loading...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବନକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ କୋଭିଡ଼ ହେଲ୍ପ ଲାଇନ୍ ଉଦ୍‌ଘାଟିତ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋଭିଡ଼ ମହାମାରୀରୁ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବନକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ କୋଭିଡ଼ ହେଲ୍ପ ଲାଇନ୍ ଉଦ୍‌ଘାଟିତ

ଭୁବନେଶ୍ୱର, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋଭିଡ଼ ମହାମାରୀରୁ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ବିଜୁ ଯୁବ ଜନତା ଦଳ ଓଡ଼ିଶା ତରଫରୁ କୋଭିଡ଼ ହେଲ୍ପ ଲାଇନ୍ ସେଣ୍ଟର ବିଜୁ ଯୁବ ବ୍ୟାପାର ମୁଖ୍ୟ ପ୍ରଣବ ବଳବନ୍ତ ରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲିଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଯାଇଛି । 

ମହାମାରୀ କରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା, ରାଜଧାନୀ ଭୁବନେଶ୍ବରରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଚିକିତ୍ସାଳୟ ଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା, ଟୀକା ନେବା ପାଇଁ ସାଧାରଣ ଲୋକଙ୍କୁ ପଞ୍ଜିକୃତ କରିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ଏହି କୋଭିଡ଼ ହେଲ୍‌ପ ଲାଇନ୍ ମାଧରେ କରାଯିବ । ସାଧାରଣ ଜନତା ଅଧିକ ବିବରଣୀ ଜାଣିବା ପାଇଁ ୯୮୫୩ ୨୦୧୫୪୧, ୯୪୩୭୧୦୮୨୦ ୨, ୯୪୩୮୧୬୬୯୦୯, ୯୪୩୯୭୯୬୫୫୨, ୯୪୩୭୭୧୦୭୭୭, ୯୩୩୮୧୭୧୪୦୮ ନମ୍ବରରେ ଯୋଗାଯୋଗ କରିପାରିବେ । 

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରର ସମାଜସେବୀ ଶିଖର ଜେନା, ଦିଲୁ ଜେନା, ବିମଳ ସାହୁ, ଓଡ଼ିଶା ବିଜୁ ଜନତା ଦଳର ଡ଼ିଜିଟାଲ ୱିଙ୍ଗର ମୁଖ୍ୟ ସୁବ୍ରତ କୁମାର ଛାଟୋଇ, ବିଜୁ ଯୁବ ଜନତା ଦଳର ବରିଷ୍ଠ ଉପସଭାପତି ଧୃତିରଞ୍ଜନ ମାର୍ଥା, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ସମ୍ପାଦକ ପ୍ରିନ୍ସ ରାକେଶ ନାୟକ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ସିଂ, ରମ୍ୟରଞ୍ଜନ ପାଲ, ସମ୍ବିତ ସ୍ୱାଇଁ, ସୁନିଲ ମହାପାତ୍ର, ଶିଶିର କୁମାର ସାହୁ, ଆଲୋକ ଅବିନାଶଙ୍କ ସମେତ ବିଜୁ ଯୁବ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget