାବ ଅର୍ଥନୀତିକୁ ବିଗାଡୁଥିବାରୁ ଶିଶୁ ଶ୍ରମିକ ସମସ୍ୟା ବଢିବାର ସମ୍ଭାବନା ରହିଛି । ଶିଶୁ ଶ୍ରମ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମସ୍ୟା ଯଥା ବାଲ୍ୟବିବାହ, ଶିଶୁ ଚାଲାଣ ଆଦି ସହ ମଧ୍ୟ ଏହା ଓତଃପ୍ରୋତ ଭାବେ ଜଡିତ ।
ଶିଶୁ ଶ୍ରମ ବିରୋଧ ଅଭିଯାନରେ ବ୍ୟାପକ ଭାବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠି , ଅଙ୍ଗନବାଡି କର୍ମୀଙ୍କୁ ସାମିଲ ପାଇଁ ପରାମର୍ଶ ଦେବା ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ଦୃଢୀଭୁତ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ । ଯୁଗ୍ଧ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର କହିଥିଲେ ଯେ ଶିଶୁର ମୁହଁରେ ହସ ଫୁଟାଇବା ହେଉଛି ଆମ ସମସ୍ତଙ୍କର ଲକ୍ଷ୍ୟ । ଯେଉଁ ଦେଶରେ ଶିଶୁ । ସହ ଯେତେ ବଳିଷ୍ଠ ସେହି ଦେଶ ସେତେ ଉନ୍ନତ । ଶିଶୁ ଶ୍ରମ ପ୍ରଥା ବିରୁଦ୍ଧରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଇନ୍ ଓ ଉଦ୍ଧାର ଶିଶୁଙ୍କ ଥଇଥାନ ସଂକ୍ରାନ୍ତରେ ଶ୍ରୀ ମହାପାତ୍ର ବିସ୍ତୃତଭାବେ ଉଲ୍ଲେଖ କରିବା ସହିତ ସମସ୍ତେ ସହଯୋଗର ହାତ ବଢାଇଲେ ଆମେ ଏଥିରେ ସଫଳ ହେବାବୋଲି କହିଥିଲେ ।
ପିକର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା କେଭିଡ ମହାମାରୀ ସମୟରେ ଅନ୍ଲାଇନ୍ ମାଧ୍ୟମରେ ଯେତେଦୂର ସମ୍ଭବ ଶିଶୁମାନଙ୍କୁ ସାଂସ୍କୃତିକ, ସାମାଜିକ ଓ ଖେଳଆଦି କାର୍ଯ୍ୟକ୍ରମରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଶିଶୁ ଶ୍ରମ ବିରୁଦ୍ଧରେ ଅଭିଭାବମାନଙ୍କୁ ସଚେତନ ପାଇଁ ଡକ୍ଟର ପଣ୍ଡା ମତ ଦେଇଥିଲେ । ଶେଷରେ ପିକକର ମୋନାଲିସା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ବିନାରରେ ବହୁ ସଂଖ୍ୟାରେ ପଞ୍ଚାୟତ ପ୍ରତିନିଧ, ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିନିଧି, ସାମାଜିକ କର୍ମୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
Post a Comment