loading...

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ୪ଟି ଜିଲ୍ଲା କୋର୍ଟ ଉଦ୍ଘାଟନ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ୪ଟି ଜିଲ୍ଲା କୋର୍ଟ ଉଦ୍ଘାଟନ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ୪ଟି ଜିଲ୍ଲା କୋର୍ଟ ଉଦ୍ଘାଟନ

ଭୁବନେଶ୍ବର, ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ଓଡିଶାର ପ୍ରମୁଖ ୪ଟି ଜିଲ୍ଲା କୋର୍ଟ ଯଥା କଟକ, ଗଞ୍ଜାମ, ସମ୍ବଲପୁର ଏବଂ ବାଲେଶ୍ବର ଜିଲ୍ଲାର ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ କେନ୍ଦ୍ର’କୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତିମାନେ ଭର୍ଚୁଆଲ ମାଧ୍ୟମରେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ମାମଲାଗୁଡିକ ଫଇସଲା କରିବାରେ କେସ୍ ରେକର୍ଡଗୁଡିକ ସ୍କାନିଂ ଓ ଡିଜିଟାଇଜ୍ କରିବା ଉଦ୍ଦେଶ୍ୟରେ ଏହି ୪ଟି ଜିଲ୍ଲା କୋର୍ଟ ଡିଜିଟାଇଜେସନ କେନ୍ଦ୍ର ସ୍ଥାପନ କରାଯାଇଛି ।

ମାନ୍ୟବର ମୁଖ୍ୟ ବିଚାରପତି ଚଳିତ ବର୍ଷ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିବା ପରେ କେସ୍ ରେକର୍ଡଗୁଡିକର ସ୍କାନିଂ ଓ ଡିଜିଟାଇଜେସନ ବ୍ୟବସ୍ଥାର ନବୀକରଣକୁ ଗୁରୁତ୍ବ ଦେଇଛନ୍ତି । ବହୁଳ ମାତ୍ରାରେ କେସ୍ ରେକର୍ଡ ଗୁଡିକର ସ୍କାନଂ ଓ ଡିଜିଟାଇଜେସନ କାର୍ଯ୍ୟ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପରିସରରେ ଅନେକଗୁଡିଏ ଡିଜିଟାଇଜେସନ ହବ୍ ସ୍ଥାପନ କରାଯାଇଛି । ଉଚ୍ଚ ନ୍ୟାୟାଳୟ ପରିସରରେ ଗତ ୪ ମାସରେ ଏକ ପୃଷ୍ଠା ବିଶିଷ୍ଟ ୭୧,୯.୦୨୩ ଏବଂ ୯୩,୦୬୫ଟି କେସ୍ ରେକର୍ଡକୁ ସ୍କାନିଂ କରାଯାଇଥିବା ବେଳେ ମୋଟ ୨, ୨୪,୮୬,୭୧୭ ଏକକ ପୃଷ୍ଠା ଏବଂ ୨,୮୯, ୨୭୨ ପୃଷ୍ଠାର କେସ୍ ରେକର୍ଡ ସ୍କାନିଂ କରାଯାଇଛି ।

ଜିଲ୍ଲା ଓ ସବ୍-ଅର୍ଡିନେଟ୍ କୋର୍ଟର କେସ୍ ରେକର୍ଡଗୁଡିକୁ ଡିଜିଟାଇଜ୍ କରିବା ଦୀର୍ଘ ଦିନର ଆବଶ୍ୟକତା ଥିଲା । ପର୍ଯ୍ୟାୟକ୍ରମେ ସେସବୁକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ଅବସରରେ ଉଚ୍ଚ ନ୍ୟାୟାଳୟ କମ୍ପ୍ୟୁଟର କମିଟିର ଅଧ୍ୟକ୍ଷ ମାନ୍ୟବର ଶ୍ରୀ ଜଷ୍ଟିସ୍ ଶତୃଘ୍ନ ପୁଝାହାରୀ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଡିଜିଟାଇଜେସନ ଓ ଏହାର ଭବିଷ୍ୟତ ସମ୍ଭାବନାରେ ରହିଥିବା ବହୁମୂଲ୍ୟ ଅନ୍ତଷ୍ଟି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ସ୍କାନିଂ ଓ ଡିଜିଟାଇଜେସନ ବ୍ୟବସ୍ଥାରେ ସେ ବୈଷୟିକ ସହାୟତା ପ୍ରଦାନ କରିଥିଲେ ।

ପରେ ପରେ ମାନ୍ୟବର ମୁଖ୍ୟ ବିଚାର ପତି ଡଃ. ମୁରଲୀଧର ସମ୍ବଲପୁର ଜିଲ୍ଲା ପାଇଁ ପ୍ରାଶାସନିକ ବିଚାରପତି । ରହିଥିବା ଡ. ଜଷ୍ଟିସ୍ ବି.ଆର୍.ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସମ୍ବଲପୁର ସ୍ଥିତ ସିନିୟର ସିଭିଲ ଜଜ( ଏଲ୍.ଆର ଓ ଏଲ୍ .ଟି.ଭି.)ର ସଂପ୍ରସାରିତ କୋଠା ଏବଂ ସିନିୟର ସିଭିଲ୍‌ ଜଜ( କମର୍ସିଆଲ କୋର୍ଟ)କୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଲୋକାର୍ପିତ କରିଥିଲେ । ଏହା ଦ୍ଵାରା ଜିଲ୍ଲାର ଆଇନ୍‌ଜୀବୀ ଏବଂ ନ୍ୟାୟ ଅପେକ୍ଷାରେ ଥିବା ଜନସାଧାରଣ ବହୁ ଭାବେ ଉପକୃତ ହେବେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget