loading...

ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ ଅନୁଷ୍ଠିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା

ରାଜ୍ୟରେ ବାଲ୍ୟବିବାହ ପ୍ରଥା ସଂପୂର୍ଣ୍ଣ ନିଷେଧ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ବ୍ୟାପକ ଯୋଜନାବଦ୍ଧ କାର୍ଯ୍ୟଖସଡ଼ା ପ୍ରସ୍ତୁତି

ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ ଅନୁଷ୍ଠିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା

ଭୁବନେଶ୍ବର, ରାଜ୍ୟରେ ବାଲ୍ୟବିବାହ ପ୍ରଥା ସଂପୂର୍ଣ୍ଣ ନିଷେଧ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ବ୍ୟାପକ ଯୋଜନାବଦ୍ଧ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବାଲ୍ୟବିବାହ ନିଷେଧ ପାଇଁ ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚ।ୟତସ୍ତରରେ ଗଠିତ ଟାସ୍କ ଫୋର୍ସ କମିଟିଗୁଡ଼ିକ ଅଧୁକ କ୍ରିୟାଶୀଳ ହେବା ସହ ବାଲ୍ୟ ବିବାହ ଦ୍ଵାରା କୋମଳମତି ଶିଶୁମାନଙ୍କ ମାନସିକ, ଶାରୀରିକ ନକାରାତ୍ମକ ପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରି ଏହାକୁ ରୋକିବା ଦିଗରେ ସମସ୍ତ ଉଦ୍ୟମ କରିବାକୁ କୁହାଯାଇଛି । ସଂପ୍ରତି କୋଭି –୧୯ ଦ୍ବିତୀୟ ଲହରୀ ପରିପ୍ରେକ୍ଷୀରେ ବାଲ୍ୟବିବାହର ଶିକାର ହେଉଥିବା ଶିଶୁମାନେ ଖୁବ୍ ସମ୍ବେଦନପ୍ରବଣ ହୋଇପଡ଼ିଛନ୍ତି ଏବଂ ଆଗାମୀ ଦିନରେ ଆସୁଥିବା ଅକ୍ଷୟ ତୃତୀୟା ତିଥିରେ ଗଣବିବାହ ହେବା ସମ୍ଭାବନା ଥିବାରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଏହା ଉପରେ ତୀକ୍ଷ୍ଣ ନଜର ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି । 

ବିଭିନ୍ନ ଧର୍ମାନୁଷ୍ଠାନ, ମନ୍ଦିର ଏବଂ ବିବାହ ମଣ୍ଡପଗୁଡ଼ିକରେ ହେଉଥୁବା ବିବାହଗୁଡ଼ିକରେ ଅନୁଷ୍ଠାନର ମୁଖ୍ୟମାନେ ଜନ୍ମ ପ୍ରମାଣପତ୍ରକୁ ଯାଞ୍ଚ କରିବା ନିମନ୍ତେ ପଞ୍ଚାୟତିରାଜ ଓ ଆଇନ ବିଭାଗ ତରଫରୁ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦୁଇ ମାସରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ଏହି ବୈଠକରେ ବାଲ୍ୟବିବାହ ନିଷେଧ କ୍ଷେତ୍ରରେ ସମ୍ମିଳିତ ଭାବେ ସହଭାଗିତାର ସହ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଆଇନ ଆଦି ପ୍ରମୁଖ ବିଭାଗର ବରିଷ୍ଠ ଅଧୁକାରୀମାନଙ୍କ ସହ ୟୁନିସେଫ୍, ୟୁଏନ୍ଏଫପିଏ, ଆକ୍ସନ୍ ଏଡ୍, ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗ, ସିଆଇଡି, କ୍ରାଇମ ବ୍ରାଞ୍ଚ, ପୋଲିସର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ବିଗତ ଦିନ ମାନଙ୍କରେ ଓଡ଼ିଶାରେ ବାଲ୍ୟ ବିବାହର ସ୍ଥିତି ଏବଂ ଭବିଷ୍ୟତରେ ବାଲ୍ୟବିବାହ ରୋକିବା ନିମନ୍ତେ ବିଭିନ୍ନ ଆକ୍ସନ୍ ପ୍ଲାନ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । 

ପ୍ରମୁଖ ସଚିବ ଶ୍ରୀମତୀ ଗର୍ଗ ବର୍ତ୍ତମାନ ସୁଦ୍ଧା ବାଲ୍ୟବିବାହ ନିଷେଧ ଦିଗରେ ନିଆଯାଇଥୁବା ବହୁବିଧ ପଦକ୍ଷେପକୁ ପ୍ରଶଂସା କରିବା ସହ ଜିଲ୍ଲାସ୍ତରରେ ଅଧୁକାରୀମାନଙ୍କ ଉଦ୍ୟମରେ ଅଧୁକରୁ ଅଧୁକ ଗାଁ ବାଲ୍ୟବିବାହମୁକ୍ତ ହୋଇପାରିଛି ବୋଲି କହିଥିଲେ । ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ରାଜ୍ୟର ୩୦୦୭ଟି ଗାଁ ସଂପୂର୍ଣ୍ଣ ବାଲ୍ୟବିବାହମୁକ୍ତ ହୋଇପାରିଛି ବୋଲି ବୈଠକରେ ସୂଚନା ଦିଆଯାଇଥୁଲା । ବାଲ୍ୟବିବାହ ରୋକିବା ଦିଗରେ ସୁଦକ୍ଷା ଯୋଜନା, କମୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବାଳିକାମାନେ ହଷ୍ଟେଲ୍‌ରେ ରହିବା ଆଦି କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହୋଇଛି ବୋଲି ବିଭିନ୍ନ ବିଭାଗର ବରିଷ୍ଠ ଅଧୁକାରୀମାନେ ସୂଚନା ଦେଇଥିଲେ । ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା କିଶୋରୀମାନଙ୍କୁ ପରବର୍ତ୍ତୀ ସମୟରେ ଦକ୍ଷତା ବିକାଶ ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରମୁଖ ବିଭାଗଗୁଡ଼ିକର କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋକପାତ କରାଯାଇଥିଲା । 

ବିଶେଷ କରି ବାଳିକାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ମତପ୍ରକାଶ ପାଇଥିଲା । ନିର୍ଦ୍ଦେଶକ, ସମନ୍ବିତ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମହିଳା ଓ ବାଳିକା ମାନେ ସମ୍ମୁଖୀନ ହେଉଥିବା ଯୌତୁକ ପ୍ରଥା, ଘରୋଇ ହିଂସା, କର୍ମସ୍ଥଳୀରେ ଯୌନ ନିର୍ଯାତନା, ମହିଳା ଚାଲାଣ ଆଦି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିବା ସହ ବିଭିନ୍ନ ସରକାରୀ ବିଭାଗ, ସହଭାଗୀ ସଂସ୍ଥା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ନାଗରିକ ଅନୁଷ୍ଠାନଗୁଡ଼ିକର ମିଳିତ ପ୍ରୟାସରେ ତଦାରଖ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବା ସହ ମହିଳାମାନଙ୍କ ପାଇଁ ଓଡ଼ିଶାକୁ ଏକ ସୁରକ୍ଷିତ ରାଜ୍ୟରେ ପରିଣତ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପ୍ରକାଶ ଥାଉ କି, ୨୦୧୯ ମସିହାରେ ୟୁନିସେଫ, ୟୁଏନ୍ଏପିଏ, ଆକ୍ସନ୍ ଏଡ୍, ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗ, କ୍ରାଇମ୍ ବ୍ରାଞ୍ଚ ଏବଂ ପୋଲିସ୍ ବିଭାଗ ଆଦିକୁ ଅନ୍ତର୍ଭୁକ୍ତ କରି ରାଜ୍ୟରେ ବାଲ୍ୟବିବାହ ରୋକିବା ନିମନ୍ତେ ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟି ଗଠନ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget